ଆପଣ ଜାଣିଛନ୍ତି କି ଗର୍ଭନିରୋଧକର କାମ କରିଥାଏ ଏହି ଗଛର ପତ୍ର

Published By : Prameya-News7 Bureau | January 27, 2019 IST

ଭାରତୀୟ ଉପମହାଦ୍ବୀପର ଶୁଷ୍କ ଏବଂ ଅର୍ଦ୍ଧଶୁଷ୍କ ଜଳବାୟୁ ଅଞ୍ଚଳରେ ହେଉଥିବା ନିମ୍ବ ଗଛ ଔଷଧୀୟ ଗୁଣର ଭଣ୍ଡାର ହୋଇଥାଏ। ଏହି ଗଛ ଭାରତ ଛଡ଼ା ଦକ୍ଷିଣ-ପୂର୍ବ ଏସିଆ, ମଧ୍ୟ ଆମେରିକା, ଆଫ୍ରିକା,ଫିଜି,ମରିସସ,ସାଉଦି ଆରବ,ଫିଲିପାଇନ୍ସ ଏବଂ ଅନ୍ୟ ଦେଶରେ ଦେଖିବାକୁ ମିଳିଥାଏ। ନିମ୍ବ ଗଛର ପ୍ରତ୍ୟେକ ଅଙ୍ଗ ଯଥା ପତ୍ର,ଫୁଲ,ଫଳ,ଛାଲ ଏବଂ ଶାଖା ଆଦି ଔଷଧ ଭାବେ ବ୍ୟବହାର କରାଯାଇଥାଏ। ନିମ୍ବ ଫଳରୁ ମଞ୍ଜି ବାହାରିଥାଏ ଯେଉଁଥିରୁ ତେଲ ମିଳିଥାଏ। ନିମ୍ବ ଗଛର କାଣ୍ଡରୁ ଅଠା ମିଳିଥାଏ। ଏହା ମଧ୍ୟ ଔଷଧ ଭାବେ ବ୍ୟବହାର କରାଯାଇଥାଏ।

{"id":78657,"width":577,"height":433}

ଆର୍ୟୁବେଦ ଶାସ୍ତ୍ର ଅନୁସାରେ ନିମ୍ବ ହାଲୁକା କଡ଼ା,କଷା ଏବଂ ଶୀତଳ ହୋଇଥାଏ। ଏହା ୩ପ୍ରକାରର ଦୋଷ ବାତ,ପିତ୍ତ ଏବଂ କଫ ଆଦି ବିକାରକୁ ସମୂଳେ ନାଶ କରିଥାଏ। ଏହା କୋଷ୍ଠକାଠିନ୍ୟ,ମ୍ୟାଲେରିଆ,କାମଳ,କୁଷ୍ଠ,ମୁଣ୍ଡବ୍ୟଥା,ଦାନ୍ତ ସମ୍ବନ୍ଧୀୟ ରୋଗ ଏବଂ ତ୍ବଚାଜନିତ ସମସ୍ୟା ପାଇଁ ଲାଭଦାୟକ ହୋଇଥାଏ। ଏହା ଏକ ଉତ୍ତମ ରକ୍ତ ବିଶୁଦ୍ଧକାରୀ ଏବଂ ଜୀବାଣୁନାଶକ ହୋଇଥାଏ।

{"id":78659,"width":603,"height":338}

ୟୁନାନି ଚିକିତ୍ସା ପଦ୍ଧତି ଅନୁସାରେ ନିମ୍ବର ତାସିର ଅତ୍ୟନ୍ତ ଉଷ୍ମ ହୋଇଥାଏ। ଉପଦଂଶ ସିଫିଲ୍ସ ଏବଂ କୁଷ୍ଠର ଉପଚାର ପାଇଁ ଏହା ସର୍ବୋତ୍ତମ ଔଷଧ । ହୋମିଓପାଥି ଅନୁସାରେ ଜୀର୍ଣ୍ଣ ରୋଗ ପାଇଁ ନିମ୍ବ ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ନିମ୍ବତେଲ ଯାହା ଗନ୍ଧ ଏବଂ ସ୍ବାଦରେ କଡ଼ା ହୋଇଥାଏ ଏହା ପ୍ରଥମ ଶ୍ରେଣୀର ଜୀବାଣୁନାଶକ ହୋଇଥାଏ।

