ନୀରଜ ଚୋପ୍ରାଙ୍କୁ ସେକ୍ସ ଲାଇଫ୍ ବିଷୟରେ ପଚରାଗଲା ବାଜେ ପ୍ରଶ୍ନ: ସରି କହି ଓହରିଗଲେ ଗୋଲ୍ଡେନ୍ ବଏ, ରାଗିଗଲେ ସୋସିଆଲ ମିଡ଼ିଆ ୟୁଜର୍ସ

Published By : Prameya-News7 Bureau | September 05, 2021 IST

ନୂଆଦିଲ୍ଲୀ ୦୫/୦୯ : ଟୋକିଓ ଅଲିମ୍ପିକ୍ସର 'ଗୋଲ୍ଡେନ୍ ବଏ' ନୀରଜ ଚୋପ୍ରା ଫେରିବା ଦିନଠାରୁ କ୍ରମାଗତ ଭାବରେ ଅନେକ ସ୍ୱାଗତ ସମାରୋହ ଏବଂ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଏହି ସମୟ ମଧ୍ୟରେ, ଅନେକ ଥର ନୀରଜ ମଧ୍ୟ ଅସହଜ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଶନିବାର ଦିନ ମଧ୍ୟ ଏହିଭଳି ଏକ ଘଟଣା ଘଟିଥିଲା। ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମ ସମୟରେ ଇତିହାସକାର ରାଜୀବ ସେଠୀ ନୀରଜଙ୍କୁ ତାଙ୍କ ସେକ୍ସ ଲାଇଫ ବିଷୟରେ ଏକ ବାଜେ ପ୍ରଶ୍ନ ପଚାରିଥିଲେ। ତେବେ ନୀରଜ ସେଠୀଙ୍କୁ ସରି କହି ଏହି ପ୍ରଶ୍ନର ଉତ୍ତର ଦେବାକୁ ମନା କରି ଦେଇଥିଲେ।

କିଛି ଦିନ ପୂର୍ବରୁ ନୀରଜଙ୍କ ଏକ ସାକ୍ଷାତକାରର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭର୍ଚୁଆଲ୍ ଇଭେଣ୍ଟରେ ନୀରଜଙ୍କୁ ଜୁମ୍ କଲ୍ ରେ ଦେଖିବାକୁ ମିଳିଥିଲା ​​ଏବଂ ଆରଜେ ମାଲିଶ୍କାଙ୍କ ସମେତ କିଛି ଯୁବତୀ ମୁମ୍ବାଇର ରେଡ୍ ଏଫ୍ଏମ୍ କାର୍ଯ୍ୟାଳୟରେ ବଲିଉଡ ଗୀତ "ଉଡେ ଜବ୍-ଜବ୍ ଜୁଲଫେନ୍ ତେରୀ ....." ଗୀତରେ ନାଚୁଥିବାର ନଜର ଆସିଥିଲେ।

ନୀରଜ ଚୋପ୍ରା 'ଇଣ୍ଡିଆନ୍ ଏକ୍ସପ୍ରେସ'ର ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ରେସଲର ବଜରଙ୍ଗ ପୁନିଆ ମଧ୍ୟ ଉପସ୍ଥିତ ଥିଲେ, ଯେଉଁଥିରେ ଇତିହାସକାର ରାଜୀବ ସେଠୀ ନୀରଜଙ୍କୁ ପ୍ରଶ୍ନ ପଚାରିଥିଲେ, "ଆଥଲେଟିକ୍ସରେ ଯେପରି ଆପଣଙ୍କର ପ୍ରଶିକ୍ଷଣ ହେଉଛି ଆପଣ ଏହାକୁ ନିଜର ସେକ୍ସ ଲାଇଫ ସହିତ କିଭଳି ସନ୍ତୁଳିତ କରିବେ। ମୁଁ ଜାଣେ ଏହା ଠିକ ପ୍ରଶ୍ନ ନୁହେଁ, କିନ୍ତୁ ଏହା ପଛରେ ଗମ୍ଭୀର ପ୍ରଶ୍ନ ମଧ୍ୟ ଲୁଚି ରହିଛି। ପ୍ରଶ୍ନ ପଚାରିବା ପୂର୍ବରୁ ସେଠୀ ଏହା ମଧ୍ୟ କହିଛନ୍ତି ଯେ ଅନେକ ଲୋକ ଆପଣଙ୍କୁ ଏହି ପ୍ରଶ୍ନ ପଚାରିବାକୁ ଚାହାଁନ୍ତି କିନ୍ତୁ ଦ୍ୱିଧାବୋଧ ହେତୁ ସେମାନେ ପଚାରି ପାରୁନାହାନ୍ତି।"

