ବୟସ୍କ ଫ୍ୟାନ୍‌ଙ୍କ ପାଦ ଛୁଇଁ ପ୍ରଣାମ କଲେ ଗୋଲ୍ଡ ମେଡାଲ ବିଜେତା ନୀରଜ ଚୋପ୍ରା: ଭିଡିଓ ଭାଇରାଲ ପରେ ଫ୍ୟାନ୍‌ଙ୍କ ଭୁରି ଭୁରି ପ୍ରଶଂସା

Published By : Prameya-News7 Bureau | July 01, 2022 IST

ନୂଆଦିଲ୍ଲୀ: ଆପଣ ଯେତେ ସଫଳ ହେଲେ ବି ଯଦି ଆପଣଙ୍କର ବ୍ୟକ୍ତିତ୍ୱ ଉତ୍ତମ ନାହିଁ ତେବେ ଆପଣ ଲୋକଙ୍କ ହୃଦୟରେ ଘର କରିପାରିବେ ନାହିଁ। ସଫଳତା ହେଲେ ହୁଏତ ଫ୍ୟାନ୍ସ ପ୍ରଶଂସା ମିଳିପାରେ ହେଲେ ହୃଦୟରେ ରହିବାକୁ ହେଲେ ପ୍ରଥମେ ହୃଦୟବାନ ହେବାକୁ ପଡ଼ିବ। ଆଉ ଏହିଭଳି ଏକ ସୁନ୍ଦର ହୃଦୟର ଅଧିକାରୀ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା। ସୁନ୍ଦର ହୃଦୟ ସାଙ୍ଗକୁ ନୀରଜ ଚୋପ୍ରା ଖୁବ ନମ୍ର ମଧ୍ୟ। ତାଙ୍କ ନମ୍ରତାର ଏମିତି ଅନେକ ଉଦାହରଣ ରହିଛି। ହେଲେ ଆମେ ଆପଣଙ୍କୁ ଆଉ ଗୋଟିଏ ଉତ୍କୃଷ୍ଟ ଉଦାହରଣ ଦେଖାଇବୁ।

ଟୋକିଓ ଅଲମ୍ବିକ୍‌ରେ ଗୋଲ୍ଡ ମେଡାଲ ଜିତିଥିବା ନୀରଜ ଚୋପ୍ରା ସ୍ୱିଡେନ୍ ଷ୍ଟକ୍‌ହୋମ୍ ଡାଇମଣ୍ଡ ଲିଗ୍‌ରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ଖେଳ ସାରି ଫେରୁଥିବା ବେଳେ ଫ୍ୟାନ୍‌ମାନଙ୍କ ସହ ତାଙ୍କର ଉତ୍ତମ ବ୍ୟବହାର ସମସ୍ତଙ୍କ ହୃଦୟ ଜିତିଛି। ଖେଳ ସରିବା ପରେ କିଛି ଭାରତୀୟ ଫ୍ୟାନ୍ ଓ ବିଦେଶୀ ଫ୍ୟାନ୍ ଆସି ତାଙ୍କୁ ଦେଖା କରିବା ସହ ତାଙ୍କ ସହ ଫୋଟ ଉଠାଇଥିଲେ। ସେଥିମଧ୍ୟରୁ ଜଣେ ବୟସ୍କ ଫ୍ୟାନ୍ ମଧ୍ୟ ଥିଲେ। ନୀରଜ କାହାକୁ ମନା ନ କରି ସମସ୍ତଙ୍କ ସହ ଫଟୋ ଉଠାଇବା ସହିତ ସମସ୍ତଙ୍କୁ ଏକଦମ ମେଳିପି ହୋଇ କଥା ହୋଇଥିଲେ।

wp:html /wp:html

ଯିବାକୁ ସମୟ ହେବାରୁ ସେ ବଡ଼ ନମ୍ରତାର ସହ ଫ୍ୟାନ୍ମାନଙ୍କ ଠାରୁ ବିଦାୟ ନେଇଥିଲେ। ଖେଳ ପାଇଁ ପ୍ରସ୍ତୁତି କରିବାର ଅଛି ବୋଲି ବିଦାୟ ନେଲାବେଳେ ମସ୍ତ ଯୁବ ଫ୍ୟାନ୍‌ଙ୍କ ସହ ସେ ହାତ ମିଳାଇଥିଲେ। ହେଲେ ସେଠାରେ ଉପସ୍ଥିତ ଥିବା ବୟସ୍କ ଫ୍ୟାନ୍‌ଙ୍କୁ ପାଦ ଧରି ପ୍ରମାଣ କରିଥିଲେ। ଜଣେ ଫ୍ୟାନ୍‌ ଏହି ଭିଡିଓକୁ ରେକର୍ଡ କରିବା ସହିତ ନୀରଜକୁ ଡାଉନ୍‌-ଟୁ ଆର୍ଥ ବୋଲି କହିଥିଲେ।

ଏହି ଭିଡିଓ ଟ୍ୱିଟରରେ ପଡ଼ିବା ପରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଲୋକେ ନୀରଜଙ୍କର ନମ୍ରତାକୁ ଖୁବ୍ ପ୍ରଶଂସା କରିଛନ୍ତି। ବିଦେଶୀ ଫ୍ୟାନ୍‌ମାନେ ମଧ୍ୟ ତାଙ୍କର ଉତ୍ତୋରତ୍ତର ଉନ୍ନିତୀ କାମନା କରିଛନ୍ତି।  

ସୂଚନା ଥାଉକି, ଅଲମ୍ବିକ୍‌ରେ ଗୋଲ୍ଡ ମେଡାଲ ଜିତିବା ପରଠାରୁ ନୀରଜ ବିଦେଶରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ସ୍ୱିଡେନ୍‌ରେ ଷ୍ଟୋକ୍‌ହୋମ୍‌ରେ ଆୟୋଜିତ୍ ଡାଇମାଣ୍ଡ ଲିଗ୍‌ରେ ଜାଭଲୀନ ଥ୍ରୋରେ ନିରଜ ନିଜର ପୂର୍ବ ରେକର୍ଡ ଭାଙ୍ଗିଛନ୍ତି। ଜୁନ ମାସରେ ଫିଲ୍‌ଲ୍ୟାଣ୍ଡେରେ ମଧ୍ୟ ସେ ଅଲମ୍ପିକ ରେକର୍ଡ ଭାଙ୍ଗି ଜାଭଲୀନ ଫିଙ୍ଗିଥିଲେ। ଗୋଟିଏ ମାସ ଭିତରେ ନୀରଜ ଦୁଇତର ନିଜର ରେକର୍ଡ ଭାଙ୍ଗିଲେଣି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.