{"id":78661,"width":601,"height":352}

ବୈଜ୍ଞାନିକଙ୍କ ଅନୁସାରେ ଏହା ଦୁର୍ଗନ୍ଧନାଶକ ହେବା ସହ ପାଇରିଆ ପାଇଁ ଲାଭଦାୟକ ହୋଇଥାଏ। ନିମ୍ବକୁ ଏକ ଉତ୍ତମ ଗର୍ଭନିରୋଧକ ଭାବେ ମଧ୍ୟ ଜଣାଯାଏ। ଅର୍ଶ ଭଳି ଏକ କଷ୍ଟସାଧ୍ୟ ରୋଗରୁ ମୁକ୍ତି ପାଇବା ପାଇଁ ନିମ୍ବ ଏବଂ କନିଅର ପତ୍ରକୁ ସମାନ ମାତ୍ରାରେ ମିଶାଇ ବାଟି ଦିଅନ୍ତୁ। ଏହି ମିଶ୍ରଣକୁ ପ୍ରଭାବିତ ସ୍ଥାନରେ ଲଗାଇ ନିଅନ୍ତୁ। ନିମ୍ବ ପତ୍ରରେ ମୁଗ ଡାଲି ମିଶାଇ ବିନା ମସଲାରେ ଭାଜି ଖାଇବା ଦ୍ବାରା ଏହି ରୋଗରୁ ମୁକ୍ତି ମିଳିଥାଏ। ଏହି ସମୟରେ ରୋଗୀଙ୍କ ଖାଦ୍ୟରେ ଚାଉଳ ଏବଂ ଲହୁଣୀ ମଧ୍ୟ ସାମିଲ କରନ୍ତୁ। ପ୍ରତିଦିନ ସକାଳେ ନିମ୍ବଫଳ ଖାଇଲେ ଆରାମ ମିଳିଥାଏ।

{"id":78668,"width":595,"height":396}

ପ୍ରଭାବିତ ସ୍ଥାନରେ ନିମ୍ବ ତେଲ ମଧ୍ୟ ଲଗାଯାଇପାରିବ। ଜ୍ବର କିମ୍ବା ମ୍ୟାଲେରିଆ ହେଲେ ନିମ୍ବର କାଢ଼ା ଦିଆଯାଇଥାଏ। ଏହି କାଢ଼ାକୁ ପ୍ରସ୍ତୁତ କରିବା ପାଇଁ ଗ୍ଲାସରେ ନିମ୍ବ ଫଳ,ନିମ୍ବ ପତ୍ର,ଗୋଲମରିଚ,ତୁଳସୀ,ଶୁଣ୍ଠି,ଚିରେଇତାକୁ ସମାନ ମାତ୍ରାରେ ପକାଇ ଫୁଟାଇ ଦିଅନ୍ତୁ। ଏହି ମିଶ୍ରଣରୁ ଅଧା ପାଣି ବାଷ୍ପ ଆକାରରେ ନ ଉଡ଼ିବା ଯାଏଁ ଏହାକୁ ଫୁଟାନ୍ତୁ। ପରେ ଏହି ମିଶ୍ରଶକୁ ଛାଣି ରୋଗୀକୁ ଦିନକୁ ୩ଥର ଦୁଇ ଚାମୁଚ ପିଇବାକୁ ଦିଅନ୍ତୁ। ମ୍ୟାଲେରିଆ ହୋଇଥିଲେ ନିମ୍ବ ପତ୍ରକୁ ଫିଟକିରି ଏବଂ ପାଣିରେ ମିଶାଇ ଗୁଳା କରି ଜ୍ବରର ଏକ ଘଣ୍ଟା ଆଗରୁ କିମ୍ବା ପରେ ଦିଅନ୍ତୁ। ଏହା ଦ୍ବାରା ମ୍ୟାଲେରିଆ ଠିକ୍ ହୋଇଥାଏ।

{"id":78665,"width":596,"height":331}

ନିମ୍ବପତ୍ରକୁ ଫୁଟାଇ ଏହାକୁ ଥଣ୍ଡା କରି ଚୋବାଇବା ଦ୍ବାରା ପାଇରିଆରୁ ମୁକ୍ତି ମିଳିଥାଏ। ଷ୍ଟୋନ୍ ସମସ୍ୟା ଥିଲେ ୧୫୦ଗ୍ରାମ୍ ନିମ୍ବପତ୍ରକୁ ୨୧ଲିଟର ପାଣିରେ ବାଟି ଏହାକୁ ଫୁଟାଇ ପିଇବା ଦ୍ବାରା ଷ୍ଟୋନ୍ ବାହାରି ଥାଏ। ବୃକକରେ ଷ୍ଟୋନ୍ ହୋଇଥିଲେ ନିମ୍ବପତ୍ରର ଅଙ୍ଗାରକୁ ୨ଗ୍ରାମ୍ ମାତ୍ରାରେ ପ୍ରତିଦିନ ପାଣି ସହ ପିଇବା ଦ୍ବାରା ଲାଭ ମିଳିଥାଏ।

{"id":78670,"width":601,"height":322}

ନିମ୍ବପତ୍ରକୁ ସୋରିଷ ତେଲରେ ଜଳାଇ ହଳଦୀ ମିଶାଇ ଆଉ ଥରେ ଜଳାଇବା ପରେ ଏହାକୁ ଛାଣି ମହୁ ମିଶାଇ ରଖନ୍ତୁ। ରାତିରେ ଶୋଇବା ପୂର୍ବରୁ ଦୁଇ ବୁନ୍ଦା ନେବା ଦ୍ବାରା କାନରୁ ରକ୍ତ ବୋହିବା ବନ୍ଦ ହୋଇଯାଇଥାଏ।

