scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଗ୍ନିବୀର ନିଯୁକ୍ତି ଲାଗି ଆଇନ ଆଣିବା ଜରୁରି, ସିଭିଲ ସର୍ଭିସ୍ ନେଇ କମିଟି ଦେଲେ ଏହି ପରାମର୍ଶ

3/08/2023 at 10:13 PM

ନୂଆଦିଲ୍ଲୀ ୩।୮: ସେନାରେ ଅଗ୍ନିବୀରଙ୍କ ନିଯୁକ୍ତି ନେଇ ଏକ ସଂସଦୀୟ କମିଟି ଗୁରୁବାର ସରକାରଙ୍କୁ ଆଇନ ଆଣିବାକୁ ପରାମର୍ଶ ଦେଇଛନ୍ତି। ପର୍ସନଲ, ପବ୍ଲିକ୍ ଗ୍ରିଭାନ୍ସ, ଲ ଆଣ୍ଡ ଜଷ୍ଟିସ୍‌ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ଏ ନେଇ ତାଙ୍କ ରିପୋର୍ଟରେ ସରକାରଙ୍କୁ ଦେଶର ସଶସ୍ତ୍ର ବଳରେ ‘ଅଗ୍ନିବୀର’ଙ୍କ ନିଯୁକ୍ତି ନିୟନ୍ତ୍ରିତ କରିବା ପାଇଁ ଆଇନ ଆଣିବା ପାଇଁ ସମ୍ଭାବନା ସନ୍ଧାନ କରିବା ଦରକାର ବୋଲି ଉଲ୍ଲେଖ କରିଛନ୍ତି। ସେହିପରି ସଂସଦୀୟ କମିଟି ଅଗ୍ନିବୀରଙ୍କ ମଧ୍ୟରେ କୌଣସି ପ୍ରକାର ଅସନ୍ତୋଷକୁ ରୋକିବା ପାଇଁ ଅନ୍ୟ ସରକାରୀ ଚାକିରୀରେ ସଂରକ୍ଷଣ ଅଥବା ପ୍ରାଥମିକତା ଦେବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି।

ସଂସଦୀୟ କମିଟି ଗୁରୁବାର ସଂସଦରେ ‘ଭାରତ ସରକାରଙ୍କ ନିଯୁକ୍ତି ସଙ୍ଗଠନର କାର୍ଯ୍ୟ ସମୀକ୍ଷା’ ଉପରେ ୧୩୧ତମ ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିରେ ସଂସଦୀୟ ପ୍ୟାନେଲ କହିଛନ୍ତି ଯେ ଚାକିରୀରେ ୪ ବର୍ଷର ସେବା ପରେ ୭୫ ପ୍ରତିଶତ ସୈନିକଙ୍କୁ ସେମାନଙ୍କ ସେବାରୁ ଛୁଟି ଦେଇଦିଆଯିବ ଓ କେବଳ ୨୫ ପ୍ରତିଶତଙ୍କୁ ବର୍ତ୍ତମାନର ନିୟମ ଅନୁସାରେ ସଶସ୍ତ୍ର ବଳରେ ସାମିଲ କରାଯିବ। ତେବେ ଏଥିରେ କୁହାଯାଇଛି ଯେ ଏହି ୭୫ ପ୍ରତିଶତଙ୍କର ହେବ କ’ଣ?

ଏଥିରେ ଅଗ୍ନିବୀରଙ୍କ ମଧ୍ୟରେ ଉପୁଜିବାକୁ ଥିବା ଅସନ୍ତୋଷ ପରିପ୍ରେକ୍ଷୀରେ ବାକି ଅଗ୍ନିବୀରଙ୍କୁ ଅନ୍ୟ ସରକାରୀ ଚାକିରୀରେ ଯଥା ସମ୍ଭବ ଅଧିକତମ ସୀମା ପର୍ଯ୍ୟନ୍ତ ଆରକ୍ଷଣ ଅଥବା ବରିଷ୍ଠତା ଦିଆଯାଉ ବୋଲି କମିଟି ପରାମର୍ଶ ଦେଇଛନ୍ତି। ଯାହା ଦ୍ୱାରା ପ୍ରଶିକ୍ଷିତ ବ୍ୟକ୍ତି ଓ ଫୋର୍ସରେ ସେବା କାଳରେ ସେମାନଙ୍କ କୌଶଳର ଉପଯୋଗ କରାଯାଇପାରେ । ସଂସଦ ସୁରକ୍ଷା ସେବା ଓ ଅନ୍ୟ ସଶସ୍ତ୍ର ବଳରେ ସେମାନଙ୍କୁ ପ୍ରାଥମିକତା ଦିଆଯିବା ବ୍ୟବହାରିକ ହେବ ବୋଲି କହିଛନ୍ତି।   

   Related Posts