Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗୋଲ୍ଡେନ ବୟଙ୍କ ଟାଇଟଲ୍‌ ଯାତ୍ରା, ନୀରଜଙ୍କ ଅଭ୍ୟାସ୍‌ ପାଇଁ କେତେ ଖର୍ଚ୍ଚ କରନ୍ତି ସରକାର ?

28/08/2023 at 4:47 PM

ନୂଆଦିଲ୍ଲୀ ୨୮।୦୮: ଭାରତୀୟ କ୍ରୀଡା ଇତିହାସରେ ଯୋଡିହେଲା ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ । ୱାର୍ଲଡ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ବର୍ଣ୍ଣ ଜିତିଲେ ଗୋଲ୍ଡେନ ବଏ । ଓ୍ବାର୍ଲ ଚ୍ୟାମ୍ପିଆନସିପ୍‌ ଫାଇନାଲ୍‌ରେ ନୀରଜ ଚୋପ୍ରା ପିଙ୍ଗିଲେ ୮୮.୧୭ ମିଟରର ଜାଭେଲିନ୍‌ । ଏହି ଟାଇଟାଲ୍‌ ହାତେଇବାରେ ସେ ପ୍ରଥମ ଭାରତୀୟ । କେବଳ ଏତିକି ନୁହେଁ ଅଲିମ୍ପିକ୍ସ ଏବଂ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିବାରେ ସେ ହେଉଛନ୍ତି ବିଶ୍ୱର ଦ୍ୱିତୀୟ ଜାଭେଲିନ୍ ଥ୍ରୋଅର୍ ।

କିନ୍ତୁ ଜାଣନ୍ତି କି ଦେଶର ଏହି ସୁନା ପୁଅ କେବେଠାରୁ ଆରମ୍ଭ କରିଛନ୍ତି ଟାଇଟଲ୍‌ ଦୌଡ । ଏମିତିକି ଗୋଲ୍ଡେନ୍‌ ବଏଙ୍କ ପ୍ରାକ୍ଟିସ୍‌ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଥାନ୍ତି ସରକାର ? ବୁଦାପେଷ୍ଟରେ ଅନୁଷ୍ଠିତ ପୁରୁଷ ଜାଭଲିନ୍ ଥ୍ରୋ ଫାଇନାଲରେ ପାକିସ୍ତାନୀ ପ୍ରତିଦ୍ବନ୍ଦୀ ଅର୍ଶଦ ନାଦିମଙ୍କୁ ହରାଇ ହାତେଇଛନ୍ତି ସ୍ୱର୍ଣ୍ଣ ପଦକ । ତେବେ ୭ ବର୍ଷ ପୂର୍ବେ ଟାଇଟଲ୍‌ ହାତେଇବା ଆରମ୍ଭ କରିଥିଲେ ନୀରଜ ଚୋପ୍ରା ।  

ପ୍ରଥମେ ୨୦୧୬ରେ ଜୁନିୟର ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନସିପରେ ଭାଗ ନେଇ ଜିତିଥିଲେ ସ୍ୱର୍ଣ୍ଣ ।  ମାତ୍ର  ୧୮ ବର୍ଷ ବୟସରେ ନୀରଜ ୮୬.୪୮ ମିଟର ସହିତ ଜୁନିଅର ୱାର୍ଲ୍ଡ ଆଥଲେଟିକ୍ସରେ ସୃଷ୍ଟି କରିଥିଲେ ରେକର୍ଡ । ନୀରଜ ୨୦୧୮ରେ ଲଗାତର ଦୁଇଟି ବଡ ଟାଇଟଲ୍ ହାତେଇଥିଲେ  । ପ୍ରଥମେ ନୀରଜ ଗୋଲ୍ଡ କୋଷ୍ଟ କମନୱେଲଥ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିଲେ । ଆଉ ପରେ ଜାକର୍ତ୍ତାରେ ଚାଲିଥିବା ଏସୀୟ ଗେମ୍ସରେ ମଧ୍ୟ ଜିତିଥିଲେ ସ୍ୱର୍ଣ୍ଣ ।

