ଅମରାବତୀ-ପାଟନାରେ ରହିବ ଏନଡିଏ ସରକାରର ରିମୋଟ୍ କଣ୍ଟ୍ରୋଲ !

Published By : Prameya-News7 Bureau | June 05, 2024 IST

aajtak

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ କେନ୍ଦ୍ରରେ ଗାଦି ହାସଲ ପାଇଁ ଆରମ୍ଭ ହୋଇ ଯାଇଛି କସରତ। ନିର୍ବାଚନରେ ବିଜେପିକୁ ବହୁମତ ମିଳି ନ ଥିଲେ  ହେଁ ଏନଡିଏ ୨୭୨ର ମ୍ୟାଜିକ ନମ୍ବର ଛୁଇଁ ପାରିଛି। ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ପଦରେ ଶପଥ ନେବାକୁ ପ୍ରସ୍ତୁତ। କିନ୍ତୁ ବିଜେପି ଓ ଏନଡିଏକୁ ମଜବୁତ ଜନାଦେଶ ନ ମିଳିବା କାରଣରୁ ପାର୍ଟି ଏବଂ ମେଣ୍ଟରେ ଅନିଶ୍ଚିତତା ସ୍ଥିତି ଉପୁଜିଛି। ସେପଟେ ସରକାର ଗଠନରେ ମ୍ୟାଜିକ ନମ୍ବରଠୁ ଦୂରରେ ଥାଇ ବି ଇଣ୍ଡିଆ ମେଣ୍ଟ କେନ୍ଦ୍ରରେ ସରକାର ଗଢିବାକୁ ଦାବି କରୁଛି।

ଅନ୍ୟ ପଟେ  ୨୭୨ରୁ କମ ସିଟ୍ ଜିତିଥିବା ବିଜେପି ସହିତ ମୋଦୀ ସରକାର ୩.୦ର କାର୍ଯ୍ୟକାଳ ପ୍ରଥମ ଦୁଇଟି କାର୍ଯ୍ୟକାଳ ତୁଳନାରେ ବହୁତ ଭିନ୍ନ ରହିବାର ସମ୍ଭାବନା ରହିଛି। ଏଥର ମୋଦୀଙ୍କୁ ସହଯୋଗୀ ଦଳର ଅତି ଆବଶ୍ୟକତା ରହିଛି। ଏଥିରେ ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁଙ୍କୁ ନେଇ ଚର୍ଚ୍ଚା ଜୋରଦାର ଚାଲିଛି। କାରଣ ଏହି ଦୁଇ ନେତା ଏନଡିଏ ସରକାରର କିଙ୍ଗ ମେକର ସାଜିଛନ୍ତି। ନୀତିଶଙ୍କ ଜେଡିୟୁ ୧୨ଟି ଏବଂ ନାଇଡୁଙ୍କ ଟିଡିପି ୧୬ ସିଟ୍ ଜିତିଛି। ଏହି ପରି ଦୁଇ ଦଳର ମୋଟ୍ ସିଟ୍ ମିଶାଇ ୨୮ ସିଟ୍ ହେବ। 

Also read: ବାଜପେୟୀଙ୍କ ସମୟରେ ମଧ୍ୟ ନିତିଶଙ୍କର ଥିଲେ ୧୨ ସାଂସଦ, ଜାଣନ୍ତୁ ମିଳିଥିଲା କେତେଟା ମନ୍ତ୍ରାଳୟ?

୨୦୧୯ରେ ଏକାକୀ ୩୦୩ ସିଟ୍ ଜିତିଥିବା ବିଜେପି ଏଥର ନିର୍ବାଚନରେ ୬୩ଟି ସିଟ୍ ହରାଇ ୨୪୦କୁ ଖସି ଆସିଛି। ଫଳରେ ୨୭୨ର ମ୍ୟାଜିକ ନମ୍ବରଠୁ ବହୁ ଦୂରରେ ଦଳ। ତେଣୁ ଏନଡିଏର ସହଯୋଗୀ ଦଳର ସହଯୋଗରେ ଏନଡିଏ ତୃତୀୟ ଥର ସରକାର ଗଢିବାକୁ ଯାଉଛି। ତେଣୁ ବିଜେପିକୁ ଜେଡିୟୁ ଓ ଟିଡିପି ଉପରେ ନିର୍ଭର ରହିବାକୁ ପଡ଼ିବ। ଫଳରେ ବିଜେପିକୁ ଚାପରେ ମଧ୍ୟ ରହିବାକୁ ପଡ଼ିବ। କହିବାକୁ ଗଲେ ନୂଆଦିଲ୍ଲୀର ସରକାରର ରିମୋଟ୍  ଏବେ ପାଟନା ଓ ଅମରାବତୀରେ ରହିବ।  ଏନଡିଏର ସହଯୋଗୀ ଦଳମାନେ ସରକାର ଗଠନ ପୂର୍ବରୁ ବିଜେପି ଉପରେ ଚାପ ପକାଇବା ଆରମ୍ଭ କରି ଦେଇଛନ୍ତି।

ସୂତ୍ର ମୁତାବକ ଜେଡିୟୁ ୩ କ୍ୟାବିନେଟ୍ ପଦ ଦାବି କରୁଛି । ଏକନାଥ ସିନ୍ଦେ ଗୋଟିଏ କ୍ୟାବିନେଟ୍ ଏବଂ ଦୁଇଟି ରାଷ୍ଟ୍ର ମନ୍ତ୍ରୀ ପଦ ଚାହୁଁଛନ୍ତି । ଏହା ବ୍ୟତୀତ ଚିରାଗ ପାସୱାନ ଗୋଟିଏ କ୍ୟାବିନେଟ୍ ଏବଂ ଗୋଟିଏ ରାଷ୍ଟ୍ରମନ୍ତ୍ରୀ ପଦ ଦାବି କରି ପାରନ୍ତି । ଜୀତନ ରାମ ମାଝୀ ମଧ୍ୟ ମୋଦୀ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ହେବାକୁ ଚାହାନ୍ତି ।

ସୂତ୍ର ଅନୁଯାୟୀ,  ସବୁଠୁ ବଡ ଦାବି ଲୋକସଭା ବାଚସ୍ପତି ପଦକୁ ନେଇ ରହିଛି, ଯାହା ଉପରେ ଟିଡିପି ଦାବି କରୁଛି । କୁହାଯାଉଛି ଚନ୍ଦ୍ରବାବୁ ନାଇଡୁ ୫ରୁ ନେଇ ୬ କିମ୍ବା ଏଥିରୁ ଅଧିକ ମନ୍ତ୍ରଣାଳୟ ଦାବି କରି ପାରନ୍ତି।କେବଳ ଏତିକି ନୁହେଁ ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ର ପ୍ରଦେଶ ପାଇଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରି ପାରନ୍ତି। 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.