ଜଜଙ୍କ ଅବସର ବୟସ ବଢାଇଲେ କର୍ମଚାରୀ ବି ଉଠାଇ ପାରନ୍ତି ଦାବି, ଜାଣନ୍ତୁ କଣ ଚାହୁଁଛନ୍ତ ସରକାର

Published By : Prameya-News7 Bureau | December 25, 2022 IST

ନୂଆଦିଲ୍ଲୀ: ବିଚାରପତିଙ୍କ ଅବସର ବୟସକୁ ନେଇ ସରକାରଙ୍କ ମଧ୍ୟରେ ବଡ଼ ବିଚାର ବିମର୍ଶ ଜାରି ରହିଛି । ସରକାରଙ୍କୁ ଭୟ, ଯଦି ଜଜଙ୍କ ପାଇଁ ବୟସସୀମା ବଢାଯାଏ ତେବେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀ ମଧ୍ୟ ଏହି ଦାବି କରିପାରନ୍ତି । ସଂସଦୀୟ କମିଟିକୁ ନ୍ୟାୟ ବିଭାଗ କହିଛି ଯେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ଜଜଙ୍କ ଅବସର ବୟସ ବଢାଇବା ଦ୍ୱାରା ଭଲ କାମ କରୁ ନଥିବା ଜଜଙ୍କ କାର୍ଯ୍ୟକାଳ ମଧ୍ୟ ବଢିବ । କେବଳ ଏତିକି ନୁହେଁ, ସରକାରୀ କର୍ମଚାରୀ ମଧ୍ୟ ଏହି ପରି ଦାବି ଉଠାଇବାର ଅଧିକ ସମ୍ଭାବନା ରହିଛି । ହାଇକୋର୍ଟରେ ବିଚାରପତିଙ୍କ ନିଯୁକ୍ତିରେ ଅଧିକ ସ୍ୱଚ୍ଛତା ଏବଂ ଉତ୍ତରଦାୟୀ ସୁନିଶ୍ଚିତ କରିବା ଉପାୟ ସହ ଜଜଙ୍କ ସେବାନିବୃତ୍ତ ବୟସ ଉପରେ ମଧ୍ୟ ବିଚାର କରୁଛି ।

ଆଇନ ମନ୍ତ୍ରୀ କିରଣ ରିଜିଜୁ ସଂସଦଙ୍କୁ ସୂଚନା ଦେଇ କହିଥିଲେ ଯେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ଜଜଙ୍କ ଅବସର ବୟସ ବଢାଇବାର କୌଣସି ପ୍ରସ୍ତାବ ନାହିଁ । କାର୍ମିକ, ଆଇନ ଏବଂ ନ୍ୟାୟ ମାମଲାର ସଂସଦୀୟ କମିଟି ଆଗରେ ନ୍ୟାୟ ବିଭାଗ ଏହି ପ୍ରସ୍ତାବ ଦେଇଛି । ଏହି କମିଟିର ଅଧ୍ୟକ୍ଷତା ବିଜେପି ସାଂସଦ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ କହୁଛନ୍ତି ।

ନ୍ୟାୟ ମନ୍ତ୍ରାଳୟ ଯେଉଁ ପ୍ରସ୍ତାବ ଦେଇଛି ସେଥିରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତିଙ୍କ ସେବାନବୃତ୍ତି ବୟସକୁ ବଢାଇବାର ସମ୍ଭାବନା ଏବଂ ନ୍ୟାୟିକ ପ୍ରକ୍ରିୟାରେ ସୁଧାରର ବିବରଣୀ ସାମିଲ ଥିଲା । ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟର ବିଚାରପତିଙ୍କ ଅବସର ବୟସ ୬୫ ବର୍ଷ ଏବଂ ହାଇକୋର୍ଟ ବିଚାରପତିଙ୍କ ଅବସର ବୟସ ୬୨ ବର୍ଷ ରହିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.