ନୂଆଦିଲ୍ଲୀ, ୧୦/୦୭: ୨୦୭୫ ସୁଦ୍ଧା ବିଶ୍ବର ଦ୍ବିତୀୟ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ହୋଇପାରେ ଭାରତ। ଏକ ରିପୋର୍ଟରେ ଏଭଳି କିଛି ଭବିଷ୍ୟବାଣୀ କରିଛି ଗ୍ଲୋବାଲ୍ ଇନଭେଷ୍ଟମେଣ୍ଟ ବ୍ୟାଙ୍କ୍ ଗୋଲ୍ଡମ୍ୟାନ ସାକ୍ସ । ଏହି ରିପୋର୍ଟରେ, କୁହାଯାଇଛି ୨୦୭୫ ବେଳକୁ ଭାରତୀୟ ଅର୍ଥବ୍ୟବସ୍ଥା ଜାପାନ ଏବଂ ଜର୍ମାନୀର ପଛରେ ପକାଇବ। କେବଳ ଏସବୁ ଦେଶ ନୁହେଁ ଭାରତ ଆମେରିକାର ଅର୍ଥବ୍ୟବସ୍ଥାକୁ ମଧ୍ୟ ପଛରେ ପକାଇବ। ଆଉ ଚୀନ ପରେ ଦ୍ବିତୀୟ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ଭାରତର ହେବ।
ଗୋଲ୍ଡମ୍ୟାନ ସାକ୍ସ ଏହାର ରିପୋର୍ଟରେ କହିଛି ଯେ, ୨୦୭୫ ସୁଦ୍ଧା ଚୀନ ୫୭ ଟ୍ରିଲିୟନ ଡଲାର ସହ ଦୁନିଆର ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ହେବ। ଆଉ ୫୨.୫ ଟ୍ରିଲିୟନ ଡଲାର ସହ ଭାରତ ଦ୍ବିତୀୟ ସ୍ଥାନରେ ରହିବ। ସେହିଭଳି ଆମେରିକା ଅର୍ଥବ୍ୟବସ୍ଥା ୩୦.୩ ଟ୍ରିଲିୟନ ଡଲାର ସହ ୟୁରୋଜୋନ୍ ଚତୁର୍ଥ ସ୍ଥାନ ଏବଂ ୭.୫ ଟ୍ରିଲିୟନ ଡଲାର ସହ ଜାପାନ ପଞ୍ଚମ ବଡ଼ ଅର୍ଥବ୍ୟବସ୍ଥା ହେବ।
ଆହୁରି ପଢ଼ନ୍ତୁ: ‘ଫିଚ୍ ରେଟିଂ’ ବଢାଇଲା ଭାରତର GDP ଅନୁମାନ, ଜାଣନ୍ତୁ କ’ଣ ହେବ ଲାଭ?
ଗୋଲ୍ଡମ୍ୟାନ ସାକ୍ସର ରିପୋର୍ଟ ଅନୁଯାୟୀ ବଢ଼ୁଥିବା ଜନସଂଖ୍ୟା ବ୍ୟତୀତ, ନୂଆ ନୂଆ ଟେକ୍ନୋଲୋଜି ଆବିଷ୍କାରରେ ପ୍ରଗତି, ଉଚ୍ଚ ପୁଞ୍ଜି ନିବେଶ ଇତ୍ୟାଦି କ୍ଷେତ୍ରରେ ଖୁବ୍ ଅଗ୍ରଗତି କରିବ। ଗୋଲ୍ଡମ୍ୟାନ ସାକ୍ସ ରିସର୍ଚ୍ଚର ଭାରତୀୟ ଅର୍ଥଶାସ୍ତ୍ରୀ ଶାନ୍ତନୁ ସେନଗୁପ୍ତା କହିଛନ୍ତି ଯେ, ଆଗାମୀ ଦଶକରେ ଭାରତର ନିର୍ଭରତା ଅନୁପାତ ସବୁଠୁ କମ୍ ରହିବ। ରିପୋର୍ଟ ଅନୁଯାୟୀ, ବଡ଼ ଅର୍ଥବ୍ୟବସ୍ଥାରେ ଭାରତରେ ଆଶ୍ରିତଙ୍କ ଅନୁପାତ ସବୁଠୁ କମ୍ ରହିବ। ଏମିତିରେ ଭାରତ ପାଇଁ ଉତ୍ପାଦନ କ୍ଷମତାର ବିସ୍ତାର କରିବା, ସେବା ଉଦ୍ୟୋଗ ଇତ୍ୟାଦି ବିକାଶର ସବୁଠୁ ବଡ଼ ଅବସର ହେବ।
ରିପୋର୍ଟରେ ଆହୁରି କୁହାଯାଇଛି ଭାରତ ସରକାର ସଡ଼କ ଏବଂ ରେଲଓ୍ବେ ବିକାଶକୁ ପ୍ରାଥମିକତା ଦେଇଛନ୍ତି। ସରକାର ରାଜ୍ୟଙ୍କୁ ୫୦ ବର୍ଷ ପାଇଁ ସୁଧ ମୁକ୍ତ କରଜ ପାଇଁ ଆବଶ୍ୟକୀୟ ଢାଞ୍ଚାରେ ନିବେଶକୁ ପ୍ରୋତ୍ସହିତ କରିଛନ୍ତି। ରିପୋର୍ଟ ଅନୁଯାୟୀ, ବେସରକାରୀ କ୍ଷେତ୍ର ପାଇଁ ଉତ୍ପାଦନ ଏବଂ ସେବା କ୍ଷମତାକୁ ବଢ଼ାଇବାର ବଡ଼ ଅବସର ରହିଛି ଯାହାଦ୍ବାରା ଅଧିକରୁ ଅଧିକ ରୋଜଗାର ଅବସର ମିଳିପାରିବ ଏବଂ ବଡ଼ ଆକାରରେ ଶ୍ରମିକଙ୍କୁ କାମ ଦିଆଯାଇପାରିବ। ଏହା ପୂର୍ବରୁ ଏସ ଆଣ୍ଡ ପି ଏବଂ ମର୍ଗାନ ଷ୍ଟାନଲି ଏହାର ରିପୋର୍ଟରେ କହିଥିଲା ଯେ ୨୦୩୦ ସୁଦ୍ଧା ଭାରତ ଦୁନିଆର ତୃତୀୟ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ହେବ।
ଆହୁରି ପଢ଼ନ୍ତୁ: ସେମିକଣ୍ଡକ୍ଟର ନିର୍ମାଣ ଯୋଜନାକୁ ଝଟକା ! ବେଦାନ୍ତ ସହ ବୁଝାମଣା ରଦ୍ଦ କଲା ଫକ୍ସକନ