AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ଦିଲ୍ଲୀରେ କରୋନା ଭୟ: ୧୪ ଦିନରେ ଦୁଇଗୁଣ ବଢିଲା ଡାକ୍ତରଖାନା ଆଡ୍‌ମିଶନ ସଂଖ୍ୟା

17/08/2022 at 6:31 PM

ନୂଆଦିଲ୍ଲୀ: ଦେଶରେ ରାଜଧାନୀ ଦିଲ୍ଲୀରେ ପୁଣି ମାତୁଛି କରୋନା। ୧୪ ଦିନରେ ଦିଲ୍ଲୀରେ ଡାକ୍ତରଖାନାରେ ଆଡ୍‌ମିଶନ ସଂଖ୍ୟା ଦୁଇଗୁଣ ହୋଇଛି। ସେହିପରି ମୃତ୍ୟ ସଂଖ୍ୟାରେ ଚିନ୍ତାଜନକ ବୃଦ୍ଧି ଦେଖିବାକୁ ମିଳିଛି। ଅଗଷ୍ଟ ୧ ତାରିଖ ଠାରୁ ଏପର୍ଯ୍ୟନ୍ତ ହସ୍‌ପିଟାଲ୍ ଆଡମିସନ ଓ ଆଇସିୟୁରେ ଭର୍ତ୍ତି ସଂଖ୍ୟା ଦୁଇଗୁଣ ହୋଇଛି। ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  

ଅଗଷ୍ଟ ୧ ତାରିଖରେ ୩୦୭ ରୋଗୀ ଡାକ୍ତରଖାନାରେ ଅଡ୍‌ମିସନ ଥିଲା। ହେଲେ ଏବେ ଏହି ସଂଖ୍ୟା ୫୮୮ ହୋଇଥିବା ବେଳେ ସେଥିମଧ୍ୟରୁ ୨୦୫ ଅକ୍ସିଜେନ୍ ସପୋର୍ଟରେ ରହିଥଇବା ବେଳେ ୨୨ ଭେଣ୍ଟିଲେଟରରେ ଅଛନ୍ତି। ଅଗଷ୍ଟରେ ଆସିୟୁ ଆଡ୍‌ମିଶନ୯୮ ଥିବା ବେଳେ ଅଗଷ୍ଟ ୧୬ ସଂଖ୍ୟା ବଢ଼ି ୨୦୨ ହୋଇଛି।

ଟେଷ୍ଟ ପଜିଟିଭ୍ ରେଟ ପାଖାପାଖି ୨୦ ପ୍ରତିଶତ ବଢୁଥିବା ବେଳେ ଦିନକୁ ଦିନ ଡାକ୍ତରଖାନା ଆଡ୍‌ମିଶନ ସଂଖ୍ୟା ବୃଦ୍ଧି ହେଉଛି। ଯେଉଁମାନେ ବୁଷ୍ଟର ଡୋଜ୍ ନେଇଛନ୍ତି ସେମାନେ ଅନ୍ୟମାନଙ୍କ ଅପେକ୍ଷା ସୁରକ୍ଷିତ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି। ତେବେ ୯୦ ପ୍ରତିଶତ ଆଡମିଶନ ରୋଗୀ ଦୁଇଟି ଡୋଜ୍ ନେଇଛନ୍ତି। ତୃତୀୟ ଡୋଜ୍ ନେଇଥିବା ରୋଗୀଙ୍କ ସଂଖ୍ୟା ମାତ୍ର ୧୦ ପ୍ରତିଶତ। ତେଣୁ ବୁଷ୍ଟର ଡୋଜ୍ ନେଇଥିବା ଲୋକେ ଅନ୍ୟମାନଙ୍କ ଅପେକ୍ଷା ସୁରକ୍ଷିତ ବୋଲି ସିସୋଦିଆ କହିଛନ୍ତି।  

   Related Posts