<strong>ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ: ସ୍ଥଗିତ ହେବ ନାହିଁ ନୀଟ୍‌ ୟୁଜି ପ୍ରବେଶିକା ପରୀକ୍ଷା</strong>

Published By : Prameya-News7 Bureau | July 14, 2022 IST

ନୂଆଦିଲ୍ଲୀ ୧୪/୦୭: ଡାକ୍ତରୀ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏନଟିଏ (ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି) ଦ୍ୱାରା କରାଯାଉଥିବା ଜାତୀୟ ଯୋଗ୍ୟତା ପ୍ରବେଶିକ ପରୀକ୍ଷା (ନିଟ୍‌) ୨୦୨୨ ଜୁଲାଇ ୧୭ରେ ହେବ ବୋଲି ସ୍ଥିର କରାଯାଇଛି। ଏହି ପରୀକ୍ଷା ପାଇଁ ଚଳିତ ବର୍ଷ ୧୮ ଲକ୍ଷରୁ ଅଧିକ ଆଶାୟୀ ଛାତ୍ରଛାତ୍ରୀମାନେ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଛାତ୍ର ଅନେକ ଦିନ ହେଲା ପରୀକ୍ଷା ବନ୍ଦ କରିବା ପାଇଁ ଦାବି କରୁଥିଲେ ଓ ଏନେଇ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଏକ ଯାଚିକା ଦାୟର କରାଯାଇଥିଲା। କିନ୍ତୁ ନ୍ୟାୟାଳୟ ଏହାର କଡ଼ା ନିନ୍ଦା କରି ଏହି ଯାଚିକାକୁ ଖାରଜ କରିଦେଇଛନ୍ତି।    

ଦିଲ୍ଲୀ ଉଚ୍ଚନ୍ୟାୟାଳୟର ବିଚାରପତି ସଞ୍ଜୀବ ନରୁଲା ଆଦେଶ ଜାରି କରି କହିଛନ୍ତି ଯାଚିକାର କୌଣସି ଦମ୍‌ ନାହିଁ। ସେଥିପାଇଁ ଏହାକୁ ଖାରଜ କରାଯାଉଛି। ଏବେ ଉଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ସ୍ପଷ୍ଟ ହୋଇଛିଯେ ନିଟ୍‌ ୟୁଜି ପରୀକ୍ଷା ଜୁଲାଇ ୧୭ରେ ଆୟୋଜିତ ହେବ। ବିଚାରପତି ସଞ୍ଜୀବ ନରୁଲା କହିଛନ୍ତି  ମୁଁ ଯାଚିକାକର୍ତ୍ତାଙ୍କ ବିରୋଧରେ ଆଦେଶ ପାରିତ କରିବା ପାଇଁ ବହୁତ ଇଚ୍ଛୁକ ଥିଲି, କେବଳ ସେମାନେ ଛାତ୍ର ହୋଇଥିବାକରୁ ଆମେ ସେମିତି  କଲୁନାହିଁ। ଯଦି ଏପରି ଯାଚିକା ଦାୟର କରାଯାଇଥାଆନ୍ତା ଅଦାଲତ ଜୋରିମାନା ଲଗାଇବାକୁ ପଛାଇବ ନାହିଁ।

ସୂଚନାଥାଉକି, ନିଟ୍‌ ୟୁଜି ପ୍ରବେଶିକା ପରୀକ୍ଷା ପାଇଁ ବିଦେଶରେ ୧୪ଟିସହର ଓ ଦେଶରେ ପାଖାପାଖି ୩ହଜାର ୫୦୦ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଯଦି ପରୀକ୍ଷା ଗୋଟିଏ ଦିନବି ସ୍ଥଗିତ ହୋଇଥାଆନ୍ତା ତାହେଲେ ବହୁତ ସମସ୍ୟା ହୋଇଥାଆନ୍ତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.