ସ୍ବର୍ଣ୍ଣ ଜିତିଲେ ସୁନା ପୁଅ ନୀରଜ; ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | August 28, 2023 IST

ନୂଆଦିଲ୍ଲୀ: ବିଶ୍ବ ଆଥଲେଟ୍ସ ଚାମ୍ପିଅନସିପରେ ଇତିହାସ ରଚିଲେ ନୀରଜ ଚୋପ୍ରା । ଗୋଲ୍ଡେନ୍ ଥ୍ରୋ ଫିଙ୍ଗି ପୁଣି ଥରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତର ସୁନା ପୁଅ । ଜାଭେଲିନ୍ ଥ୍ରୋ ଫାଇନାଲରେ ୮୮.୧୭ ମିଟର ଥ୍ରୋ ପିଙ୍ଗି ରେକର୍ଡ କରିଛନ୍ତି । ପ୍ରଥମ ଭାରତୀୟ ଭାବେ ସେ ଏହି ସଫଳତା ହାସଲ କରିଛନ୍ତି । ଅଲିମ୍ପିକ୍ ବିଜେତା ନୀରଜ ଚୋପ୍ରା ବିଶ୍ବ ଆଥଲେଟ୍ସ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ଜତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍ କହିଛନ୍ତି, ଉତ୍କୃଷ୍ଠତାର ଉଦାହରଣ ହେଉଛନ୍ତି ନୀରଜ । ଦୃଢ ଇଚ୍ଛା ଶକ୍ତି, ସମର୍ପଣ, ସଠିକ୍ ଟାର୍ଗେଟ୍ ପାଇଁ ସେ ଏହି ସଫଳତା ପାଇଛନ୍ତି ବୋଲି ପିଏମ ମୋଦି କହିଛନ୍ତି ।  

wp:html /wp:html

ନୀରଜ ୮୮.୧୭ ମିଟର ଥ୍ରୋ କରି ପ୍ରଥମ ସ୍ଥାନ ଏବଂ ପାକିସ୍ତାନର ଅର୍ଶଦ ନଦୀମ ସିଜନର ଶ୍ରେଷ୍ଠ ପ୍ରଦର୍ଶନ କରି ତଥା ୮୭.୮୨ ମିଟର ଥ୍ରୋ କରି ରୌପ୍ୟ ପଦକ ହାସଲ କରିଛନ୍ତି । ଚେକ୍‌ ଗଣରାଜ୍ୟର ଜାକବ ଭାଲଡେଚ (୮୬.୬୭ ) ବ୍ରୋଞ୍ଜ ପଦକ ଜିତିଥିଲେ । ଓଡ଼ିଶାର କିଶୋର କୁମାର ଜେନା କ୍ୟାରିୟରରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ (୮୪.୭୭) ପଞ୍ଚମ ସ୍ଥାନରେ ରହିଥିଲେ ।

wp:embed {"url":"https://www.prameyanews7.com/neeraj-chopra-on-becoming-the-world-champion-in-javelin-throw/","type":"wp-embed","providerNameSlug":"prameya-news-7"}
https://www.prameyanews7.com/neeraj-chopra-on-becoming-the-world-champion-in-javelin-throw/
/wp:embed

ଅଲିମ୍ପିକ୍ସ ଚାମ୍ପିଅନ ନୀରଜଙ୍କର ଗୋଲ୍ଡେନ ଥ୍ରୋ ଉପରେ ସାରା ବିଶ୍ୱର ନଜର ରହିଥିଲା । ବୁଦାପେଷ୍ଟ ବିଶ୍ୱ ଚାମ୍ପିଅନସିପ୍‌ରେ ୩ ଭାରତୀୟ ଫାଇନାଲରେ ପ୍ରବେଶ କରି ନୂଆ ରେକର୍ଡ କରିଥିଲେ । ଡିପି ମନୁ ଏବଂ ଓଡ଼ିଶାର କିଶୋର କୁମାର ଜେନାଙ୍କ ପ୍ରଦର୍ଶନ ଦେଖିବା ନେଇ ସାରା ଦେଶ ଉତ୍ସୁକତାର ସହ ଅପେକ୍ଷା କରିଥିଲା । ନୀରଜ ପ୍ରଥମ ପ୍ରୟାସରେ ବିଫଳ ହୋଇଥିଲେ । କିନ୍ତୁ ଦ୍ୱିତୀୟ ପ୍ରୟାସରେ ସେ ୮୮.୧୭ ମିଟର ଥ୍ରୋ କରିଥିଲେ । ଯାହା ହିଁ ତାଙ୍କୁ ସ୍ୱର୍ଣ୍ଣ ଆଣି ଦେଇଥିଲା । ହେଲେ ମଧ୍ୟଭାଗରେ ନୀରଜ ଓ ପାକିସ୍ତାନର ନଦୀମଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.