ସ୍ବାମୀଙ୍କଠୁ ଅଲଗା ହେଲେ ନୀନା ଗୁପ୍ତାଙ୍କ ଝିଅ ମାସାବା : ପ୍ରସିଦ୍ଧ ଫିଲ୍ମ ନିର୍ମାତାଙ୍କୁ କରିଥିଲେ ବିବାହ
4/03/2020 at 3:55 PM

ମୁମ୍ବାଇ ୪/୩: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ ଏବଂ ଫ୍ୟାଶନ୍ ଡିଜାଇନର ମାସାବା ଗୁପ୍ତାଙ୍କ ତାଙ୍କ ସ୍ବାମୀ ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଧୁ ମାଣ୍ଟେନାଙ୍କ ସହ ବିବାହ ବିଚ୍ଛେଦ ହୋଇଯାଇଛି। ୨୦୧୮ମସିହାରେ ମାସାବା ଏବଂ ମଧୁ ମାଣ୍ଟେନା ପରସ୍ପରଠୁ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ। ୨୦୧୯ମସିହାରେ ଦୁହେଁ ଆପୋଷ ବୁଝାମଣାରେ ଛାଡ଼ପତ୍ର ପାଇଁ କେସ୍ ଫାଇଲ୍ କରିଥିଲେ। ଏହା ପରେ ମାସାବା ଗୁପ୍ତା ଏବଂ ମଧୁ ମାଣ୍ଟେନାଙ୍କୁ ବାନ୍ଦ୍ରା ଫ୍ୟାମିଲି କୋର୍ଟ ବିଚ୍ଛେଦକୁ ମଞ୍ଜୁରୀ ଦେଇଛନ୍ତି।

ଗତ ବର୍ଷ ୨୦୧୯ରେ ମାସାବା ଗୁପ୍ତା ଏବଂ ମଧୁ ମାଣ୍ଟେନା ଡିଭୋର୍ସ ଫାଇଲ୍ କରିଥିଲେ। ଉଭୟଙ୍କ ସମ୍ପର୍କ ଦିନକୁ ଦିନ ଖରାପ ହୋଇ ଚାଲିଥିଲା। ନିଜେ ମାସାବା ସୋସିଆଲ ମିଡିଆରେ ଏହା ବିଷୟରେ ସୂଚନା ଦେଇଥିଲେ।

ମାସାବା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଫ୍ୟାଶନ ଡିଜାଇନର। ମଧୁ ମାଣ୍ଟେନା ଜଣେ ପ୍ରସିଦ୍ଧ ଫିଲ୍ମ ନିର୍ମାତା। ମଧୁ ‘ଗଜନୀ’,‘ରଣ’ ଏବଂ ‘ମୌସମ୍’ ଭଳି ଫିଲ୍ମର ପ୍ରଯୋଜନା କରିଛନ୍ତି। ମାସାବା ,ନୀନା ଗୁପ୍ତା ଏବଂ ଓ୍ବେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର ଭିଭିଆନ୍ ରିଚାର୍ଡ଼ସଙ୍କ ଝିଅ।