{"id":78671,"width":594,"height":446}

ନଖ ଉଷୁମ ନିମ୍ବତେଲର ଦୁଇ ତିନି ବୁନ୍ଦା କାନରେ ପକାଇବା ଦ୍ବାରା କାନବ୍ୟଥା ଭଲ ହୋଇଯାଇଥାଏ। ପେଟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ମଧ୍ୟ ନିମ୍ବ ଉପଯୋଗୀ ହୋଇଥାଏ। ନିମ୍ବଫୁଲକୁ ଗରମ ପାଣିରେ ଛାଣି ଶୋଇବାବେଳେ ପିଇଲେ କୋଷ୍ଠକାଠିନ୍ୟରୁ ଲାଭ ମିଳିଥାଏ। ନିମ୍ବପତ୍ରକୁ ଶୁଖାଇ ଏଥିରେ ଚିନି ମିଶାଇ ଖାଇଲେ ତରଳ ଝାଡ଼ାରୁ ଲାଭ ମିଳିଥାଏ। ପେଟର ଜୀବାଣୁକୁ ନଷ୍ଟ କରିବା ପାଇଁ ନିମ୍ବ ପତ୍ର ରସରେ ମହୁ ଓ ଗୋଲମରିଚ ରସ ଦିଆଯିବେ ଉଚିତ୍। ଥଣ୍ଡା ହୋଇଥିଲେ ନିମ୍ବପତ୍ର ଏବଂ ଗୋଲମରିଚକୁ ପେଶି ଦିଅନ୍ତୁ ଗୁଳା ବନାନ୍ତୁ। ଗରମ ପାଣି ସହ ୩/୪ଗୁଳା ଖାଇଲେ ଥଣ୍ଡା ଠିକ୍ ହୋଇଯାଇଥାଏ।

{"id":78672,"width":593,"height":332}

ନିମ୍ବପତ୍ର ,ଛାଲି ଏବଂ ନିମ୍ବ ଫଳକୁ ସମାନ ମାତ୍ରାରେ ମିଶାଇ ବାଟି ଏହାର ଲେପ ପ୍ରସ୍ତୁତ କରି ତ୍ବଚାରେ ହୋଇଥିବା ବଥ ଏବଂ ଘାରେ ଲଗାଇଲେ ଉପଶମ ମିଳିଥାଏ। ଏହି ଲେପକୁ ଦିନକୁ ୩ଥର ଲଗାନ୍ତୁ। ନିମ୍ବପତ୍ରକୁ ଦହିରେ ପେଶି ଲଗାଇବା ଦ୍ବାରା କୁଣ୍ଡିଆ ଠିକ୍ ହୋଇଯାଇଥାଏ । ରକ୍ତକୁ ଶୁଦ୍ଧ କରିବା ପାଇଁ ନିମ୍ବଫୁଲର ଚୁର୍ଣ୍ଣକୁ ଅଧା ଚାମୁଚ ସକାଳ ଏବଂ ସନ୍ଧ୍ୟାରେ ନେବା ଉଚିତ୍।

{"id":78673,"width":593,"height":395}

ଦ୍ବିପ୍ରହରରେ ପାଖାପାଖି ୨ଚାମଚ ନିମ୍ବପତ୍ର ରସ ପିଅନ୍ତୁ। ଏହା ପିଇବା ଦ୍ବାରା ତ୍ବଚା ସମ୍ବନ୍ଧୀୟ ରୋଗରୁ ଆଶ୍ଚର୍ଯ୍ୟଜନକ ପରିଣାମ ମିଳିଥାଏ। କୁଷ୍ଠ ରୋଗରୁ ମୁକ୍ତି ପାଇବା ପାଇଁ ନିମ୍ବର ଶୁଖିଲା ପତ୍ରକୁ ହରଡ଼ ସହ ସମାନ ମାତ୍ରାରେ ମିଶାଇ ବାଟି ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ। ନିମ୍ବପତ୍ରର ତେଲକୁ ହାତ ପାପୁଲି ଏବଂ ତଳିପାଦରେ ଲଗାଇଲେ ଜ୍ବଳନରୁ ମୁକ୍ତି ମିଳିଥାଏ। କାମଳ ହୋଇଥିଲେ ନିମ୍ବ ପତ୍ର ରସରେ ଶୁଣ୍ଠି ଚୂର୍ଣ୍ଣ ମିଶାଇ ଖାଇବା ଉଚିତ୍।

{"id":78674,"width":592,"height":333}

ନିମ୍ବ ତେଲକୁ ଗରମ କରି ମାଲିସ୍ କଲେ ଆଣ୍ଠୁ ଗଣ୍ଠିରୁ ମୁକ୍ତି ମିଳିଥାଏ। ଆର୍ଥରାଇଟିସ୍ ରୋଗୀଙ୍କ ପାଇଁ ନିମ୍ବ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.