ବାୟଜୁସ୍‌ ସିଇଓଙ୍କୁ NCPCRଙ୍କ ନୋଟିସ୍, ଜାଣନ୍ତୁ ଅଭିଯୋଗ କ’ଣ ?

Published By : Prameya-News7 Bureau | December 17, 2022 IST

ନୂଆଦିଲ୍ଲୀ ୧୭।୧୨: ଏଡଟେକ୍ କମ୍ପାନୀ ବାୟଜୁ ମୁଖ୍ୟ କାର୍ଯ୍ୟ ନିର୍ବାହୀ (ସିଇଓ) ବାୟଜୁ ରବିନ୍ଦ୍ରନଙ୍କ ଲାଗି ସମସ୍ୟା ଶେଷ ହେଉନି। କିଛି ଦିନ ପୂର୍ବରୁ ଛଟେଇ ବିବାଦକୁ ନେଇ ରାଜ୍ୟ ସରକାରଙ୍କ ଆକ୍ରୋଶ ଭୋଗିବା ପରେ ଏବେ ଜାତୀୟ ଶିଶୁ ସୁରକ୍ଷା ଅଧିକାର ସଂରକ୍ଷଣ ଆୟୋଗ (ଏନସିପିସିଆର)ଙ୍କ ନୋଟିସ୍ ମିଳିଛି। ଆୟୋଗ ବାୟଜୁକୁ ନୋଟିସ୍ ଏହି ରିପୋର୍ଟ ଆଧାରରେ ଜାରି କରିଛନ୍ତି। ଯେଉଁଥିରେ ବାୟଜୁ ତ୍ରୁଟିପୂର୍ଣ୍ଣ ଉପାୟରେ ପିଲାଙ୍କୁ କୋର୍ସ ବିକ୍ରି କରୁଥିବାର ଅଭିଯୋଗ ହୋଇଛି।

ଗୋଟିଏ ପଟେ କୋର୍ସ ମହଙ୍ଗା ହେଉଥିବା ବେଳେ ଏଥିରୁ ପିଲାଙ୍କୁ ସେମାନଙ୍କ ଅନୁସାରେ ପାଠ୍ୟକ୍ରମ ମିଳୁନଥିବାରୁ ସେମାନେ ମାନସିକ ରୂପେ ଶୋଷଣର ଶିକାର ହେଉଥିବା ଅଭିଯୋଗ କରୁଛନ୍ତି। ଏହା ସହ କମ୍ପାନୀ ରିଫଣ୍ଡ ମଧ୍ୟ କରୁନଥିବାର ଅଭିଯୋଗ ହେଉଛି। ମାମଲାରେ ସିଇଓଙ୍କୁ ୨୩ ଡିସେମ୍ବରରେ ଜବାବ ରଖିବାକୁ କୁହାଯାଇଛି।

{"id":722134,"width":840,"height":551,"sizeSlug":"full","linkDestination":"none"}

ଗଣମାଧ୍ୟମରେ ଆସୁଥିବା ରିପୋର୍ଟ ଅନୁସାରେ କମ୍ପାନୀ ପିଲା ଓ ଅଭିଭାବକଙ୍କୁ ଭୁଲ ଉପାୟରେ କୋର୍ସ ବିକୁଥିବାର ଆଶଙ୍କା କରାଯାଉଛି। ଏଥିରେ କମ୍ପାନୀ ମହଙ୍ଗା କୋର୍ସ ନେବା ଲାଗି ଅଭିଭାବକଙ୍କୁ ଋଣ ଆଧାରିତ ଏଗ୍ରିମେଣ୍ଟ ମଧ୍ୟ କରାଉଛି। ଯେତେବେଳେ ଅଭିଭାବକ କମ୍ପାନୀକୁ ଅଭିଯୋଗ କରୁଛନ୍ତି କମ୍ପାନୀ ଏହାର ଜବାବ ମଧ୍ୟ ଦେଉନି କି ପଇସା ଫେରସ୍ତ କରିବାକୁ କହିଲେ ରିଫଣ୍ଡ ମଧ୍ୟ କରୁନି। ଏଥି୍ର ମାମଲା ଏବେ ସୋସିଆଲ ମିଡିଆରେ ମଧ୍ୟ ଆସିବାକୁ ଲାଗିଲାଣି। ଯେଉଁଥିରେ ଅଭିଭାକ କୋର୍ସ ସେମାନଙ୍କ ଆଶାନୁରୂପ ନୁହେଁ ଓ ଏବେ ପଇସା ଫେରସ୍ତ ମଧ୍ୟ କରୁନଥିବା ଉଲ୍ଲେଖ କରୁଛନ୍ତି।  

ଏ ସବୁକୁ ନଜରରେ ରଖି ଏନସିପିସିଆ ବାୟଜୁ ସିଇଓଙ୍କୁ  ସବୁ କୋର୍ସର ଡିଟେଲ, କୋର୍ସ ଷ୍ଟ୍ରକ୍ଚର, ଫିସ ଓ ରିଫଣ୍ଡ ପଲିସି ସମ୍ପର୍କିତ କାଗଜପତ୍ର ସହ ଉପସ୍ଥିତ ହେବାକୁ ନୋଟିସ୍ ଜାରି କରିଛନ୍ତି। ଏଥିରେ ଯଦି ରବିନ୍ଦ୍ରନ ଏନସିପିସିଆରରେ ହାଜର ନ ହୁଅନ୍ତି ତେବେ ତାଙ୍କ ବିରୋଧରେ ଆଗକୁ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। କିଛି ସମୟ ପୂର୍ବରୁ ଲୋକସଭା ସଦସ୍ୟ ପି.ଚିଦାମ୍ବରମ ଶିକ୍ଷାକ୍ଷେତ୍ରର ଏହି ଷ୍ଟାର୍ଟଅପର ଆର୍ଥିକ ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଏଥିରେ ଇନଷ୍ଟିଚ୍ୟୁଟ ଅଫ ଚାର୍ଟାଟ ଆକାଉଣ୍ଟସ୍ ଅଫ ଇଣ୍ଡିଆ (ଆଇସିଏଆଇ) ସଂସ୍ଥାଙ୍କ ଆର୍ଥିକ ଘୋଷଣାର ଯାଞ୍ଚ କରିଥିଲେ।

{"id":722135,"width":842,"height":474,"sizeSlug":"full","linkDestination":"none"}

ଆଇସିଏଆଇ କହିଥିଲେ ଯେ ବାୟଜୁ ସମ୍ପର୍କିତ କିଛି ପ୍ରସଙ୍ଗ ରହିଛି, ଯାହା ଉପରେ ବିଚାର କରିବାର ଆବଶ୍ୟକତା ଅଛି। ଏଥିରେ ଅକ୍ଟୋବର ଓ ନଭେମ୍ବର ମାସରେ କମ୍ପାନୀ କର୍ମଚାରୀ ଛଟେଇକୁ ନେଇ ବିବାଦରେ ଘେରି ଯାଇଥିଲା। ବିବାଦ ବଢିବାରୁ କମ୍ପାନୀ କେରଳରୁ ୧୪୦ ଜଣ କର୍ମଚାରୀଙ୍କୁ ଅନ୍ୟ ସ୍ଥାନକୁ ପଠାଇବାର ନିଷ୍ପତ୍ତି ପ୍ରତ୍ୟାହାର କରିଥିଲା। ଏଥିରେ ଏବେ ଏନସିପିସିଆରଙ୍କ ନୋଟିସ୍ କମ୍ପାନୀ ଲାଗି ନୂଆ ସମସ୍ୟା ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.