ତଳମୁହାଁ ଭାରତର ରପ୍ତାନୀ, ଲଗାତାର ତୃତୀୟ ମାସରେ ବି ହ୍ରାସ
15/03/2023 at 7:50 PM

ନୂଆଦିଲ୍ଲୀ, ୧୫/୦୩: ବୈଶ୍ବିକ ମାନ୍ଦାବସ୍ଥା ଯୋଗୁଁ ଦେଶର ରପ୍ତାନୀରେ ହ୍ରାସ ପାଇଛି। ଦେଶରେ ଲଗାତାର ତୃତୀୟ ମାସରେ ମଧ୍ୟ ରପ୍ତାନୀରେ ହ୍ରାସ ହୋଇଛି। ବାଣିଜ୍ୟ ମନ୍ତ୍ରାଳୟ ବୁଧବାର ଜାରି କରିଥିବା ତଥ୍ୟ ଅନୁଯାୟୀ ଫେବ୍ରୁଆରୀରେ ଦେଶର ରପ୍ତାନୀରେ ୮.୮ ପ୍ରତିଶତ ହ୍ରାସ ଘଟିଛି। ଚଳିତ ବର୍ଷ ଫେବ୍ରୁଆରୀରେ ଦେଶର ୩୩.୮୮ ପ୍ରତିଶତକୁ ଖସିଛି। ଯେତେବେଳେକି ଗତ ବର୍ଷ ଫେବ୍ରୁଆରୀରେ ରପ୍ତାନୀ ହାର ୩୭.୧୫ ପ୍ରତିଶତ ଥିଲା। ଅବଶ୍ୟ ଫେବ୍ରୁଆରୀରେ ଦେଶର ବାଣିଜ୍ୟିକ କ୍ଷତି କମ୍ ହୋଇ ୧୭.୪୩ ବିଲିୟନ ଡଲାର ହୋଇଛି।
ଆମଦାନୀରେ ମଧ୍ୟ ହ୍ରାସ:
ଚଳିତ ବର୍ଷ ଫେବ୍ରୁଆରୀରେ ଆମଦାନୀରେ ୮.୨୧ ପ୍ରତିଶତ ହ୍ରାସ ହୋଇଛି। ଚଳିତ ବର୍ଷ ଫେବ୍ରୁଆରୀରେ ଆମଦାନୀ ୫୧.୩୧ ବିଲିୟନ ଡଲାର ହୋଇଛି ଯାହା ଗତ ବର୍ଷ ଫେବ୍ରୁଆରୀରେ ୫୫.୯ ବିଲିୟନ ଡଲାର ରହିଥିଲା।
ସୂଚନାଥାଉ, ଚଳିତ ଆର୍ଥିକ ବର୍ଷରେ ଏପ୍ରିଲ-ଫେବ୍ରୁଆରୀରେ ସମୟରେ ଦେଶରୁ ସମୁଦାୟ ରପ୍ତାନୀ ୭.୫ ପ୍ରତିଶତ ବଢ଼ି ୪୦୫.୯୪ ବିଲିୟନ ଡଲାର ହୋଇଛି । ଏହି ସମୟ ଅବଧିରେ ଆମଦାନୀ ୧୮.୮୨ ପ୍ରତିଶତ ବଢ଼ି ୬୫୩.୪୭ ବିଲିୟନ ଡଲାର ହୋଇଛି।