NEET ୨୦୨୦ରେ ଓଡିଶା ଛାତ୍ର ସୋଏବ ଅଫତାବ ଟପ୍ପର, ୧୦୦ % ନମ୍ବର ରଖି କଲେ ରେକର୍ଡ

Published By : Prameya-News7 Bureau | October 16, 2020 IST

ନୂଆଦିଲ୍ଲୀ ୧୬।୧୦: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ଵାରା ଆୟୋଜିତ ନିଟ୍‌ ପରୀକ୍ଷାର ଫଳାଫଳ ଅକ୍ଟୋବର ୧୬ରେ ପ୍ରକାଶ ପାଇଛି। ଚଳିତ ବର୍ଷ ନିଟ୍‌ ପରୀକ୍ଷାରେ ଓଡିଶାର ଛାତ୍ର ସୋଏବ ଅଫତାବ ସର୍ବଭାରତୀୟସ୍ତରରେ ଟପ୍ପର ହୋଇଛନ୍ତି। ଏହା  ବ୍ୟତୀତ ସୋଏବ ଓଡିଶାର ଦ୍ଵିତୀୟ ଛାତ୍ର ଭାବେ ନିଟ୍‌ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ୧୦୦ ପ୍ରତିଶତ ମାର୍କ ରଖିଥିବା ସୋଏବଙ୍କ ପରିବାର ଲୋକ ନିଜ ପୁଅର ଏହି ସଫଳତାରେ ଖୁସି ବ୍ୟକ୍ତ କରିଛନ୍ତି। ୧୮ ବର୍ଷୀୟ ସୋଏବ ଅଫତାବ ହେଉଛନ୍ତି ରାଉରକେଲା ନିବାସୀ ସୋଏବ ୭୨୦ ନମ୍ବରରୁ ୭୨୦ ନମ୍ଵର ରଖି ରେକର୍ଡ କରିଛନ୍ତି।

ଉଲ୍ଲେଖଯୋଗ୍ୟ ନିଟ୍‌ ୨୦୨୦ ପରୀକ୍ଷା ସେପ୍ଟେମ୍ବର ୧୩ରେ କୋଭିଡ୍-୧୯ ମହାମାରୀ ମଧ୍ୟରେ ଆୟୋଜିତ ହୋଇଥିଲା। ଏହା ବ୍ୟତୀତ ନିଟ୍ ୟୁଜି ଉତ୍ତରାବଳୀ ସେପ୍ଟେମ୍ବର ୨୬ରେ ଜାରି କରାଯାଇଥିଲା। ଚଳିତ ବର୍ଷ କରୋନା ସଂକ୍ରମଣ ଯୋଗୁଁ ବହୁତ ସତର୍କତା ଏବଂ ବ୍ୟବସ୍ଥା ମଧ୍ୟରେ ଆୟୋଜନ ହୋଇଥିଲା।

ନିଟ୍ ପରୀକ୍ଷା ଜରିଆରେ ସମଗ୍ର ଦେଶର ମେଡିକାଲ କଲେଜ୍‌ରେ ଏମବିବିଏସ ଓ ବିଡିଏସରେ ପ୍ରବେଶ ମିଳିଥାଏ। ଏଥିରେ ଅଲଇଣ୍ଡିଆ ମାନ୍ୟତା ହିସାବରେ ଦେଶର ଶୀର୍ଷ ମେଡିକାଲ ସଂସ୍ଥାନରେ ନାମ ଲେଖାଯିବାର ସୁଯୋଗ ମିଳେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.