ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ମୁସଲିମ୍ ଆଇନରେ ୧୬ ବର୍ଷୀୟ ଝିଅର ବିବାହ ଅଧିକାର ଅଛି: ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା NCPCR

30/08/2022 at 4:32 PM

ନୂଆଦିଲ୍ଲୀ: ୧୬ ବର୍ଷରୁ ଅଧିକ ବୟସର ମୁସଲମାନ ଝିଅ ମୁସଲିମ୍ ପର୍ସନାଲ ଲ ବୋର୍ଡ ଅନୁସାରେ, ନିଜ ମନ ପସନ୍ଦର ସାଥି ବାଛିପାରିବାକୁ ସକ୍ଷମ। ଗତ ଜୁନ ମାସରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏଭଳି ରାୟ ଦେବା ପରେ ଏହାକୁ ବିରୋଧ କରିଛି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(NCPCR)। ଓକିଲ ସ୍ୱରୂପମା ଚତୁର୍ବେଦୀଙ୍କ ଜରିଆରେ କମିଶନ କୋର୍ଟରେ ତର୍କ ରଖିଛନ୍ତି।

କୋର୍ଟଙ୍କର ଏହି ରାୟ ବାଲ୍ୟ ବିବାହ ନିଷେଧ ଆଇନ ଓ ଯୌନ ଅପରାଧ ଅଧିନିୟମରେ ଶିଶୁଙ୍କୁ ଯୌନ ନିର୍ଜାତନାରୁ ଦୂରେଇ ରଖିବା ଆଇନର ଖୋଲାଖୋଲି ଉଲ୍ଲଂଘନ ବୋଲି NCPCR କହିଛି। ଏହି ନିୟମଗୁଡ଼ିକ ଧର୍ମନିରେପେକ୍ଷ, ଏହା ସମସ୍ତ ଧର୍ମ ପାଇଁ ଲାଗୁ ହୋଇଛି ବୋଲି NCPCR ଯୁକ୍ତି ରଖିଛି।

ପଠାନ କୋଟର ପ୍ରେମି ଯୁଗଳ ପରିବାରର ବିନା ଅନୁମତିରେ ବିବାହ କରିଥିବାରୁ ତାଙ୍କୁ ତାଙ୍କ ପରିବାର ପକ୍ଷରୁ ଧମକଚମକ ମିଳୁଥିଲା। ଏଥିପାଇଁ ସେ ସୁରକ୍ଷା ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାରୁ ହାଇକୋର୍ଟ ଜଷ୍ଟିସ୍ ଜସ୍‌ଜିତ ସିଂହ ବେଦୀଙ୍କ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଥିଲେ।  

ଏନେଇ କୋର୍ଟ କହିଥିଲେ ଯେ ଆଇନ୍‌ ଅନୁସାରେ ଏକ ମସଲମାନ ଝିଅର ବିବାହ ମୁସଲମାନ ଲ ବୋର୍ଡ ଅନୁସାରେ ହୋଇଥାଏ। ଆଉ ଲ ବୋର୍ଡ ଅନୁସାରେ, ଉଭୟଙ୍କର ବିବାହ ବୟସ ହୋଇସାରିଛି। ତେଣୁ ଉଭୟ ଯୋଡ଼ିଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ କୋର୍ଟ। ଖଣ୍ଡିପୀଠ କହିଥିଲେ ଯେ ଉଭୟ କେବଳ ପରିବାରର ବିନା ଅନୁମତିରେ ବିବାହ କରିଥିବାରୁ ସେମାନଙ୍କୁ ନିଜର ମୌଳିକ ଅଧିକାରରୁ ବାଦ ଦିଆଯାଇପାରିବ ନାହିଁ। ଏହା ଭାରତୀୟ ସମ୍ବିଧାନରେ ବି ରହିଛି ବୋଲି ବିଚାରପତି କହିଥିଲେ। ତେବେ ମମଲା ବିହାର ବୈଧତା ନେଇ ନଥିଲା। ଜୀବନର ସୁରକ୍ଷା ନେଇଥିଲା ବୋଲି କୋର୍ଟ କହିଥିଲେ।

ସୂଚନା ଅନୁସାରେ ଜଣେ ୧୬ ବର୍ଷୀୟ ନାବାଳିକା ଜଣେ ୨୧ ବର୍ଷୀୟ ଯୁବକଙ୍କୁ ବିହାର କରିଥିଲେ। ମୁସ୍ଲିମ ଲ ଅନୁସାରେ ବିବାହ ହୋଇଥିଲା। ହେଲେ ବାହାଘର ପରିବାର ଲୋକଙ୍କ ବିରୋଧରେ ହୋଇଥିବାର ଉଭୟଙ୍କୁ ଧମକ ମିଳିଥିଲା। ଏହାପରେ ସେମାନେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

   Related Posts