ଦିଲ୍ଲୀର ନିର୍ଭୟା ଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କ ରାଜକ୍ଷମା ଆବେଦନ ଖାରଜ କରିବାକୁ ରାଷ୍ଟ୍ରପତିଙ୍କୁ ଗୁହାରି କଲେ ରାଷ୍ଟୀୟ ମହିଳା ଆୟୋଗର ମୁଖ୍ୟ

Published By : Prameya-News7 Bureau | December 03, 2019 IST

ନୂଆଦିଲ୍ଲୀ ୩/୧୨: ରାଷ୍ଟୀୟ ମହିଳା ଆୟୋଗର ମୁଖ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ୨୦୧୨ମସିହାରେ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କ ରାଜକ୍ଷମା ଆବେଦନକୁ ଖାରଜ କରିବାକୁ ଗୁହାରି କରିଛନ୍ତି। ଆୟୋଗର ସଭାପତି କହିଛନ୍ତି ଯେ ଏହା ଅନ୍ୟଙ୍କୁ ଯୁବତୀ,ଝିଅ ଏବଂ ମହିଳାଙ୍କ ବିରୋଧରେ ଏଭଳି ଅପରାଧକୁ ରୋକିବ। ଆୟୋଗର ମୁଖ୍ୟ ରେଖା ଶର୍ମା ବୟାନରେ କହିଛନ୍ତି ଯେ,ନାବାଳିକା,ଯୁବତୀ ଏବଂ ମହିଳାଙ୍କ ଉପରେ ହେଉଥିବା ଅମାନବୀୟ ଅପରାଧକୁ ଧ୍ୟାନରେ ରଖି ଏଭଳି ଜଘନ୍ୟ ଅପରାଧର ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍ କାରଣ ସେମାନେ କାହାର ଦୟାର ଯୋଗ୍ୟ ନୁହଁନ୍ତି।

ସେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି ଯେ ସେ ସରକାରଙ୍କୁ ଆଦେଶ ଦିଅନ୍ତୁ ଯେ ଏଭଳି ଜଘନ୍ୟ ଏବଂ କ୍ରୃର ଦୁଷ୍କର୍ମ ମାମଲାରେ ସମସ୍ତ ଅପିଲର ପରୀକ୍ଷଣ ଏବଂ ଏହାକୁ ଏଡ଼ାଇବା ପାଇଁ ଏକ ନିଶ୍ଚିତ ତନ୍ତ୍ର ଏବଂ ସମୟ ସୀମା ନିର୍ଦ୍ଧାରଣ କରନ୍ତୁ। ଏହି ସମୟ ସୀମା ୬ମାସ ପାଇଁ ଧାର୍ଯ୍ୟ କରାଯାଇପାରେ ଯାହା ଦ୍ବାରା ନ୍ୟାୟ ସୁନିଶ୍ଚିତ କରାଯାଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.