ଗ୍ରେଟ ନିକୋବାର ଆଇଲ୍ୟାଣ୍ଡ ପ୍ରୋଜେକ୍ଟ ପାଇଁ କଟାଯିବ ୯.୬ ଲକ୍ଷ ଗଛ: ପରିବେଶ ମନ୍ତ୍ରୀ

Published By : Prameya-News7 Bureau | July 30, 2024 IST

internet

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିକାଶ ଦିଗରେ ବଳି ପଡ଼ିବାକୁ ଯାଉଛି ଲକ୍ଷ ଲକ୍ଷ ଗଛ। ଗ୍ରେଟ ନିକୋବାର ଆଇଲ୍ୟାଣ୍ଡ ପ୍ରୋଜେକ୍ଟ ପାଇଁ ପାଖାପାଖି ୯.୬ ଲକ୍ଷ ଗଛ କଟାଯିବାର ସମ୍ଭାବନା ରହିଛି। ଏନେଇ ସୋମବାର ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ପରିବେଷ ମନ୍ତ୍ରୀ ଭୂପେନ୍ଦ୍ର ଯାଦଭ। ଏହି ବିଶାଳ ପ୍ରୋଜେକ୍ଟ ପାଇଁ ୭୨,୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୨୦୨୨ ଅକ୍ଟୋବରରେ କେନ୍ଦ୍ର ଏହାକୁ ଅନୁମୋଦନ ଦେଇଥିବା ବେଳେ ୧୩୦.୭୫ ସ୍କୋୟାର କିମିର ଜଙ୍ଗଲ ଜମିରେ ଏହି ପ୍ରୋଜେକ୍ଟ କାମ ହେବ। 

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଦକ୍ଷିଣ ମୁଣ୍ଡରେ ଥିବା ଗାଲାଥିଆ ସମୁଦ୍ର ତଟରେ ଏକ ଆନ୍ତର୍ଜାତୀୟ କଣ୍ଟେନର ଟ୍ରାନ୍ସମିସନ୍ ଟର୍ମିନାଲ୍ (ଆଇସିଟିପି), ଗ୍ରୀନ୍ ଫିଲ୍ଡ ଆନ୍ତର୍ଜାତୀୟ ବିମାନବନ୍ଦର, ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ତଥା ଏହି ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା କର୍ମଚାରୀଙ୍କ ପାଇଁ ଟାଉନସିପ୍(ଛୋଟ ସହର ଭଳି) ବିକାଶ କରିବାକୁ ସରକାର ଯୋଜନା କରିଛନ୍ତି।

ଏହି ପ୍ରକଳ୍ପ ରଣନୈତିକ ସ୍ତରରେ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଦର୍ଶାଇ ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଯେ ଏହି ପ୍ରୋଜେକ୍ଟରେ ଆନୁମାନିକ ୯.୬୪ ଲକ୍ଷ  ଗଛ ପ୍ରଭାବିତ ହୋଇପାରନ୍ତି। ତେବେ ୫୦ ପ୍ରତିଶତରୁ ଅଧିକ ଅର୍ଥାତ୍ ୬୫.୯୯ ବର୍ଗ ଡାଇଭର୍ସନ ପାଇଁ ପ୍ରସ୍ତାବିତ ଅଞ୍ଚଳର ସବୁଜ ବିକାଶ ପାଇଁ ସଂରକ୍ଷିତ ରହିବ। ଯେଉଁଠାରେ କୌଣସି ଗଛ କଟାଯିବ ନାହିଁ। ବିକଶିତ ଅଞ୍ଚଳରେ ୧୫ ପ୍ରତିଶତ ସବୁଜିମା ଭରି ରହିବ।

କେନ୍ଦ୍ର ସରକାରଙ୍କର ଏହି ପ୍ରକଳ୍ପଟି ସ୍ଥାନୀୟ ପରିବେଶ ତଥା ଦ୍ୱୀପର ଉଦ୍ଭିଦ ଏବଂ ଜୀବଜନ୍ତୁ ଉପରେ ଦୀର୍ଘକାଳୀନ ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ଏହାକୁ ତୀବ୍ର ସମାଲୋଚନା କରାଯାଉଛି। ଏହାଛଡ଼ା ସ୍ଥାନୀୟ ଆଦିବାସୀଙ୍କ ବିସ୍ଥାପିତ ହେବାର ଆଶଙ୍କା ଥିବାରୁ ଏହା ଦ୍ୱୀପର ପରିବେଶ ସନ୍ତୁଳନ ଦିଗରେ ବିପଦ ସୃଷ୍ଟି କରିବ। ତେବେ ଏସବୁ ସରକାରଙ୍କ ନୀତି ନିୟମରେ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.