କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଉପହାର ଦେବେ ମୋଦୀ ସରକାର, ୫୦% ପେନ୍‌ସନ୍‌ ଦେବାକୁ ଯୋଜନା

Published By : Prameya-News7 Bureau | June 10, 2024 IST

india today

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରଙ୍କ ନୂଆ କାର୍ଯ୍ୟକାଳରେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ବଡ଼ ଉପହାର ମିଳିପାରେ । ସରକାର ରାଷ୍ଟ୍ରୀୟ ପେନ୍‌ସନ୍‌ ପ୍ରଣାଳୀ (ଏନପିଏସ) ଅଧିନରେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପେନ୍‌ସନ୍‌ ଲାଭରେ ବଡ଼ ବୃଦ୍ଧି ନେଇ ଯୋଜନା ହେଇଛି । ଏହା ଅଧିନରେ କର୍ମଚାରୀଙ୍କୁ ପେନ୍‌ସନ୍‌ ରୂପେ ଶେଷ ମୂଳ ବେତନର ୫୦ ପ୍ରତିଶତ ଯାଏ ଗ୍ୟାରେଣ୍ଟି ମିଳିବ । ସରଳ ଭାଷାରେ କହିବାକୁ ଗଲେ ଅବସର ହେବା ପୂର୍ବରୁ କର୍ମଚାରୀଙ୍କୁ ଯେଉଁ ଶେଷ ବେସିକ୍ ଦରମା ମିଳିବ ତାର ୫୦ ପ୍ରତିଶତ ମାସିକ ପେନସନ ମିଳିବ ।

ଉଲ୍ଲେଖଯୋଗ୍ୟ ଯେ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ୨୦୨୩ ମାର୍ଚ୍ଚରେ ଅର୍ଥ ସଚିବ ଟିବି ସୋମନାଥନଙ୍କ ଅଧ୍ୟକ୍ଷତାରେ ଏକ ପ୍ୟାନେଲ ଗଠନ କରାଯାଇଥିଲା । ଓପିଏସକୁ ପୁଣି ଥରେ ଲାଗୁ ନକରି ସରକାରୀ କର୍ମଚାରୀ ପାଇଁ ଏନପିଏସ ଅଧିନରେ ପେନ୍‌ସନ୍‌ ଲାଭ ବଢାଇବା ଉପରେ ପରାମର୍ଶ ପାଇଁ ଏହି ପ୍ୟାନେଲକୁ ଗଠନ କରାଯାଇଥିଲା । ସରକାର ଏହି ନିଷ୍ପତ୍ତି ଏପରି ସମୟରେ ନେଉଛନ୍ତି ଯେତେବେଳେ ଅନେକ ରାଜ୍ୟ ଏନପିଏସକୁ ଛାଡ଼ି ଓପିଏସକୁ ପୁଣି ଥଲେ ଲାଗୁ କରିବା ପାଇଋଁ ବିଚାର କରୁଛନ୍ତି ।

ଫାଇନାନସିଆଲ୍ ଏକ୍ସପ୍ରେସର ଖବର ଅନୁସାରେ ପ୍ୟାନେଲ ମେ' ମାସରେ ସରକାରଙ୍କୁ ନିଜ ରିପୋର୍ଟ ହସ୍ତାନ୍ତର କରିଥିଲେ । ଏହି ରିପୋର୍ଟରେ ବଡ଼ ମାତ୍ରାରେ ୨୦୨୩ରେ ଲାଗୁ ହୋଇଥିବା ଆନ୍ଧ୍ର ପ୍ରଦେଶ ଏନପିଏସ ମଡେଲର ପ୍ରଭାବ ରହିଛି । ଏହାକୁ ପୁରୁଣା ଏବଂ ନୂଆ ପେନ୍‌ସନ୍‌ ଯୋଜନାର ମିଳିତ ମଡେଲ କୁହାଯାଇପାରିବ । ଆନ୍ଧ୍ର ପ୍ରଦେଶ ଗ୍ୟାରଣ୍ଟିଡ୍ ପେନସନ ସିଷ୍ଟମ ଅଧିନିୟମ, ୨୦୨୩ ଅଧିନରେ ସରକାରୀ କର୍ମଚାରୀଙ୍କୁ ସେମାନଙ୍କ ଶେଷ ଦରମାର ୫୦ ପ୍ରତିଶତ ମାସିକ ପେନ୍‌ସନ୍‌ ରୂପେ ଦିଆଯିବ । ଏଥିରେ ଡିଆର ମଧ୍ୟ ସାମିଲ ହେବ । ଏହା ବ୍ୟତୀତ ଅତିରିକ୍ତ ମୃତ କର୍ମଚାରୀଙ୍କ ସ୍ୱାମୀ କିମ୍ୱା ପତ୍ନୀଙ୍କୁ ଗ୍ୟାରେଣ୍ଟି ରାଶିର ୬୦ ପ୍ରତିଶତ ମାସିକ ପେନ୍‌ସନ୍‌ ଗ୍ୟାରେଣ୍ଟି ଦିଆଯାଇଛି ।

ନୂଆ ପ୍ରସ୍ତାବ ଅନୁସାରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ଶେଷ ମୂଳ ଦରମାର ୫୦ ପ୍ରତିଶତ ଯାଏ ପେନ୍‌ସନ୍‌ ଗ୍ୟାରେଣ୍ଟି ମିଳିବ । ଏହି ପେନ୍‌ସନ୍‌ ରାଶିକୁ ପୂରଣ କରିବା ପାଇଁ ଆବଶ୍ୟକ ପେନ୍‌ସନ୍‌ ପାଣ୍ଠିରେ ନିଅଣ୍ଟକୁ କେନ୍ଦ୍ର ସରକାରଙ୍କ ବଜେଟରେ ପୂରଣ କରାଯିବ । ଏହାଦ୍ୱାରା ପ୍ରାୟ ୮.୭ ମିଲିୟନ କେନ୍ଦ୍ରୀୟ ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ଲାଭ ହୋଇପାରେ । ଏମାନେ ସେହି କର୍ମଚାରୀ, ଯେଉଁମାନେ ୨୦୦୪ରୁ ଏନପିଏସରେ ପଞ୍ଜିକୃତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.