ବକ୍ସିଂରେ ପ୍ରଥମ ଗୋଲ୍ଡ; ୪୮ କେଜି ମିନିମମ ୱେଟ୍ ବର୍ଗରେ ଭାରତୀୟ ମୁଷ୍ଟୀ ଯୋଦ୍ଧା ନୀତୁ ଘଙ୍ଘାସ ଆଣିଲେ ସ୍ୱର୍ଣ୍ଣ ପଦକ

Published By : Prameya-News7 Bureau | August 07, 2022 IST

ବରମିଙ୍ଘମ: ବକ୍ସିଂରେ ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ ପଦକ। ୪୮ କେଜି ମିନିମମ ୱେଟ୍ ବର୍ଗରେ ଭାରତୀୟ ମୁଷ୍ଟୀ ଯୋଦ୍ଧା ନୀତୁ ଘଙ୍ଘାସ ଆଣିଲେ ସ୍ୱର୍ଣ୍ଣ ପଦକ। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନୀତୁ ଇଂଲଣ୍ଡର ୱାର୍ଲ୍ଡ ଚାମ୍ପିୟନସିପ୍‌ କାଂସ୍ୟାପଦକ ବିଜେତା ଡେମି ଜେଡ ରେଜସ୍ତାନଙ୍କୁ ପରାସ୍ତ କରିଛନ୍ତି। ଫାଇନାଲ୍‌ରେ ୪୮ କେଜି ମିନିମମ ୱେଟ୍‌ ବର୍ଗରେ ଇଂଲଣ୍ଡର ଡେମିଏଙ୍କ ସହ ମୁକାବିଲା କରିଥିଲେ ନୀତୁ। ତେବେ ମ୍ୟାଚ୍‌ର ଦ୍ୱିତୀୟ ରାଉଣ୍ଡରେ ସେ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛନ୍ତି।

wp:html /wp:html

ଏହା ପୂର୍ବରୁ ସେମିଫାଇନାଲ୍‌ରେ ସେ କାନାଡ଼ାର ପ୍ରିୟଙ୍କା ଢିଲନଙ୍କୁ ପରାସ୍ତ କରି ଫାଇନାଲକୁ ଉତ୍ତୀନ୍ନ ହୋଇଥିଲେ। ଦ୍ୱିତୀୟରେ ରାଉଣ୍ଡରେ ରେଫରୀ ମ୍ୟାଚ୍ ରୋକିବା ପରେ ୨୧ ବର୍ଷୀୟ ନୀତୁ ସର୍ବ ସମ୍ମତି କ୍ରମେ ୫-୦ରେ ବିଜୟୀ ହୋଇ ଦେଶ ପାଇଁ ଗୋଲ୍ଡ ମେଡାଲ ଆଣିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.