ଭାରତ-ଅଷ୍ଟ୍ରେଲିଆ ୩ୟ ଦିନିକିଆ, ଟସ୍ ଜିତି କଙ୍ଗାରୁ ଟିମ୍ର ବ୍ୟାଟିଂ ନିଷ୍ପତ୍ତି
27/09/2023 at 1:16 PM

ରାଜକୋଟ ୨୭।୦୯ : ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ । ୩ୟ ମ୍ୟାଚ୍ରେ ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି । ଆଉ ପଡିଆକୁ ବୋଲିଂ ପାଇଁ ଓହ୍ଲାଇବ ଭାରତୀୟ ଟିମ୍ । ଉଭୟ ଟିମ୍ରେ ଏକାଧିକ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଭାରତୀୟ ଟିମ୍ ୨-୦ରେ ସିରିଜ୍କୁ କବ୍ଜା କରିସାରିଛି ଭାରତୀୟ ଟିମ୍ ।
ତେବେ ଭାରତୀୟ ଟିମ୍ରେ ଏକାଧିକ ପରିବର୍ତ୍ତନ କରାଯାଇଛି । ତୃତୀୟ ମ୍ୟାଚ୍ରେ ଇଷାନ କିଷାନଙ୍କୁ ବିଶ୍ରାମ ଦିଆଯାଇଛି । ଦଳକୁ ଫେରିଛନ୍ତି ବିରାଟ, ରୋହିତ, ଯଶୀପ୍ରୀତ ବୁମ୍ରା, ଓ୍ୱାସିଂଟନ୍ ସୁନ୍ଦର । ସେହିପରି ଅଷ୍ଟ୍ରେଲିଆ ଦଳକୁ ଫେରିଛନ୍ତି ମିଚେଲ୍ ଷ୍ଟାର୍କ, ଅଧିନାୟକ ପ୍ୟାଟ୍ କମିନ୍ସ, ଗ୍ଲେନ୍ ମାକ୍ସଓ୍ୱେଲ୍ । ବିଶ୍ୱକପ୍ ପୂର୍ବରୁ ଉଭୟ ଟିମ୍ ମଧ୍ୟରେ ଏହା ଶେଷ ମ୍ୟାଚ୍ ।
ରାଜକୋଟ୍ରେ ହେବ ରନ ବର୍ଷା ହେବାର ସମ୍ଭାବନା ରହିଛି । ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଗ୍ରାଉଣ୍ଡ୍ର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ । ଏଠାରେ ସର୍ବଦା ବିଶାଳ ସ୍କୋର ସଂଗୃହୀତ ହୋଇଛି । ଏଠାରେ ୩ଟି ଦିନିକିଆ ଖେଳାଯାଇଛି ଓ ୪ଟି ଇନିଂସରେ ୩୦୦ରୁ ଅଧିକ ରନ ସଂଗୃହୀତ ହୋଇଛି । ୨୦୨୦ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକ ଦିନିକିଆ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୬/୩୪୦ ରନ୍ ସଂଗ୍ରହ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୩୦୪ ରନ୍ ସଂଗ୍ରହ କରିଥିଲା । ଆସନ୍ତା କାଲି ପାଗ କୋହଲା ରହିବ । ମାତ୍ର ବର୍ଷା ସମ୍ଭାବନା ନାହିଁ ।
ଭାରତ : ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ଓ୍ୱାସିଂଟନ ସୁନ୍ଦର , କୁଲଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା, ପ୍ରସିଦ୍ଧ କ୍ରୀଷ୍ଣା ।
ଅଷ୍ଟ୍ରେଲିଆ : ମିଚେଲ ମାର୍ଶ, ଡେଭିଡ୍ ୱାର୍ଣ୍ଣର, ଷ୍ଟିଭେନ ସ୍ମିଥ୍, ମାର୍ନସ ଲାବୁସାନ, ଆଲେକ୍ସ କ୍ୟାରୀ, ଗ୍ଲେନ ମାକ୍ସୱେଲ୍, କ୍ୟାମେରୁନ୍ ଗ୍ରୀନ୍, ମିଚେଲ ଷ୍ଟାର୍କ, ପ୍ୟାଟ୍ କମିନ୍ସ(ଅଧିନାୟକ), ତନଭୀର ସାଙ୍ଗା, ଜୋସ ହାଜେଲଉଡ୍ ।