ଦିଲ୍ଲୀରେ ପାର୍କିଂ ଫି ହେଲା ଦୁଇ ଗୁଣା, ପ୍ରଦୂଷଣକୁ ଦୃଷ୍ଟିରେ ରଖି NDMCର ପଦକ୍ଷେପ

Published By : Prameya-News7 Bureau | November 13, 2023 IST

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଚରମସୀମାରେ ପହଞ୍ଚିବା ପରେ ସ୍ଥିତିରେ ସୁଧାର ଆଣିବା ପାଇଁ ସବୁ ପ୍ରକାର ଚେଷ୍ଟା ଚଳାଇଛନ୍ତି ଦିଲ୍ଲୀ ସରକାର। କୃତ୍ରିମ ବର୍ଷା ଠାରୁ ଆରମ୍ଭ କରି ଯାନବାହାନ ଯାତାୟତ ଉପରେ କଟକଣା କରାଯାଇଛି। ତେବେ ଏହାରି ଭିତରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ପାର୍କିଂ ଶୁଳ୍କକୁ ଦ୍ୱିଗୁଣିତ କରିବାକୁ ନିଷ୍ପତ୍ତି ନେଇଛି ନୂଆଦିଲ୍ଲୀ ମ୍ୟୁନିସିପାଲିଟି ପରିଷଦ (ଏନଡିଏମସି)।

ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM)ର ନିର୍ଦ୍ଦେଶାବଳୀ ଆଧାରରେ NDMC ଏହି ନିଷ୍ପତ୍ତି ନେଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଦିଲ୍ଲୀ ଏନସିଆର ଅଞ୍ଚଳର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ନଭେମ୍ବର ୧୩ରେ ସକାଳ ୬ଟାରେ ୨୬୬ ଥିଲା। ପରିସ୍ଥିତି ଅଧିକ ଖରାପ ନହେବା ପାଇଁ ସରକାର ଅନେକ ନିଷ୍ପତ୍ତି ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.