ନିଟ୍ ପରୀକ୍ଷାରେ ହୋଇନି ପ୍ରଶ୍ନପତ୍ର ଲିକ୍, ଅନିୟମିତତାକୁ ନେଇ NTA ମୁଖ୍ୟଙ୍କ ସ୍ପଷ୍ଟୀକରଣ

Published By : Prameya-News7 Bureau | June 08, 2024 IST

India Today

ନୂଆଦିଲ୍ଲୀ: ନିଟ୍ ପରୀକ୍ଷାରେ ଅନିୟମିତତା ଅଭିଯୋଗ। ପରୀକ୍ଷାରେ ୬୭ ଜଣ ଟପ୍ପର ତଥା ରାଙ୍କ୍-୧ ହେବା ପରେ ପରୀକ୍ଷାର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠିଛି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ନିଟ୍‌ ପରିଚାଳନା ନିର୍ଦ୍ଦେଶକ। କହିଛନ୍ତି-  ପରୀକ୍ଷା ପ୍ରଶ୍ନପତ୍ର  ଲିକ୍ ହୋଇନଥିଲା। 

ସାମ୍ବାଦିକ ସମ୍ମିଳନୀରେ NTA  ମୁଖ୍ୟ କହିଛନ୍ତି ଯେ NEET ପରୀକ୍ଷାର୍ଥୀଙ୍କ ଗ୍ରେସ ମାର୍କ ପ୍ରଦାନ କରାଯାଇଥିବା ଫଳାଫଳ ସଂଶୋଧିତ ହୋଇପାରେ। 1,500ରୁ ଅଧିକ ଛାତ୍ରଛାତ୍ରୀଙ୍କ ଫଳାଫଳକୁ ପୁନଃ ଯାଞ୍ଚ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ଏକ ପ୍ୟାନେଲ ଗଠନ କରିଛି। ତେବେ ଆଡମିଶନ ପ୍ରକ୍ରିୟା ପ୍ରଭାବିତ ହେବ ନାହିଁ ବୋଲି ସେ କହିଛନ୍ତି।

ସେପଟେ ପ୍ରକାଶଥାଉକି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଜୁନିଅର ଡାକ୍ତର ନେଟୱାର୍କ NEET-2024ରେ ହୋଇଥିବା ଅନିୟମିତତା ଘଟଣାର ସିବିଆଇ ତଦନ୍ତ ଦାବି କରିଛି। ଏହା ସହିତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନିରପେକ୍ଷ ଏବଂ ସ୍ୱଚ୍ଛ ମୂଲ୍ୟାଙ୍କନ ପ୍ରକ୍ରିୟା ନିଶ୍ଚିତ କରିବାକୁ ସେ ପୁନଃପରୀକ୍ଷା ପାଇଁ ଅନୁରୋଧ କରିଛନ୍ତି।

ପ୍ରକାଶଥାଉକି, ଏଥର NEET UG ପରୀକ୍ଷାରେ ୨୩ ପରୀକ୍ଷାର୍ଥୀ  720ରୁ 720 ମାର୍କ ରଖି ଟପ୍ପର ହୋଇଥିଲେ। କିନ୍ତୁ ପଦାର୍ଥ ବିଜ୍ଞାନରେ ଗୋଟିଏ ପ୍ରଶ୍ନର ଭୁଲ ଉତ୍ତରରେ ଦିଆଯାଇଥିବା ଗ୍ରେସ୍ ମାର୍କ ଯୋଗୁଁ ଏଥିରେ ଆଉ ୪୪ ଜଣ ପରୀକ୍ଷାର୍ଥୀ ଟପ୍ପର ତାଲିକାରେ ଯୋଡ଼ି ହୋଇଯାଇଛନ୍ତି। ଏପରିକି ଏହି 44 ପ୍ରାର୍ଥୀଙ୍କ ମାର୍କ ମଧ୍ୟ 720 ହୋଇଗଲା। ଯେଉଁଥିପାଇଁ NEET UG 2024ରେ ସମୁଦାୟ ଟପ୍ପର ସଂଖ୍ୟା ୬୭କୁ ବୃଦ୍ଧି ପାଇଥିଲା। ସର୍ବଶେଷରେ, 720 ମଧ୍ୟରୁ 720 ସ୍କୋର କରିଥିବା ପ୍ରାର୍ଥୀଙ୍କ ସଂଖ୍ୟା କିପରି ୬୭ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.