oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଦେଶରେ ୨ ଲକ୍ଷ ୩୬ ହଜାର ଟପିଲା ସଂକ୍ରମଣ ସଂଖ୍ୟା : ୨୪ ଘଣ୍ଟାରେ ପାଖାପାଖି ୧୦ ହଜାର ନୂଆ ମାମଲା, ମହାରାଷ୍ଟ୍ରରେ ୭୫ ହଜାରରୁ ଅଧିକ

6/06/2020 at 12:13 PM

ନୂଆଦିଲ୍ଲୀ ୦୬/୦୬ : ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି | ସଂକ୍ରମଣ ସଂଖ୍ୟା ପ୍ରତିଦିନ ରେକର୍ଡ ଭାଙ୍ଗୁଛି | ଲକ ଡାଉନ ସତ୍ତ୍ୱେ କରୋନାକୁ ବ୍ରେକ ଲାଗୁନି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯ ହଜାର ୮୮୭ ନୂଆ ମାମଲା ସାମ୍ନାକୁ ଆସିଛି | ୨୯୪ ଜଣ ପ୍ରାଣ ହରାଇଛନ୍ତି | ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୩୬ ହଜାର ୬୫୭ ରେ ପହଞ୍ଚିଛି | ଶୁକ୍ରବାର ଦିନ ୯ ହଜାର ୮୫୧ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨୭୩ ଜଣଙ୍କର ମୃତ୍ୟୁ ହୋଇଥିଲା |

 

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତାଲିକା ଅନୁଯାୟୀ, ଦେଶରେ ବର୍ତ୍ତମାନ ୧ ଲକ୍ଷ ୧୫ ହଜାର ୯୪୨ ଆକ୍ଟିଭ ମାମଲା ରହିଛି | କରୋନା ମହାମାରୀରେ ଏବେ ସୁଦ୍ଧା ୬ ହଜାର ୬୪୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧ ଲକ୍ଷ ୧୪ ହଜାର ୭୩ ଜଣ ସୁସ୍ଥ ହୋଇଛନ୍ତି | କରୋନା ମହାମାରୀ ଯୋଗୁଁ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସଂଖ୍ୟା ପାଖାପାଖି ୭୫ ହଜାର ହୋଇଛି |

କେବଳ ମହାରାଷ୍ଟ୍ରରେ ଏବେ ସୁଦ୍ଧା ୨ ହଜାର ୮୪୯ ଜଣଙ୍କର ମୃତ୍ୟୁ ହୋଇଛି | ଏହାପରେ ଗୁଜରାଟରେ ୧୧୯୦, ମଧ୍ୟ ପ୍ରଦେଶରେ ୩୮୪, ଦିଲ୍ଲୀରେ ୭୦୮, ପଶ୍ଚିମବଙ୍ଗରେ ୩୬୬, ଉତ୍ତର ପ୍ରଦେଶରେ ୨୫୭, ରାଜସ୍ଥାନରେ ୨୧୮, ତାମିଲନାଡୁରେ ୨୩୨, ତେଲେଙ୍ଗାନାରେ ୧୧୩, ଆନ୍ଧ୍ର ପ୍ରଦେଶରେ ୭୩, କର୍ଣ୍ଣାଟକରେ ୫୭, ପଞ୍ଜାବରେ ୪୮, ଜାମ୍ମୁ କାଶ୍ମୀରରେ ୩୬ ଜଣଙ୍କର ମୃତ୍ୟୁ ହୋଇଛି |

   Related Posts