MV ଦେବୀ ଜାହାଜରୁ କୋକେନ ଜବତ ଘଟଣା : ଅଟକ ଜାହାଜ ରିଲିଜ ପାଇଁ ୧୧୦କୋଟି ଟଙ୍କା ସର୍ତ୍ତ ରଖିଲେ କୁଜଙ୍ଗ NDPS କୋର୍ଟ

Published By : Prameya-News7 Bureau | February 12, 2024 IST

ପାରାଦୀପ ୧।୨: ଜାହାଜ MV ଦେବୀରୁ ୨୨୦ କୋଟି ଟଙ୍କାର କୋକେନ ଜବତ ଘଟଣାରେ ଅଟକ ଥିବା ଜାହାଜ ରିଲିଜ ପାଇଁ ୧୧୦ କୋଟିର ସର୍ତ୍ତ ରଖିଛନ୍ତି କୁଜଙ୍ଗ NDPS କୋର୍ଟ । ଏଥିରେ ୧୦୦ କୋଟିର ବଣ୍ଡ୍ ଓ ୧୦ କୋଟିର ବ୍ୟାଙ୍କ ଗ୍ୟାରେଣ୍ଟିର ସର୍ତ୍ତ ରଖିଛନ୍ତି କୋର୍ଟ ।

ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବର ୩୦ ତାରିଖରେ ପାରାଦୀପ ବନ୍ଦରର ପିଆଇସିଟି ବର୍ଥରେ ଲାଗିଥିବା ଜାହାଜ MV ଦେବୀ ଜାହାଜରୁ ୨୦ଟି ପ୍ୟାକେଟ୍ କୋକେନ ଜବତ କରିଥିଲା କଷ୍ଟମ୍ସ ବିଭାଗ । ଦୀର୍ଘ ୧୦୫ ଦିନ ହେଲା ଜାହାଜର ସମସ୍ତ ୨୧ ଜଣ ସଦସ୍ୟଙ୍କ ସମେତ ଜାହାଜ MV ଦେବୀ ପାରାଦୀପ ବନ୍ଦର ଆଙ୍କରେଜରେ ଅଟକ ରହିଛି । ଜାହାଜର ମାଲିକଙ୍କ ପକ୍ଷରୁ ଜାହାଜକୁ ରିଲିଜ କରିବା ପାଇଁ କୁଜଙ୍ଗର NDPS କୋର୍ଟରେ ଅପିଲ କରାଯାଇଥିଲା । କୋର୍ଟ ଜାହାଜ ରିଲିଜ ପାଇଁ ୧୧୦ କୋଟି ଟଙ୍କାର ସର୍ତ୍ତ ରଖିଛନ୍ତି । ଜାହାଜ ଏଜେନ୍ସୀ ପକ୍ଷରୁ ଉକ୍ତ ସର୍ତ୍ତପୂରଣ କରିବା ପରେ ଜାହାଜ ରିଲିଜ ହେବ । ଉକ୍ତ ଜାହାଜଟି ଭିଏତନାମର ହୋଇଥିବା ବେଳେ ଇଣ୍ଡୋନେସିଆରୁ ପାରାଦୀପ ବନ୍ଦରକୁ ଷ୍ଟିଲ୍ ପ୍ଲେଟ୍ ନେବାପାଇଁ ଆସିଥିଲା ।

You Can Read :

wp:embed {"url":"https://www.prameyanews7.com/police-court-forward-two-accused-in-parrot-smuggling-case-in-jagatsinghpur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/police-court-forward-two-accused-in-parrot-smuggling-case-in-jagatsinghpur/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.