ଦେଶର ସବୁ ମେଟ୍ରୋରେ ଥିବା ବିମାନବନ୍ଦରର ସମ୍ପ୍ରସାରଣ ଆବଶ୍ୟକ, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Published By : Prameya-News7 Bureau | December 15, 2022 IST

ଭୁବନେଶ୍ୱର ୧୫/୧୨: ଦେଶରେ ସମସ୍ତ ମେଟ୍ରୋ ସହରରେ ଥିବା ବିମାନବନ୍ଦରର ହେଉ ସମ୍ପ୍ରସାରଣ । ଏମିତି ଦାବି କରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛି ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ । ଦାବିପତ୍ରରେ କୁହାଯାଇଛି, ଆପଣଙ୍କ ସମସ୍ତ ପ୍ରଚେଷ୍ଟାରେ ଦେଶର ଆର୍ଥିକ ବ୍ୟବସ୍ଥାରେ ହେଉଛି ପରିବର୍ତ୍ତନ । ଏମିତିକି ଜିଏସିଟି ସଂଗ୍ରହରେ ପ୍ରତି ମାସରେ ଭଲ ମୁନ୍ନାଫା ହେଉଛି । ୨୦୧୯ ତୁଳନାରେ ଏବର୍ଷ ଭଲ ଜିଏସ୍‌ଟି ସଂଗ୍ରହ ହୋଇଛି । ଆହୁରି ମଧ୍ୟ ପ୍ରତିଟି ବ୍ୟକ୍ତିଙ୍କର ଆୟ ବି ବଢିଛି । ଲୋକ ସଂଖ୍ୟା ବି ବଢିଛି । ହେଲେ ଆଜି ବି ବିମାନରେ ଯାତ୍ରା ତୁଳନାରେ ଟ୍ରେନରେ ଯାତ୍ରା କରନ୍ତି ।

ଅର୍ଥନୀତିର ଏହି ଦ୍ରୁତ ଅଭିବୃଦ୍ଧିରେ ବିକାଶର ଆବଶ୍ୟକତା ରହିଛି ବିମାନରେ ଯାତ୍ରା କରିବା । ଏହାଦ୍ୱାରା ବିମାନବନ୍ଦରରେ ପ୍ରବଳ ସମସ୍ୟା ଦେଖାଦେଉଛି । ବିଶେଷତଃ ଭାରତର ମେଟ୍ରୋ ସହରଗୁଡିକରେ । ଆଜି ବି ବିମାନରେ ଯାତ୍ରା କରିବାକୁ ଘଣ୍ଟା ଘଣ୍ଟା ଧାଡିରେ ଛିଡା ହୋଇ ସମୟ ନଷ୍ଟ କରୁଛନ୍ତି । ବିମାନ ବନ୍ଦରରେ ପ୍ରବେଶ କରିବା ପୂର୍ବରୁ ଲମ୍ବା ଧାଡି ଅଛି ଏବଂ ପୁନର୍ବାର ଲମ୍ବା ଧାଡି ପ୍ରବେଶ କରିବା, ଚେକ୍ ଇନ୍ କାଉଣ୍ଟର୍, ସୁରକ୍ଷା ଯାଞ୍ଚ ପାଇଁ ପୁଣି ଲମ୍ବା ଧାଡି ଚେକ୍ ।

ଏମିତି ହେବା ଦ୍ୱାରା ଘଣ୍ଟା ଘଣ୍ଟା ଧରି ଭାରତୀୟମାନେ ଯନ୍ତ୍ରଣା ଅନୁଭବ କରୁଛନ୍ତି । ଯଦିଓ ବିମାନବନ୍ଦରରେ ଅନେକ ବିକାଶ ଓ ଭିତ୍ତିଭୂମି ବଦଳିଛି, ତଥାପି ଚାହିଦା ମୁତାବକ ଆବଶ୍ୟକତା ମେଣ୍ଟିନି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଉଛି କି, ବିମାନବନ୍ଦରର କ୍ଷମତା ମହାନଗର ଗୁଡିକରେ ତିନି ଗୁଣା ବଢାଇବି ସହ ବିଭିନ୍ନ ରାଜ୍ୟରେ ବିମାନବନ୍ଦରର ରହିଛି ଆବଶ୍ୟକତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.