ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

ଭାରତୀୟ ବଂଶୋଦ୍ଭବ ନୀଲ ମୋହନଙ୍କୁ ୟୁଟ୍ୟବ୍‌ରେ ବଡ଼ ଦାୟିତ୍ବ, ଏବେ ସମ୍ଭାଳିବେ ସିଇଓ ପଦ

17/02/2023 at 7:49 AM

ନୂଆଦିଲ୍ଲୀ, ୧୭/୦୨: ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍‌ରେ ବଡ଼ ପରିବର୍ତ୍ତନ। ଭାରତୀୟ ବଂଶୋଦ୍ଭବ ନୀଲ ମୋହନ ହେଲେ ୟୁଟ୍ୟବ୍ ସିଇଓ। ବର୍ତ୍ତମାନ ୟୁଟ୍ୟୁବ୍ ସିଇଓ ଥିବା ସୁଜାନ୍ ୱୋଜିକ୍କି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଆଉ ତାଙ୍କ ସ୍ଥାନରେ ନୀଲ ମୋହନ ହୋଇଛନ୍ତି ନୂଆ ସିଇଓ। ନୀଲ ମୋହନ ଏବେ ୟୁଟ୍ୟୁବ୍‌ର ଚିଫ୍ ପ୍ରୋଡକ୍ଟ ଅଫିସର(CPO) ଅଛନ୍ତି। ସୁଜାନ୍ ୱୋଜିକ୍କି ଏକ ଚିଠି ଲେଖି ନିଜର ଇସ୍ତଫା ଘୋଷଣା କରିଛନ୍ତି। ସେ କହିଛନ୍ତି ସେ ନିଜ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ସେ ନିଜ ପରିବାର, ସ୍ବାସ୍ଥ୍ୟ ଏବଂ ବ୍ୟକ୍ତିଗତ ଯୋଜନାକୁ ନେଇ କାମ କରିବେ ବୋଲି କହିଛନ୍ତି।

ଗତ ୯ ବର୍ଷରୁ ଆଲଫାବେଟ୍‌ର ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍‌ରେ ବଡ଼ ପଦରେ କାମ କରିଆସୁଛନ୍ତି। ସୂଚନାଯୋଗ୍ୟ, ସେ ପ୍ରାୟ ୨୫ ବର୍ଷରୁ ଗୁଗଲ ସହ ରହିଥିଲେ। ନୀଲ ମୋହନକୁ ଶୁଭେଚ୍ଛା ଦେଇ ସୁଜାନ୍ ୱୋଜିକ୍କି କହିଛନ୍ତି ଆମେ ସର୍ଟସରେ ଷ୍ଟ୍ରିମିଂ ଏବଂ ସବସ୍କ୍ରିପସନରେ ଯାହା କରୁଛୁ ତାହା ଉତ୍ତମ। ଏଆଇ ସହ ୟୁଟ୍ୟୁବ୍‌ ଆଗକୁ ଆହୁରି ଅବସର ପ୍ରଦାନ କରିବ ଏବଂ ନୀଲ ଆମର ନେତୃତ୍ବ କରିବା ପାଇଁ ଠିକ୍ ବ୍ୟକ୍ତିତ୍ବ।

ସୁଜାନ୍ କହିଛନ୍ତି ନୀଲ ମୋହନ ଜଣେ ଉତ୍ତମ ଲିଡର୍‌।  ଏବଂ ସେ ୟୁଟ୍ୟୁବ୍‌ର ଆବଶ୍ୟକତାକୁ ଭଲ ଭାବରେ ଜାଣିଛନ୍ତି। ସେ ବର୍ତ୍ତମାନ ଟ୍ରାଞ୍ଜିସନ ପିରିୟଡରେ କମ୍ପାନୀ ସହ ରହିବେ ଏବଂ ନୀଲ ମୋହନଙ୍କୁ ସହଯୋଗ କରିବେ। ସୁଜାନ ଏବେ ଗୁଗଲ ଏବଂ ଆଲ୍ଫାବେଟ୍‌ରେ ପରାମର୍ଶଦାତା ଭାବରେ କାମ କରିବେ।

   Related Posts