ମହାରାଷ୍ଟ୍ରରେ ଚାଷୀଙ୍କ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଏନସିପି ମୁଖ୍ୟ ଶରଦ ପାଓ୍ବାର

Published By : Prameya-News7 Bureau | November 20, 2019 IST

ନୂଆଦିଲ୍ଲୀ ୨୦।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ କଂଗ୍ରେସ, ଏନସିପି ଏବଂ ଶିବସେନା ମଧ୍ୟରେ ମନ୍ଥନ ଚାଲିଛି । ଏପଟେ ଏନସିପି ମୁଖ୍ୟ ଶରଦ ପାୱାର ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ କୃଷକମାନଙ୍କ ସମସ୍ୟାକୁ ନେଇ ଏନସିପି ମୁଖ୍ୟ ଶରଦ ପାୱାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଚାଷୀଙ୍କ ସମସ୍ୟା ନେଇ ଆଲୋଚନା ହୋଇଛି । ରାଜ୍ୟରେ ସ୍ଥିତି ସମ୍ପର୍କରେ ଜଣାଇବା ସହ କୃଷକମାନଙ୍କୁ କେନ୍ଦ୍ରୀୟ ସହାୟତା ଦେବା ଲାଗି ଶରଦ ପାଓ୍ବାର ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଥିବା ଜଣାପଡିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.