ଏନସିଆରବିଙ୍କ ରିପୋର୍ଟ: ଦେଶର ଏହି ରାଜ୍ୟରେ ବନ୍ଦୀ ଅଛନ୍ତି ସବୁଠୁ ଅଧିକ ବିଦେଶୀ, ପଛକୁ ଅଛି ମହାରାଷ୍ଟ୍ର

Published By : Prameya-News7 Bureau | October 29, 2019 IST

କୋଲକାତା : ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ଙ୍କ ପରିସଂଖ୍ୟାନ ଅନୁସାରେ ପଶ୍ଚିମବଙ୍ଗ ଜେଲମାନଙ୍କରେ ଦେଶର ସବୁଠୁ ଅଧିକ ବିଦେଶୀ ବନ୍ଦୀ ଅଛନ୍ତି। ଯେଉଁମାନଙ୍କ ମଧ୍ୟରେ ସବୁଠୁ ଅଧିକ ଅଛନ୍ତି ବାଂଲାଦେଶୀ। ଏନସିଆରବିଙ୍କ ଏହି ରିପୋର୍ଟ ପରେ ପଶ୍ଚିମବଙ୍ଗରେ ଏନଆରସି ଲାଗୁ କରିବା ଲାଗି କେନ୍ଦ୍ର ସରକାରଙ୍କ ନିମନ୍ତେ ନୂଆ ବାହାନା ମିଳିଛି। 

{"id":176619}

ଏନସିଆରବିଙ୍କ ୨୦୧୭ ପରିସଂଖ୍ୟାନ ଅନୁସାରେ ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ପଶ୍ଚିମବଙ୍ଗ କାରାଗାରମାନଙ୍କରେ ସର୍ବାଧିକ ବିଦେଶୀ କୈଦୀ ବନ୍ଦୀ ଅଛନ୍ତି। ରାଜ୍ୟର ଜେଲମାନଙ୍କରେ ଏବେ ମୋଟ ୧ହଜାର ୩୭୯ ଜଣ ବିଦେଶୀ ବନ୍ଦୀ ଅଛନ୍ତି। ଯାହାକି ଦେଶର ଅନ୍ୟ କାରାଗାରମାନଙ୍କରେ ବନ୍ଦୀ ବିଦେଶୀ କୈଦୀଙ୍କ ମୋଟ ସଂଖ୍ୟାର ୬୧.୯ ପ୍ରତିଶତ ବୋଲି ଜଣାପଡିଛି। ଚଳିତମାସ ପ୍ରାରମ୍ଭରେ ଜାରି ହୋଇଥିବା ପରିସଂଖ୍ୟାନ ଅନୁସାରେ ପଶ୍ଚିମବଙ୍ଗ ପଛକୁ ମହାରାଷ୍ଟ୍ରର ବିଭିନ୍ନ କାରାଗାରରେ ବନ୍ଦୀଙ୍କ ମଧ୍ୟରୁ  ବିଦେଶୀଙ୍କ ସଂଖ୍ୟା ପ୍ରାୟ ୭ ପ୍ରତିଶତ ଥିବା ବେଳେ ଉତ୍ତରପ୍ରଦେଶରେ ଏହି ହାର ୬.୮ଥିବା ଜଣାପଡିଛି।

{"id":176620,"width":579,"height":329}

ଏନସିଆରବିଙ୍କ ଏହି ପରିସଂଖ୍ୟାନରୁ ବାଂଲାଦେଶ ପଟରୁ ଆମଦେଶକୁ ହେଉଥିବା ଅନୁପ୍ରବେଶ ଆଶାତୀତ ଭାବେ ବଢିଛି। ଯାହା ଏବେ ଜାତୀୟ ସୁରକ୍ଷା ଲାଗି ସତର୍କ ଘଣ୍ଟି ସଦୃଷ ହୋଇଛି। ବାଂଲାଦେଶ ଓ ପଶ୍ଚିମବଙ୍ଗ ଉଭୟ ୨ ହଜାର ୨୧୬.୭ କିଲୋମିଟର ସୀମା ବାଣ୍ଟୁଛନ୍ତି। ଏହି ସୀମାର ଅଧିକାଂଶ ଅଞ୍ଚଳରେ କୌଣସି ଅବରୋଧ  ନାହିଁ। ଏଣୁ ବାଂଲଦେଶୀଙ୍କ ଅନୁପ୍ରବେଶ ଭାରତକୁ ସୁଗମ ହେଉଛି। ଏମୁ ପଶ୍ଚିମବଙ୍ଗରେ ଏନଆରସି ବସିଲେ ବିଦେଶୀଙ୍କ ଚିହ୍ନଟ ସୁବିଧା ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.