oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ଦେଶରେ ଆରମ୍ଭ ହେବ 5G ମୋବାଇଲ ସେବା, ପ୍ରଗତି ମଇଦାନରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ||

ନୀରଜ ଚୋପ୍ରାଙ୍କ ଆଉ ଏକ କମାଲ, ଫିନଲାଣ୍ଡରେ ଜିତିଲେ ସ୍ୱର୍ଣ୍ଣ ପଦକ, ବିଶ୍ୱ ଚାମ୍ପିଅନଙ୍କୁ ପଛରେ ପକାଇଲେ

18/06/2022 at 11:32 PM

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ୨୦୨୦ର ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ପୁଣି ଥରେ କମାଲ କରିଛନ୍ତି । ଫିନଲାଣ୍ଡରେ ଖେଳା ଯାଉଥିବା କୁଅର୍ତାନେ ଗେମ୍ସରେ ନୀରଜ ଚୋପ୍ରା ଶନିବାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ନୀରଜ ଚୋପ୍ରା ଏଠାରେ ରେକର୍ଡ ୮୬.୬୯ ମିଟର ଜାଭେଲିନ ଫିଙ୍ଗି ତ୍ରିନିଦାଦ ଆଣ୍ଡ ଟୋବାଗୋର କେଶୋର୍ନ ୱାଲକଟ୍ ଏବଂ ବିଶ୍ୱ ଚାମ୍ପିଅନ ଗ୍ରେନେଡାର ଆଣ୍ଡରସନ ପିଟର୍ସଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଚୋପ୍ରା ନିକଟରେ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ ।

ନୀରଜ ୮୬.୬୯ ମିଟର ଭାଲା ଫିଙ୍ଗି ଦମଦାର ଆରମ୍ଭ କରିଥିଲେ । ତାଙ୍କର ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇବା ପାଇଁ ଏହା ଯଥେଷ୍ଟ ଥିଲା । ନୀରଜଙ୍କ ଦ୍ୱିତୀୟ ଏବଂ ତୃତୀୟ ପ୍ରୟାସ ବିଫଳ ରହିଥିଲା କାରଣ ସେ ତିନି ଥର ହିଁ ଭାଲା ଫିଙ୍ଗିଥିଲେ । ଏହା ସତ୍ୱେ ଭାରତୀୟ ତାରକା ଆଥଲେଟ୍ ନୀରଜ ନିଜର ପ୍ରଥମ ପ୍ରୟାସରେ ହିଁ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛନ୍ତି । ୨୦୧୨ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ୱାଲକଟ୍ ୮୬.୬୪ ମିଟର ସହିତ ରୌପ୍ୟ ଏବଂ ପିଟର୍ସ ୮୪.୭୫ ମିଟର ସହିତ କାଂସ୍ୟ ପଦକ ଜିତିଛନ୍ତି । ଟୋକିଓ ଅଲିମ୍ପିକ୍ସ ପରେ ୨୪ ବର୍ଷୀୟ ନୀରଜଙ୍କ ଏହା ଦ୍ୱିତୀୟ ଟୁର୍ଣ୍ଣାମେଣ୍ଟ । ସେ ଟୋକିଓ ଅଲିମ୍ପିକ୍ସରେ ଆଥଲେଟିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇଥିଲେ ।

ନୀରଜ ଚୋପ୍ରାଙ୍କ ଏହି ସଫଳତାରେ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ବେଶ ଶତମୁଖ ହୋଇ ଉଠିଛନ୍ତି । ସେ ନୀରଜ ଚୋପ୍ରାଙ୍କ ଭିଡିଓ ଟୁଇଟ୍ କରିଛନ୍ତି । ଲେଖିଛନ୍ତି ନୀରଜଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି । ପୁଣି ଥରେ ସେ କମାଲ କରିଛନ୍ତି । ଏହା ପୂର୍ବରୁ ନୀରଜ ଫିନଲାଣ୍ଡରେ ଜାତୀୟ ରେକର୍ଡ ନିଜ ନାମରେ କରିଥିଲେ । ଏଠାରେ ଅନୁଷ୍ଠିତ ପାଭୋ ନୁରମୀ ଖେଳରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିଲେ । ସେ ୮୯.୩୦ ମିଟର ଜାଭେଲିନ ଫିଙ୍ଗି ନିଜର ଜାତୀୟ ରେକର୍ଡ ଭାଙ୍ଗିଥିଲେ ।

   Related Posts