ତୁର୍କୀ ଭୂମିକମ୍ପ: ଭଗ୍ନାବଶେଷ ତଳୁ ୬ ବର୍ଷର ଝିଅକୁ ଉଦ୍ଧାର କଲେ ଏନଡିଆରଏଫ୍
10/02/2023 at 7:49 AM

ନୂଆଦିଲ୍ଲୀ, ୧୦/୦୨: ଭୟଙ୍କର ଭୂମିକମ୍ପରେ ଦୋହଲିଯାଇଛି ସାରା ତୁର୍କୀ। ଧ୍ବଂସସ୍ତୁପରେ ପରିଣତ ହୋଇଛି ତୁର୍କୀ। କେବଳ ତୁର୍କୀ ନୁହେଁ ସିରିୟା ମଧ୍ୟ ହୋଇଛି ଭୂମିକମ୍ପ ପ୍ରଭାବିତ। ଏହି ଭୟଙ୍କର ଭୂମିକମ୍ପରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ। ହଜାର ହଜାର ଲୋକ ଆହତ ହୋଇଛନ୍ତି। ଜୋର୍ସୋର୍ରେ ଚାଲିଛି ଉଦ୍ଧାର କାର୍ଯ୍ୟ। ଭଗ୍ନାବେଶଷ ତଳୁ ଲୋକଙ୍କୁ ଉଦ୍ଧାର କରାଯାଉଛି।
ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଏନଡିଆରଏଫ୍ ଭଗ୍ନାବଶେଷ ତଳୁ ଏକ ୬ ବର୍ଷର ଶିଶୁକୁ ଉଦ୍ଧାର କରିଛନ୍ତି। ଏନେଇ ଜଣେ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। କେବଳ ଯେ ଏହି ଶିଶୁ ନୁହେଁ ଏନଡିଆରଏଫ୍ ଅନେକ ଲୋକଙ୍କୁ ଉଦ୍ଧାର କରିଛନ୍ତି।
ଭାରତ ‘ଅପରେସନ ଦୋସ୍ତ’ ଏନଡିଆରଏଫ୍ ଟିମ୍ ପଠାଇଛି ଯେଉଁଥିରେ ଗୋଟିଏ ଟିମ୍ରେ ୧୫୧ ସଦସ୍ୟ ରହିଛି ଏହା ସହ ଡଗ୍ ସ୍କ୍ବାଡ୍ ମଧ୍ୟ ରହିଛନ୍ତି। ଭାରତରୁ ଏହି ଦଳ ତୁର୍କୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଭାରତ ଭଳି ଅନେକ ଦେଶ ତୁର୍କୀ ଏବଂ ସିରିୟାକୁ ସହାୟତା ଘୋଷଣା କରିଛନ୍ତି। ଭାରତ ଏନଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ୍ ହୋଇଛନ୍ତି। ଏନଡିଆରଏଫ୍ ଟିମ୍ ଦୁଇ ଟିମ୍ରେ ଭାଗ ହୋଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ତୁର୍କୀ ଏବଂ ସିରିୟାରେ ମୃତକଙ୍କ ସଂଖ୍ୟା ୨୧ ହଜାର ଟପିଲାଣି। ତେବେ ଆଗକୁ ଆହୁରି ମୃତକଙ୍କ ସଂଖ୍ୟା ବଢ଼ିବା ନେଇ ଅନୁମାନ କରାଯାଉଛି। ସେପଟେ ଭାରତ ଏହି ଦୁଃସମୟରେ ତୁର୍କୀ ସହ ରହିଥିବା ନେଇ କହିଛି ଭାରତର ଗୃହ ମନ୍ତ୍ରାଳୟ ।