ଭାରତ ଠାରୁ ଖସିଲା ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତିର ମାନ୍ୟତା, ମାତ୍ର ୧୩ ବିଲିୟନ ଡଲାରରେ ଏହି ଦେଶଠୁ ରହିଲା ପଛରେ

Published By : Prameya-News7 Bureau | July 05, 2022 IST

ନୂଆଦିଲ୍ଲ: କରୋନା ମହାମାରୀ ଯୋଗୁଁ ଭୁଶୁଡି ପଡିଥିବା ଭାରତୀୟ ଅର୍ଥବ୍ୟବସ୍ଥା ଏବେ ଗତିଶୀଳ ହେଉଛି । ଏହାରି ଭିତରେ କିନ୍ତୁ ଏକ ବଡ଼ ଉପଲବ୍ଧି ହରାଇ ବସିଛି । ବିଶ୍ୱର ପଞ୍ଚମ ବୃହତ ଅର୍ଥବ୍ୟବସ୍ଥାର ମାନ୍ୟତା ହରାଇ ବସିଛି । ବିଶ୍ୱ ବ୍ୟାଙ୍କର ସଦ୍ୟତମ ରିପୋର୍ଟ ଅନୁସାରେ ଏବେ ବ୍ରିଟେନ ବିଶ୍ୱର ପଞ୍ଚମ ସର୍ବ ବୃହତ ଅର୍ଥନୀତି ହୋଇଛି ।

ବିଶ୍ୱ ବ୍ୟାଙ୍କର ରିପୋର୍ଟକୁ ଆଧାର କରି ବିଜନେସ ଷ୍ଟାଣ୍ଡାର୍ଡ ପ୍ରକାଶ କରିଥିବା ଏକ ଖବର ଅନୁସାରେ, ବ୍ରିଟେନଠୁ ଭାରତ କେବଳ ୧୩ ବିଲିୟନ ଡଲାର ପଛରେ ରହିଛି । କିନ୍ତୁ ଆର୍ଥିକ ଅଭିବୃଦ୍ଧିରେ ବ୍ରିଟେନଠାରୁ ବହୁ ଆଗରେ ରହିଛି ଭାରତ । ତେବେ ବିଶେଷଜ୍ଞଙ୍କ କହିବା କଥା ଏହା କେବଳ ଗୋଟିଏ ବର୍ଷର କଥା ଏବଂ ଭାରତ ଖୁବଶୀଘ୍ର ପୁଣି ଥରେ ବ୍ରିଟେନକୁ ପଛରେ ପକାଇବ ।

ଅନ୍ୟପଟେ ବାସ୍ତବିକ ସ୍ଥିତି ଉପରେ ନଜର ପକାଇବା ତେବେ ଦୁଇ ଦେଶରେ ଜିଡିପିର ଆକାରରେ କୌଣସି ବ୍ୟବଧାନ ନାହିଁ, କିନ୍ତୁ ଏହି ରିପୋର୍ଟ ୨୦୨୧ ଉପରେ ଆଧାରିତ ଅଟେ । ତେବେ ଭାରତୀୟ ଅର୍ଥବ୍ୟବସ୍ଥା ଆର୍ଥିକ ବର୍ଷ ୨୦୨୧-୨୨ରେ ହିସାବରେ ଚାଲିଥାଏ।

ବର୍ତ୍ତମାନ ସମୟରେ ଦୁଇ ଦଶର ଅର୍ଥବ୍ୟବସ୍ଥାର ଆକାର ପ୍ରାୟ ୩୨ ଟ୍ରିଲିୟନ ଡାଲର, କିନ୍ତୁ ୨୦୨୧ ଶେଷ ସୁଦ୍ଧା ଭାରତୀୟ ଅର୍ଥବ୍ୟବସ୍ଥାର ଆକାର ୩୧.୭ ଟ୍ରିଲିୟନ ଡଲାର ଥିବା ବେଳେ ବ୍ରିଟେନର ଅର୍ଥବ୍ୟବସ୍ଥାର ଆକାର ୩୧.୯ ଟ୍ରିଲିୟନ ଡଲାର ଥିଲା । ୨୦୨୧ରେ ଭାରତର ଜିଡିପି ମାତ୍ର ୧୩ ବିଲିୟନ ଡଲାର ପଛରେ ରହିଥିଲା। ୨୦୨୧-୨୨ରେ ଭାରତୀୟ ଅର୍ଥବ୍ୟବସ୍ଥାରେ ବ୍ରିଟେନଠାରୁ ଦ୍ରୁତଗତିରେ ସୁଧାର ଆସିଛି। ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱର ସର୍ବ ବୃହତ ଅର୍ଥନୀତି ହେଉଛି ଆମେରିକା। ଦ୍ୱିତୀୟ ସ୍ଥାନରେ ଚୀନ, ତୃତୀୟ ସ୍ଥାନରେ ଜାପାନ ରହିଛି। ସେହିପରି ଜର୍ମାନୀ ବିଶ୍ୱର ଚତୁର୍ଥ ସ୍ଥାନରେ ଏବଂ ବ୍ରେଟନ ପଞ୍ଚମ ସ୍ଥାନରେ ରହିଛି। ଭାରତ ଷଷ୍ଠ ସ୍ଥାନରେ ରହିଛି।    

ଅନ୍ୟପଟେ ଯଦି ପର୍ଚେଜିଂ ପାୱାର ପାରିଟି(ପିପିପି)ର କଥା ଉଲ୍ଲେଖ କରିବା ତେବେ ଭାରତ ଏହି ମାମଲାରେ ତୃତୀୟ ସ୍ଥାନରେ ପହଞ୍ଚିଛି। ଭାରତ ଆଗରେ କେବଳ ଆମେରିକା ଏବଂ ଚୀନ ରହିଛି। ଭାରତର ପିପିପି ୨୦୨୧ରେ ୧୦୨.୨ ଟ୍ରିଲିୟନ ଡଲାର ଥିଲା। ଏହା ଜାପାନର ୫୪ ଟ୍ରିଲିୟନ ଡଲାରଠୁ ଦୁଇ ଗୁଣା ହୋଇଛି। ପିପିପି ଅର୍ଥ କୌଣସି ଦେଶରେ ରହିବା ପାଇଁ ଖର୍ଚ୍ଚ। ଯାହା ତାର ସ୍ଥାନୀୟ କରେନ୍ସିକୁ ଡଲାରରେ ପରିବର୍ତ୍ତନ କରାଯାଇଥାଏ। ଏହି ଆଧାରରେ ଚୀନର ପିପିପି ସବୁଠୁ ଅଧିକ ୨୭୩.୧ ଟ୍ରିଲିୟନ ଡଲାର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.