ତମାଖୁ ଦ୍ରବ୍ୟର ବ୍ୟବହାର ପ୍ରଦର୍ଶିତ କରୁଥିବା ଫିଲ୍ମ-ଓଟିଟି ପ୍ଲାଟଫର୍ମ ଉପରେ ଲାଗୁ ହେଉ ଅଧିକ ଟ୍ୟାକ୍ସ, ଶିଶୁ ସୁରକ୍ଷା ଆୟୋଗଙ୍କ ଦାବି

Published By : Prameya-News7 Bureau | January 16, 2022 IST

ନୂଆଦିଲ୍ଲୀ ୧୬/୦୧ :  ରାଷ୍ଟ୍ରୀୟ ଶିଶୁ ସୁରକ୍ଷା ଆୟୋଗ ତମାଖୁ ଦ୍ରବ୍ୟ ଏବଂ ଏହାର ବ୍ୟବାହରକୁ ପ୍ରଦର୍ଶିତ କରୁଥିବା ଫିଲ୍ମ ଏବଂ ଓଟିଟି କାର୍ଯ୍ୟକ୍ରମ ଉପରେ ଅଧିକ ଟ୍ୟାକ୍ସ ଲାଗୁ କରିବାକୁ ଦାବି କରିଛି । ଆୟୋଗର ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ କହିଛନ୍ତି ତମାଖୁ ଦ୍ରବ୍ୟ ସହଜରେ ଉପଲବ୍ଧ ହେବା ଅତ୍ୟଧିକ କ୍ଷତିକାରକ, ମୁଖ୍ୟତଃ ଯୁବ ବର୍ଗଙ୍କ ପାଇଁ । ଏପରି ସ୍ଥିତିରେ ତମାଖୁ ଦ୍ରବ୍ୟ ଏବଂ ଏହାର ବ୍ୟବହାର ପ୍ରଦର୍ଶିତ କରୁଥିବା ମାଧ୍ୟମ ଉପରେ ଅତିରିକ୍ତ କର ଲାଗୁ କରିବା ଦରକାର ।  

କାନୁନଗୋ କହିଛନ୍ତ, ତମାଖୁ ଦ୍ରବ୍ୟ ଉପରେ ଅଧିକ ଟ୍ୟାକ୍ସ ଲାଗୁ କରିବା ପରେ ଏହା ଲୋକଙ୍କ ଠାରୁ ଦୂରରେ ରହିବ, ଏହାସହ ଏହାର ପ୍ରଦର୍ଶନ କରୁଥିବା ଫିଲ୍ମ ଏବଂ ଓଟିଟି ଉପରେ ଅଧିକ ଟ୍ୟାକ୍ସ ଲାଗୁ କରାଯିବା ପରେ ସରକାରଙ୍କୁ ଅଧିକ ରାଜସ୍ୱ ମିଳିବ। ତମାଖୁ ବ୍ୟବହାର କରି ବିଭିନ୍ନ ରୋଗୀରେ ପୀଡିତ ଥିବା ଲୋକଙ୍କ ଚିକିତ୍ସାରେ ସରକାର ଏହି ରାଜସ୍ୱ ଖର୍ଚ୍ଚ କରିବେ ବୋଲି ଆୟୋଗର ଅଧ୍ୟକ୍ଷ କରିଛନ୍ତି।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସମୟରେ ଭାରତରେ ପ୍ରତିବର୍ଷ ୧୩ ଲକ୍ଷରୁ ଅଧିକ ନାଗରିକ ତମାଖୁ ଏବଂ ପରୋକ୍ଷ ଧ୍ରୁମାପାନ ଯୋଗୁଁ ଜୀବନ ହରାଇଥାନ୍ତି। ତମୁଖ ବ୍ୟବହାରକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଦେଶର ସମୁଦାୟ ତମାଖୁ ସେବନକାରୀଙ୍କ ମଧ୍ୟରେ ୮.୫ ପ୍ରତିଶତ ହେଉଛନ୍ତି ୧୩ରୁ ୧୫ ବର୍ଷ ବୟସର କିଶୋର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.