scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପ୍ : ନୀରଜଙ୍କ ଗୋଲଡେନ୍ ଥ୍ରୋ, ୮୮.୧୭ମିଟର ଥ୍ରୋ କରି ଜିତିଲେ ସ୍ବର୍ଣ୍ଣ

28/08/2023 at 7:50 AM

ନୂଆଦିଲ୍ଲୀ ୨୮।୦୮ : ଇତିହାସ ରଚିଲେ ନୀରଜ ଚୋପ୍ରା । ଟୋକିଓ ଅଲିମ୍ପିକ୍ସ ପରେ ପୁଣି ଥରେ ନୀରଜ ଚୋପ୍ରା ବିଶ୍ୱ ଜାଭେଲିନ ଥ୍ରୋରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଛନ୍ତି । ଆଉ ଦେଶ ପାଇଁ ରଚିଛନ୍ତି ନୂଆ ଇତିହାସ । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଜିତିଛନ୍ତି ସ୍ୱର୍ଣ୍ଣ । ପ୍ରଥମ ଭାରତୀୟ ଭାବେ ସେ ଏହି ସଫଳତା ହାସଲ କରିଛନ୍ତି ।

ନୀରଜ ୮୮.୧୭ ମିଟର ଥ୍ରୋ କରି ପ୍ରଥମ ସ୍ଥାନ ଏବଂ ପାକିସ୍ତାନର ଅର୍ଶଦ ନଦୀମ ସିଜନର ଶ୍ରେଷ୍ଠ ପ୍ରଦର୍ଶନ (୮୭.୮୨ ମିଟର) ଦେଇ ରୌପ୍ୟ ଲାଭ କରିଥିଲେ । ଚେକ୍‌ ଗଣରାଜ୍ୟର ଜାକବ ଭାଲଡେଚ (୮୬.୬୭ ) ବ୍ରୋଞ୍ଜ ପଦକ ଜିତିଥିଲେ । ଓଡ଼ିଶାର କିଶୋର କୁମାର ଜେନା କ୍ୟାରିୟରରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ (୮୪.୭୭) ପଞ୍ଚମ ସ୍ଥାନରେ ରହିଥିଲେ । ଅଲିମ୍ପିକ୍ସ ଚାମ୍ପିଅନ ନୀରଜଙ୍କର ଗୋଲ୍ଡେନ ଥ୍ରୋ ଉପରେ ସାରା ବିଶ୍ୱର ନଜର ରହିଥିଲା । ବୁଦାପେଷ୍ଟ ବିଶ୍ୱ ଚାମ୍ପିଅନସିପ୍‌ରେ ୩ ଭାରତୀୟ ଫାଇନାଲରେ ପ୍ରବେଶ କରି ନୂଆ ରେକର୍ଡ କରିଥିଲେ । ଡିପି ମନୁ ଏବଂ ଓଡ଼ିଶାର କିଶୋର କୁମାର ଜେନାଙ୍କ ପ୍ରଦର୍ଶନ ଦେଖିବା ନେଇ ସାରା ଦେଶ ଉତ୍ସୁକତାର ସହ ଅପେକ୍ଷା କରିଥିଲା । ନୀରଜ ପ୍ରଥମ ପ୍ରୟାସରେ ବିଫଳ ହୋଇଥିଲେ । କିନ୍ତୁ ଦ୍ୱିତୀୟ ପ୍ରୟାସରେ ସେ ୮୮.୧୭ ମିଟର ଥ୍ରୋ କରିଥିଲେ । ଯାହା ହିଁ ତାଙ୍କୁ ସ୍ୱର୍ଣ୍ଣ ଆଣି ଦେଇଥିଲା । ହେଲେ ମଧ୍ୟଭାଗରେ ନୀରଜ ଓ ପାକିସ୍ତାନର ନଦୀମଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା ।

ନଦୀମ ଆରମ୍ଭରୁ ୨ଟି ପ୍ରୟାସରେ (୭୪.୮୦ ଏବଂ ୮୨.୮୧ ମିଟର) ସେମିତି ଭଲ ପ୍ରଦର୍ଶନ ଦେଇ ପାରିନଥିଲେ । କିନ୍ତୁ ତୃତୀୟ ପ୍ରୟାସରେ ୮୭.୮୨ ଥ୍ରୋ କରି ନୀରଜଙ୍କ ନିକଟତର ହୋଇଥିଲେ । ତେବେ ନୀରଜଙ୍କ ପରବର୍ତ୍ତୀ ୨ଟି ଥ୍ରୋ (୮୬.୩୨ ଏବଂ ୮୪.୬୪) ମଧ୍ୟ ଭଲ ନଥିଲା । ନଦୀମ ପଞ୍ଚମ ପ୍ରୟାସରେ ୮୭.୧୫ ମିଟର, ଷଷ୍ଠରେ ବିଫଳ ଏବଂ ଅନ୍ତିମ ପ୍ରୟାସରେ ୮୧.୮୬ ମିଟରରେ ସୀମିତ ରହିବା ପରେ ନୀରଜଙ୍କ ସ୍ୱର୍ଣ୍ଣ ନିଶ୍ଚିତ ହୋଇଯାଇଥିଲା । ପଞ୍ଚମ ପ୍ରୟାସରେ ସେ ୮୭.୭୩ ଓ ଅନ୍ତିମ ପ୍ରୟାସରେ ୮୩.୯୮ ମିଟର ଥ୍ରୋ କରିଥିଲେ ।

ବିଶ୍ୱ ଚାମ୍ପିଅନସିପ୍‌ରେ ଏହା ନୀରଜଙ୍କର ଦ୍ୱିତୀୟ ପଦକ । ୨୦୨୨ ସଂସ୍କରଣରେ ରୌପ୍ୟ ଏବଂ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିଲେ । ଡିପି ମନୁ ୮୪.୧୪ ମିଟର ଥ୍ରୋ କରି କିଶୋରଙ୍କ ପଛକୁ ଷଷ୍ଠ ସ୍ଥାନରେ ରହିଥିଲେ । କିଶୋର ୭୫.୭୦ ମିଟରରୁ ଥ୍ରୋ ଆରମ୍ଭ କରିଥିଲେ । ଦ୍ୱିତୀୟ ପ୍ରୟାସରେ ୮୨.୮୨ ମିଟର ଅତିକ୍ରମ କରିଥିଲେ । ତୃତୀୟରେ ବିଫଳ ହେବା ପରେ ଚତୁର୍ଥରେ ୮୦.୧୯ ମିଟର ଫିଙ୍ଗିଥିଲେ । ମାତ୍ର ପଞ୍ଚମ ପ୍ରୟାସରେ କିଶୋର ଦେଇଥିଲେ କ୍ୟାରିୟରରେ (୮୪.୭୭) ଶ୍ରେଷ୍ଠ ପ୍ରଦର୍ଶନ । ପ୍ରଥମ ଓଡ଼ିଆ ଜାଭେଲିନ ଥ୍ରୋୟର ଭାବେ ବିଶ୍ୱ ଚାମ୍ପିଅନସିପ୍‌କୁ ଯୋଗ୍ୟତା ହାସଲ କରିଥିଲେ । ପୁଣି ଫାଇନାଲରେ ପ୍ରବେଶ କରି ପଞ୍ଚମ ସ୍ଥାନ ହାସଲ କରିବା ଓଡ଼ିଶା ଆଥଲେଟିକ୍‌ କ୍ରୀଡ଼ା ଇତିହାସରେ ଏକ ବିରଳ କୃତିତ୍ୱ ଥିଲା ।

   Related Posts