NCP ବିଧାୟକ ଭରତ ଭାଲକେଙ୍କ ପରଲୋକ : ଗତ ମାସରେ ହୋଇଥିଲେ କରୋନାରେ ସଂକ୍ରମିତ
28/11/2020 at 12:52 PM

ମୁମ୍ବାଇ ୨୮/୧୧: ମହାରାଷ୍ଟ୍ରରେ ପଣ୍ଢରପୁର-ମଙ୍ଗଳବେଦ ବିଧାନସଭା ଅଞ୍ଚଳର ରାଷ୍ଟ୍ରବାଦୀ କଂଗ୍ରେସ୍ ପାର୍ଟି(ଏନସିପି)ର ବିଧାୟକ ଭରତ ଭାଲକେଙ୍କ ଆଜି ପୁଣେର ରୁବି ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ପୋଷ୍ଟ୍ କୋଭିଡ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଭରତ ଭାଲକେଙ୍କୁ କରୋନା ହେବା ପରେ ହେଉଥିବା ସମସ୍ୟାର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

କୁହାଯାଉଛି ଯେ ଭରତ ଭାଲକେ ଗତ ମାସରେ କରୋନାର ଶିକାର ହୋଇଥିଲେ। ସେତେବେଳେ ତାଙ୍କୁ ପୁଣେର ରୁବି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କରୋନାରୁ ଠିକ୍ ହେବା ପରେ ତାଙ୍କୁ ହସ୍ପିଟାଲରୁ ହିସଚାର୍ଜ କରି ଦିଆଯାଇଥିଲା। ୬୦ବର୍ଷର ଭାଲକେ ଲଗାତାର ୩ଥର ପଣ୍ଢରପୁର-ମଙ୍ଗଳବେଦ ବିଧାନସଭା ଅଞ୍ଚଳରୁ ନିର୍ବାଚନ ଜିତିଥିଲେ।

Related Posts
ୟୁକ୍ରେନର ଏହି ଗ୍ରାମକୁ ନିଜର ବୋଲି ଦାବି କଲା ଋଷ, ଉଗ୍ର ହୋଇପାରେ ସଂଘର୍ଷ
31 January 2023
ବ୍ରିଟେନରେ ବିବାଦରେ ସୁନକଙ୍କ ଶ୍ୱଶୁରଙ୍କ କମ୍ପାନି, ଟିକସ ବକେୟା ଅଭିଯୋଗ
31 January 2023
ହିମାଚଳ ପ୍ରଦେଶ ପୋଲିସ୍ ନିଯୁକ୍ତି ଘୋଟାଲା: ୭ ରାଜ୍ୟର ୫୦ଟି ସିବିଆଇ ରେଡ୍
31 January 2023