ଏନସିଆରବିର ତଥ୍ୟ- ଏକ ଲକ୍ଷରୁ ଅଧିକ ମୋବାଇଲ ଫୋନ୍ ଚୋରି ହୋଇଛି, ମୂଲ୍ୟ ୧୧୭.୯ କୋଟି ଟଙ୍କା,

Published By : Prameya-News7 Bureau | October 22, 2019 IST

ନୂଆଦିଲ୍ଲୀ୨୨|୧୦:  ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ୨୦୧୫-୧୭ ମସିହା ମଧ୍ୟରେ ଚୋରି ହୋଇଥିବା ଇଲେକ୍ଟ୍ରୋନିକ୍ସ ଜିନିଷ ଆକଳନ କରିଛନ୍ତି। ଏନସିଆରବିର ସୂଚନା ମୁତାବକ ୨୦୧୫-୧୭ ମସିହା ମଧ୍ୟରେ ପୂରା ଦେଶରେ ବହୁତ ସାଇବର କ୍ରାଇମ ହୋଇଛି।

୨୦୧୫ ମସିହାରେ ୧୧, ୩୩୧ ହଜାର, ୨୦୧୬ ମସିହାରେ ୧୨,୧୮୬ ଓ ୨୦୧୭ ମସିହାରେ ୨୧,୫୯୩ ହଜାର ସାଇବର କ୍ରାଇମ ହୋଇଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ କେବଳ ଦେଶ ନୁହେଁ ରାଜ୍ୟରେ ବି ସୂଚନା ଜାରି କରିଛି। ୨୦୧୫ ମସିହାରେ ଉତ୍ତର ପ୍ରଦେଶରେ ସବୁଠୁ ଅଧିକ ୨,୨୦୮ ହଜାର ସାଇବର କ୍ରାଇମ ହୋଇଛି। ପୂରା ଦେଶରେ ମୋବାଇଲ ଓ ଲ୍ୟାପଟପ୍‌ ଚୋରିର ମୂଲ୍ୟ ଆକଳନ କଲେ ପ୍ରାୟ ୧୧୭.୯ କୋଟି ଟଙ୍କାରୁ ଅଧିକ ହେବ।

ଏନସିଆରବିର ସୂଚନା ଅନୁସାରେ ୨୦୧୭ ମସିହାରେ ୧,୦୪,୬୨୬ ଲକ୍ଷ ମୋବାଇଲ ଚୋରି ଘଟଣା ସାମ୍ନା ଆସିଛି। ଏହି ସବୁ ମୋବାଇଲର ଦାମ ପ୍ରାୟ ୧୧୭.୯ କୋଟି ଟଙ୍କା ହେବ। ଚୋରି ହୋଇଥିବା ମୋବାଇଲ ମଧ୍ୟରୁ ୧୬,୨୫୨ ମୋବାଇଲ ଜବତ କରାଯାଇଥିଲା। ଯାହାର ମୂଲ୍ୟ ୨୨ କୋଟି ଟଙ୍କାରୁ ଅଧିକ ହେବ। ସେହିପରି ୨୦୧୭ ମସିହାରେ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍‌ ଚୋରି ୧,୨୮,୪୯୧ ଘଟଣା ସାମ୍ନାକୁ ଆସିଛି। ଏହି ସବୁ ଇଲେକ୍ଟ୍ରୋନିକ୍ସ ଜିନିଷର ମୂଲ୍ୟ ୧୫୮.୮ କୋଟି ଟଙ୍କା ହେବ। ଚୋରି ହୋଇଥିବା  ଇଲେକ୍ଟ୍ରୋନିକ୍ସ ଜିନିଷ ମଧ୍ୟରୁ ୨୧,୯୨୩ ଜିନିଷ ଜବତ ହୋଇଥିଲା। ଯାହାର ମୂଲ୍ୟ ୩୯.୫ କୋଟି ଟଙ୍କା ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.