ବୟଫ୍ରେଣ୍ଡ ସତ୍ୟଦୀପ୍ଙ୍କୁ ବିବାହ କଲେ ମାସାବା ଗୁପ୍ତା, ଫଟୋ ସେୟାର କରି କହିଲେ ଏମିତି
27/01/2023 at 1:05 PM

ମୁମ୍ବାଇ ୨୭।୦୧: ବଲିଉଡ ଇଣ୍ଡଷ୍ଟ୍ରିରୁ ଏବେ ଲଗାତାର ଭଲ ଖବର ସାମ୍ନାକୁ ଆସିଛି। ଭେଟେରାନ୍ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ ତଥା ଫ୍ୟାଶନ୍ ଡିଜାଇନର୍ ମାସାବା ଗୁପ୍ତା ତାଙ୍କ ପ୍ରେମିକା ତଥା ଅଭିନେତା ସତ୍ୟଦୀପ ମିଶ୍ରାଙ୍କୁ ବିବାହ କରିଛନ୍ତି। ମାସାବା ଗୁପ୍ତା ଏବଂ ସତ୍ୟଦୀପ ମିଶ୍ର ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ। ଏହି ନବଦମ୍ପତି ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି। କହିବାକୁ ଗଲେ ସତ୍ୟଦୀପମିଶ୍ର ଏବଂ ମାସାବାଙ୍କର ଏହା ହେଉଛି ଦ୍ୱିତୀୟ ବିବାହ।
ମାସାବା ଏବଂ ସତ୍ୟଦୀପ ନିଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସମାନ ଫଟୋ ଏବଂ ସମାନ କ୍ୟାପସନ୍ ଲେଖିଛନ୍ତି। ଗୋଟିଏ ଫଟୋରେ ଉଭୟ କ୍ୟାମେରା ଆଗରେ ଏବଂ ଦ୍ୱିତୀୟ ଫଟୋରେ ଉଭୟ ପରସ୍ପରର ଆଖିକୁ ଚାହିଁ ରହିଛନ୍ତି । ଏହା ସହିତ ସୁନ୍ଦର କ୍ୟାପସନ୍ ଲେଖାଯାଇଛି।
ଉଲ୍ଲେଖନୀୟ କଥା ହେଉଛି, ମାସାବା ଗୁପ୍ତା ନିର୍ମାତା ମଧୁ ମଣ୍ଟେନାଙ୍କୁ ୨୦୧୫ରେ ବିବାହ କରିଥିଲେ। ୨୦୧୯ରେ ଉଭୟ ଛାଡପତ୍ର ନେଇଥିଲେ। ଏଥି ସହିତ ସତ୍ୟଦୀପ ୨୦୦୯ ମସିହାରେ ଅଭିନେତ୍ରୀ ଅଦିତି ରାଓ ହାଇଦରୀଙ୍କୁ ବିବାହ କରିଥିଲେ। ୨୦୧୩ରେ ଉଭୟ ଛାଡପତ୍ର ହୋଇଥିଲେ। ମାସାବା ଏବଂ ସତ୍ୟଦୀପ ନେଟଫ୍ଲିକ୍ସର ୱେବ୍ ସିରିଜ୍ ‘ମାସାବା ମାସାବା’ରେ କାମ କରିଥିଲେ। ଏହି ୱେବ୍ ସିରିଜରେ ଦୁହେଁ ସ୍ୱାମୀ-ସ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ। ବର୍ତ୍ତମାନ ଉଭୟ ବିବାହ କରିଛନ୍ତି।