୨୦୨୧ରେ ଟୋକିଓ ଅଲିମ୍ପିକ୍ସରେ ୮୭.୫୮ମିଟର ଜାଭଲିନ୍‌ ଥ୍ରୋ କରି ନୀରଜ ଚାମ୍ପିୟନ ହୋଇଥିଲେ । ଏମିତିକି ୨୦୨୨ ଡାଇମଣ୍ଡ ଲିଗରେ ନଜର ଆସିଥିଲେ ନୀରଜ । ସେ ଏହି ଟ୍ରଫି ଜିତିବାରେ ମଧ୍ୟ ପ୍ରଥମ ଭାରତୀୟ ଆଥଲେଟ୍ ହୋଇଥିଲେ । କେବଳ ୨୦୨୨ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ଏପରି ଥିଲା ଯେଉଁଠାରେ ନୀରଜ ଚାମ୍ପିଅନ୍ ହୋଇପାରି ନଥିଲେ । କିନ୍ତୁ ସେ ସିଲ୍‌ଭର୍‌ ମେଡାଲ୍‌ ନିଜ ନାଁରେ କରିଥିଲେ । ଆଉ ଏକ ବର୍ଷ ପରେ ଏହି ଅଭାବକୁ ପୂରଣ କରିଛନ୍ତି ଗୋଲ୍ଡେନ୍‌ ବୟ ।

ସୁନା ପୁଅଙ୍କ ପ୍ରାକ୍ଟିସ୍‌ରେ ମୋଟା ଅଙ୍କର ଖର୍ଚ୍ଚ କରିଥାନ୍ତି ସରକାର । ନୀରଜ ଚୋପ୍ରାଙ୍କ ପାଇଁ ୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ଟୋକିଓ ଅଲମ୍ପିକ୍ସ ପାଇଁ । ଏହା ପରେ ହିଁ ନୀରଜ ଟୋକିଓ ଅଲମ୍ପିକ୍ସରେ ଭାରତ ପାଇଁ ଆଣିଥିଲେ ସ୍ବର୍ଣ୍ଣ ପଦକ । ଟୋକିଓ ପରେ ବୁଡାପେଷ୍ଟ ଯାଏଁ ଯାତ୍ରାରେ ଟ୍ରେନିଂ ପାଇଁ ସରକାରୀ ପାଣ୍ଠିରୁ ଖର୍ଚ୍ଚ ହୋଇଛି ମୋଟା ଅଙ୍କର ଟଙ୍କା ।

ଟୋକିଓ ଅଲମ୍ପିକ୍ସ ପରେ ଅନେକ ଦେଶରେ ଟ୍ରେନିଂ କରିଛନ୍ତି ନୀରଜ । ସେ ଆମେରିକା, ଫିନ୍‌ଲ୍ୟାଣ୍ଡ, ତୁର୍କିୀ ପରି ଦେଶକୁ ଯାଇ ଟେନିଂ ନେଇଥିଲେ । ୨୦୨୧-୨୨ ବର୍ଷରେ ନୀରଜଙ୍କର ଆମେରିକା ଟ୍ରେନିଂ କ୍ୟାମ୍ପ ଲାଗିଥିଲା । ତାଙ୍କ ପାଇଁ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା । ପୂର୍ବ ବର୍ଷ ୪ ସପ୍ତାହ ପାଇଁ ଫିନ୍‌ଲ୍ୟାଣ୍ଡରେ ନୀରଜଙ୍କ ଟ୍ରେନିଂ କ୍ୟାମ୍ପ ଲାଗିଥିଲା । ଆଉ ଏଥିପାଇଁ ଖର୍ଚ୍ଚ ହୋଇଥିଲା ପାଖାପାଖି ୧୦ ଲକ୍ଷ ଟଙ୍କା ।

ଓ୍ବାର୍ଲ୍ଡ ଆଥଲେଟିକ୍‌ ଚ୍ୟାମ୍ପିଆନ୍‌ସିପ୍‌ ୨୦୨୩ର ପ୍ରସ୍ତୁତି ପାଇଁ ନୀରଜ ତୁର୍କୀ ଯାଇଥିଲେ । ଯେଉଁଠାରେ ୪୪ଦିନ ପାଇଁ ଟ୍ରେନିଂ କ୍ୟାମ୍ପ ଲଗାଯାଇଥିଲା । ରିପୋର୍ଟ ଅନୁଯାୟୀ, ଏଠାରେ ପ୍ରତ୍ୟକ ଦିନ ନୀରଜଙ୍କ ପାଇଁ ପ୍ରାୟ ୫୦ ହଜାରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲା । ଏହାବାଦ୍‌ ଯେତେବେଳେ ନୀରଜ ତୁର୍କୀରେ ନିଜ ଟ୍ରେନିଂ ପିରିୟଡ୍‌ ଆଉ ବଢାଇଥିଲେ, ସେଥିପାଇଁ ଭାରତ ସରକାର ତାଙ୍କ ପାଇଁ ସାଢେ ୫ ଲକ୍ଷ ଟଙ୍କା ଦେଇଥିଲେ ।

You Can Read:

   Related Posts