Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏକନାଥ ସିନ୍ଦେଙ୍କୁ ଭେଟିଲେ ଶରଦ ପାୱାର: ପୁଣି କଡ଼ ଲେଉଟାଇବ କି ମହାରାଷ୍ଟ୍ର ରାଜନୀତି ?

1/06/2023 at 11:24 PM

ମୁମ୍ବାଇ: ଆଜି(ଜୁନ ୧) ସନ୍ଧ୍ୟାରେ ମହାରାଷ୍ଟ୍ର ରାଜନୀତିରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଏନ୍‌ସିପି ମୁଖ୍ୟ ଶରଦ ପାୱାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଛନ୍ତି। ଯାହାକୁ ନେଇ ମହାରାଷ୍ଟ୍ର ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଗତବର୍ଷ ମହାବିକାଶ ଅଘାଡ଼ି ମେଣ୍ଟ ସରକାର ଭାଙ୍ଗିବା ପରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିଲା। ସେବେଠାରୁ ଶରଦ ପାୱାରଙ୍କର ଏହା ପ୍ରଥମ ବୈଠକ। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ବୈଠକକୁ ନେଇ ଖୁବ୍ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

ଅନ୍ୟପଟେ ଶରଦ ପାୱାର କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲା। ମୁମ୍ବାଇ ମରାଠା ମନ୍ଦିର ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲି ବୋଲି ଶ୍ରୀ ପାୱାର କହିଛନ୍ତି। ଏଥିସହିତ ମରାଠି ଫିଲ୍ମ କଳାକାର ଓ ଥିଏଟର କଳାକାରମାନେ ସାମ୍ନା କରୁଥିବା ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା। ଏଥିପାଇଁ ବୈଠକର ଆୟୋଜନ କରିବାକୁ ଆଲୋଚନା କରିଥିଲୁ ବୋଲି ଶରଦ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ପଢ଼ନ୍ତୁ-ଡ୍ରାଇଭିଂ ଲାଇସେନ୍ସ ଏକ୍ସପାୟର ହୋଇଥିଲେ ବି ଦୁର୍ଘଟଣାର ଶିକାର ବାହନ ଚାଳକଙ୍କ ପରିବାରକୁ ବୀମା ପୈଠ ଲାଗି କମ୍ପାନୀ ବାଧ୍ୟ: ବମ୍ବେ ହାଇକୋର୍ଟ

   Related Posts