scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରକାଶ ପାଇଲା ନୀଟ ୟୁଜିସି ୨୦୨୩ର ପରୀକ୍ଷା ଫଳ; କେମିତି ଚେକ୍ କରିବେ ରେଜଲ୍ଟ ଜାଣନ୍ତୁ

13/06/2023 at 10:15 PM

ନୂଆଦିଲ୍ଲୀ: ନ୍ୟାସ୍‌ନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ନିଟ୍ ୟୁଜି ୨୦୨୩ ପରୀକ୍ଷା ଫଳ ପ୍ରକାଶ କରିଛି। ଯେଉଁମାନେ ନିଟ୍‌ ୟୁଜିସି ପରୀକ୍ଷା ଦେଇଛନ୍ତି ସେମାନେ ଅଫିସିଆଇଲ୍ ୱେବ୍‌ସାଇଟ୍‌କୁ neet.nta.nic.in ଓ ntaresults.nic.in କୁ ଯାଇ ନିଜର ପରୀକ୍ଷା ଫଳ ଚେକ୍ କରିପାରିବେ। ପରୀକ୍ଷା ଫଳ ପ୍ରକାଶ କରିବା ସହିତ ଏନ୍‌ଟିଏ ଟପର୍ସଙ୍କ ନାଁ, ମାର୍କ୍ସ କ୍ୟାଟେଗୋରୀ ହିସାବରେ କଟ୍‌-ଅଫ୍‌ ମାର୍କ୍ସ ଆଦି ଜାରି କରିଛି।  

NEET UG 2023: Results to be declared on neet.nta.nic.in

ଏଥର ନୀଟ୍ ୟୁଜିସି ପରୀକ୍ଷା ମେ ୭ ତାରିଖରେ କରାଯାଇଥିଲା। କେବଳ ମଣିପୁରରେ ହିଂସାକୁ ଦେଖି ପରୀକ୍ଷା ଜୁନ ୬ ତାରିଖରେ ହୋଇଥିଲା। ମଣିପୁରରେ ୮,୭୫୩ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ଫଳ ଦେଖିବାକୁ ଚାହୁଁଥିଲେ ପରୀକ୍ଷାର୍ଥୀଙ୍କୁ ଆପ୍ଲିକେସନ ନମ୍ବର ଓ ଜନ୍ମ ତାରିଖ ଦେବାକୁ ପଡ଼ିବ। ଏହାପରେ ସେମାନେ ତାଙ୍କର ରେଜଲ୍ଟ ଦେଖିପାରିବେ। ପରୀକ୍ଷାରେ ଏସ୍‌ସିଙ୍କ ୧୫ ପ୍ରତିଶତ ସଂରକ୍ଷଣ ଓ ଏସ୍‌ଟିଙ୍କ ପାଇଁ ୭.୫ ପ୍ରତିଶତ ଓ ପିଡବ୍ଲୁ ଡିଙ୍କୁ ୫ ପ୍ରତିଶତ ସଂରକ୍ଷଣ ଦିଆଯାଇଛି।

ଏମିତି ଦେଖନ୍ତୁ ରେଜଲ୍ଟ-

ପ୍ରଥମେ neet.nta.nic.in ୱେବ୍‌ସାଇଟ୍‌ ଖୋଲି ହୋମ୍‌ ପେଜ୍‌ରେ  ଥିବା NEET UG 2023 Result  ଲିଙ୍କ ଉପରେ କ୍ଲିକ୍ କରନ୍ତୁ। ଏହାପରେ ଏକ ନୂଆ ପେଜ୍ ଖୋଲିଯିବ। ସେଠାରେ ଆପଣ ନିଜ ଆପ୍ଲିକେଶନ ନମ୍ବର ଓ ଜନ୍ମତାରିଖ ଦେଇ ରେଜଲ୍ଟ ଚେକ୍ କରିପାରିବେ ଓ ଡାଉନ୍‌ଲୋଡ୍ ସହିତ ପ୍ରିଣ୍ଟ ବି କାଢ଼ି ପାରିବେ।

NEET Result 2023 (Announced) Live: Check NEET UG Result On neet.nta.nic.in; Download Scorecard Here

ଚଳିତ ବର୍ଷ ୨୦.୮୭ ଲକ୍ଷ ପିଲା ପରୀକ୍ଷା ପାଇଁ ନାଁ ପଞ୍ଜିକୃତ କରିଥିଲେ। ମେ ୭ ତାରିଖ ଦିନ ଭାରତର ୪୯୯ ସହରରେ ଥିବା ୪,୦୯୭ ସେଣ୍ଟରରେ ପରୀକ୍ଷା କରାଯାଇଥିଲା। ଜୁନ ୬ ତାରିଖରେ ୧୧ ସହର ୩୪ ସେଣ୍ଟରରେ ପରୀକ୍ଷା କରାଯାଇଥିଲା।  

କେତେ ପାସ କଲେ କେଉଁମାନେ ଟପ୍ପର ହେଲେ

ତାମିଲନାଡୁର ପ୍ରଭଞ୍ଜନ, ଆନ୍ଧ୍ର ପ୍ରଦେଶର ବୋରା ବରୁଣ ଚକ୍ରବର୍ତ୍ତୀ ୯୯.୯୯ ପ୍ରତିଶତ ମାର୍କ ସହିତ ନୀଟ ୟୁଜିସିରେ ଶୀର୍ଷ ସ୍ଥାନରେ ରହିଛନ୍ତି। ସେହିପରି ପ୍ରାଞ୍ଜଲ୍ ଅଗରୱାଲ, ଆଶିକା ଅଗରୱାଲ, ଆର୍ଯ୍ୟ ଆର୍‌ଏସ୍‌, ମିମାଂଶା ମୌନ ଓ ସୁମେଘା ସିହ୍ନା ଟପ୍ପର କରିଛନ୍ତି।

ପରୀକ୍ଷା ଦେଇଥିବା ୨୦.୩୮ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧୧.୪୫ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷାରେ ପାସ୍ କରିଛନ୍ତି। ଉତ୍ତର ପ୍ରଦେଶରେ ସବୁଠାରୁ ଅଧିକ୧.୩୯ ଲକ୍ଷ ପାସ୍ କରିଥିବା ବେଳେ ମହାରାଷ୍ଟ୍ରରେ ୧.୩୧ ଲକ୍ଷ, ରାଜସ୍ଥାନ ୧ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ଦେଶରେ ସର୍ବାଧିକ ଜନବହୁଳ ରାଜ୍ୟ ହୋଇଥିବା ବେଳେ ରାଜସ୍ଥାନ ଦେଶର ଟପ୍‌ ୧୦ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଭିତରେ ରହିଛି।

   Related Posts