ରାଜୀବ ସେଠୀଙ୍କ ପ୍ରଶ୍ନ ପରେ ନୀରଜ ନିଜକୁ ଅସହଜ ଅନୁଭବ କରିଥିଲେ। ସେ ଜବାବରେ କହିଥିଲେ, 'ସାର ମୁଁ କ୍ଷମା ଚାହୁଁଛି, ମୁଁ ଆପଣଙ୍କୁ ସରି କହୁଛି, ଏଥିରୁ ଆପଣ ମୋର ଜବାବ ବି ଜାଣିସାରିଥିବେ |'

ଏହା ପରେ ମଧ୍ୟ ସେଠୀ ପ୍ରଶ୍ନ ପଚାରି ଚାଲିଥିଲେ। ସେ ନୀରଜଙ୍କୁ ପଚାରିଥିଲେ, "କ୍ରୀଡା ଖେଳୁଥିବା ସମସ୍ତ ଖେଳାଳିମାନଙ୍କ ପାଇଁ ସେକ୍ସ ସ୍ୱାଭାବିକ। ଆପଣ କୁହନ୍ତୁ ଅଣାନ କିଭଳି ଆଥଲେଟିକ୍ସ ତାଲିମ ଏବଂ ସେକ୍ସ ଲାଇଫକୁ ସନ୍ତୁଳିତ କରି ରଖନ୍ତି। ମୋର ଏହି ପ୍ରଶ୍ନରେ ଅନେକ ବାର୍ତ୍ତା ଅଛି।" ଏହା ପରେ ନୀରଜ ଏହି ପ୍ରୋଗ୍ରାମର ହୋଷ୍ଟକୁ ପଚାରିଥିଲେ ଯେ ସେ ଏହି ପ୍ରଶ୍ନର ଉତ୍ତର ଦିଅନ୍ତୁ। ଯେଉଁଥିରେ ହୋଷ୍ଟ ସେଠୀଙ୍କୁ କହିଥିଲେ ଯେ ନୀରଜ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଚାହୁଁନାହାଁନ୍ତି। ଏହା ପରେ ସେଠୀ ମଧ୍ୟ ପ୍ରଶ୍ନ ପଚାରି କ୍ଷମା ମାଗିଥିଲେ।

wp:embed {"url":"https://twitter.com/i/status/1433825977667182592","type":"rich","providerNameSlug":"twitter","responsive":true}
https://twitter.com/i/status/1433825977667182592
/wp:embed

କାର୍ଯ୍ୟକ୍ରମରେ ନୀରଜଙ୍କୁ ଏହିଭଳି ପ୍ରଶ୍ନ ପଚାରିଥିବାରୁ ସୋସିଆଲ ମିଡ଼ିଆରେ ୟୁଜର୍ସ ସେଠୀଙ୍କୁ ସମାଲୋଚନା କରିଛନ୍ତି। ଲୋକେ କହିଛନ୍ତି ଯେ, ଏହା ଅତ୍ୟନ୍ତ ଲଜ୍ଜାଜନକ। ଲୋକେ କହିଛନ୍ତି, ନୀରଜଙ୍କ ସହ ଯେଉଁଭଳି ବ୍ୟବହାର କରାଯାଉଛି, ସେଥିପାଇଁ ସେମାନେ ଦୁଃଖିତ। କେତେବେଳେ ତାଙ୍କ ସେକ୍ସ ଲାଇଫକୁ ନେଇ ପ୍ରଶ୍ନ କରାଯାଉଛି ତ କେତେବେଳେ ଗାର୍ଲଫ୍ରେଣ୍ଡକୁ ନେଇ, ପୁଣି କେତେବେଳେ ଯୁବତୀମାନେ ତାଙ୍କ ସମ୍ମୁଖରେ ଡ୍ୟାନ୍ସ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.