ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଇଣ୍ଡିଗୋ ପାଇଲଟ୍‌ ବିମାନରେ ପତ୍ନୀଙ୍କୁ ଦେଲେ ସରପ୍ରାଇଜ୍‌, ଭିଡିଓ ଦେଖି ୟୁଜର୍ସ କହିଲେ-ସ୍ବାମୀ ହେବ ତ ଏମିତି…

26/05/2022 at 1:31 PM

ମୁମ୍ବାଇ ୨୬।୦୫: ବର୍ତ୍ତମାନ ଏଭଳି ଏକ ସ୍ବାମୀଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ତାଙ୍କ ପତ୍ନୀଙ୍କ ପାଇଁ ସମସ୍ତଙ୍କ ସାମ୍ନାରେ ସୁନ୍ଦର ଢଙ୍ଗର ସରପ୍ରାଇଜ୍‌ ଦେଇଛନ୍ତି । ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଇଣ୍ଡିଗୋ ଫ୍ଲାଇଟରେ ପାଇଲଟ ବିମାନରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀଙ୍କ ସାମ୍ନାରେ ତାଙ୍କ ପତ୍ନୀଙ୍କ ପାଇଁ ଏକ ଅତ୍ୟନ୍ତ ସୁନ୍ଦର ବାର୍ତ୍ତା ଦେଇଥିଲେ। ଯେତେବେଳେ ବିମାନରେ ସମସ୍ତ ଯାତ୍ରୀ ନିଜ ସିଟରେ ବସିଥିଲେ, ପାଇଲଟ୍ ହଠାତ୍ ଏକ ଘୋଷଣା କରିଥିଲେ।

ବିମାନ ଉଡ଼ାଣ ସମୟରେ ପାଇଲଟ୍ ଆଲନୀଜ୍ ବିରାନୀ ତାଙ୍କ ପତ୍ନୀ ଜହରାଙ୍କ ନାମ ନେଇ ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ପତ୍ନୀ ତାଙ୍କ ପାଇଲଟ ସ୍ବାମୀଙ୍କ ଦ୍ଵାରା କରାଯାଉଥିବା ଘୋଷଣା ସମୟର ଭିଡିଓକୁ ରେକର୍ଡ କରିଥିଲେ । ଫ୍ଲାଇଟ୍‌ର ଇଣ୍ଟରକମ୍‌ରେ ଆଲନୀଜ୍ କହିଥିଲେ କି  ‘ମୁଁ ଏବେ ଏକ ବିଶେଷ ଘୋଷଣା କରିବାକୁ ଯାଉଛି। ମୋତେ ଏହି ସୁଯୋଗ ମିଳିଛି ଯାହାର ମୁଁ ପାଇଦା ଉଠାଇବି । ଏହି ବିମାନରେ ଆମ ସହିତ ଏକ ସ୍ୱତନ୍ତ୍ର ଯାତ୍ରୀ ମଧ୍ୟ ଅଛନ୍ତି। ଏହା ସହ ଯାତ୍ରୀମାନଙ୍କୁ ଆହୁରି କହିଥିଲେ, ‘ମୋର ପତ୍ନୀଙ୍କୁ ମୁମ୍ବାଇକୁ ନେଇଯିବାର ମୋତେ ଏହି ସୌଭାଗ୍ୟ ମିଳିଛି । ଏହା ସମସ୍ତଙ୍କ ପାଇଁ ଏକ ଛୋଟ କଥା ହୋଇଥିବ କିନ୍ତୁ ମୋ ପାଇଁ ଏହା ବହୁତ କିଛି । କେବଳ ତୁମ ସମସ୍ତଙ୍କ ସହ ଏହି ଖୁସି ବାଣ୍ଟିବାକୁ ଚାହୁଁଥିଲି, ସେଥିପାଇଁ ମୁଁ ଏହି ଘୋଷଣା କଲି ।

ସ୍ୱାମୀଙ୍କ ଏହି ସରପ୍ରାଇଜ୍‌ ଦେଖି ଜହରା ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ତୁମର ପତ୍ନୀ ହେବା ମୋର ସବୁଠାରୁ ବଡ଼ ଆଶୀର୍ବାଦ । ମୁଁ ଜାଣେ ନାହିଁ କେଉଁଠାରୁ ଆରମ୍ଭ କରିବି ..କ’ଣ କହିବି । ମୁଁ ବହୁତ ଲେଖିବାକୁ ଚାହେଁ କିନ୍ତୁ ମୋ ପାଖରେ ଶବ୍ଦ ନାହିଁ । ମୁଁ ଜାଣେ ନାହିଁ ତାଙ୍କ ପାଇଁ ଯୋଗ୍ୟ ଅଟେ କି ନାହିଁ ।

ପରେ ସ୍ୱାମୀଙ୍କ ଏହି ରୋମାଣ୍ଟିକ୍ ଘୋଷଣା ଶୁଣି ଜହରାଙ୍କ ମୁହଁରେ ହସ ଦେଖିବାକୁ ମିଳିଥିଲା । ଯାହା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଥିଲା । ଏହି ଭିଡିଓକୁ ଦେଖି ୟୁଜର୍ସମାନେ ଜହରାଙ୍କୁ ସବୁଠୁ ଭାଗ୍ୟଶାଳୀ ଝିଅ କହୁଥିବା ବେଳେ ପାଇଲଟଙ୍କୁ ବହୁତ ପ୍ରଶଂସା କରୁଛନ୍ତି । ଏହି ଭାଇରାଲ୍ ଭିଡିଓ ବର୍ତ୍ତମାନ ଖୁବ୍‌ ଜୋରରେ ଭାଇରାଲ୍‌ ହେବାରେ ଲାଗିଛି। । ଭିଡିଓଟି ୭.୯ ମିଲିୟନ୍ ଭ୍ୟୁ ଏବଂ ୭୦୩ ହଜାର ଲାଇକ୍ ପାଇଛି ।

   Related Posts