scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସକାଳୁ ଖାଲିପେଟରେ ଖାଆନ୍ତୁ ନିମ୍ଵପତ୍ର, ଦୂର ହୋଇଯିବ ଏହି ସବୁ ସମସ୍ୟା

1/10/2023 at 3:14 PM

ନୂଆଦିଲ୍ଲୀ ୦୧।୧୦: ନିମ୍ୱପତ୍ର ସ୍ୱାଦରେ ପିତା ଲାଗୁଥିଲେ ମଧ୍ୟ ଏଥିରେ ଭରପୂର ଔଷଧିୟ ରୁଣ ରହିଛି । ଯାହା ଶରୀର ପାଇଁ ଖୁବ୍ ଲାଭଦାୟକ । ଆୟୁର୍ବେଦ ମୁତାବକ, ସକାଳେ ଖାଲି ପେଟରେ ଏହାକୁ ଖାଇବା ଫଳରେ ଅନେକ ରୋଗରୁ ଆଶ୍ୱସ୍ଥି ମିଳିଥାଏ । ଖାଲିପେଟରେ ନିମ୍ୱପତ୍ର ଖାଇଲେ କେଉଁସବୁ ଲାଭ ମିଳେ ଆସନ୍ତୁ ଜାଣିବା । 

ବ୍ଲଡ୍ ସୁଗାର ନିୟନ୍ତ୍ରଣ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଯୋଗୁଁ ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗୁଛି । ଅନେକ ଲୋକ ଏଥିପାଇଁ ଘରୋଇ ଉପଚାର ମଧ୍ୟ କରିଥିବା ଦେଖାଯାଉଛି । ଏହି ଘରୋଇ ଉପାୟ ମଧ୍ୟରୁ ଗୋଟିଏ ହେଉଛି ସକାଳୁ ଖାଲିପେଟରେ ନିମ୍ୱପତ୍ର ଖାଇବା । ଏଭଳି କରିବା ଫଳରେ ଏହା ବ୍ଲଡ୍ ସୁଗାର ନିୟନ୍ତ୍ରଣ କରିବାରେ ସହାୟକ ହୁଏ ।

ରକ୍ତ ସଫା ରଖେ ନିମ୍ୱପତ୍ରରେ ଅନେକ ଔଷଧିୟ ଗୁଣ ଥିବାରୁ ଏହା ରକ୍ତ ସଫା ରଖିବାରେ ସାହାଯ୍ୟ କରେ । ଏହା ରକ୍ତରୁ ଟକ୍ସିନ୍‌କୁ ବାହାର କରି ଡିଟକ୍ସ କରିଥାଏ । ରକ୍ତ ସଫା ରହିଲେ କୌଣସି ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା କମିଯାଏ । 

ପେଟ ପାଇଁ ଲାଭଦାୟକ ନିମ୍ୱପତ୍ର କେବଳ ତ୍ୱଚା ପାଇଁ ଉପକାରୀ ନୁହେଁ, ପେଟ ପାଇଁ ମଧ୍ୟ ଏହା ବେଶେ ଲାଭଦାୟକ । ଏଥିରେ ଥିବା ଔଷଧିୟ ଗୁଣ ଏସିଡିଟି ପାଇଁ ଖୁବ୍ ଉପଯୋଗୀ । ସକାଳେ ଖାଲିପେଟରେ ପାଣିରେ ନିମ୍ୱପତ୍ର ଫୁଟାଇ ପିଇବା ଫଳରେ ଏସିଡିଟି ଓ ପେଟ ଯନ୍ତ୍ରଣା ଭଳି ସମସ୍ୟା ଦୂର ହୁଏ। 

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ- ନିମ୍ୱପତ୍ରର ପେଷ୍ଟ ବନାଇ ଏହାର ରସକୁ ପିଇବା ଖୁବ୍ ଲାଭଦାୟକ । ସବୁବେଳେ ତାଜା ନିମ୍ୱପତ୍ରର ରସ ସେବନ କରିବା ଭଲ । ନିମ୍ୱପତ୍ରକୁ ତାୱାରେ ଭାଜିବା ପରେ ଏଥିରେ ରସୁଣ ଓ ସୋରିଷ ତେଲ ମିଶାଇ ଭାତ ସହ ଏହାକୁ ଖାଇପାରିବେ । 

-ନିମ୍ୱପତ୍ର ସେବନ କରିବା ସମୟରେ ଧ୍ୟାନ ଦିଅନ୍ତୁ। ଏକା ଥରକରେ ଅଧିକ ନିମ୍ୱପତ୍ର ଖାଇବା ଅନୁଚିତ୍ । ସବୁବେଳେ କମ୍ ମାତ୍ରାରେ ନିମ୍ୱପତ୍ର ଖାଇବା ଭଲ।

   Related Posts