ମୁମ୍ବାଇ(୩୧/୧୦): ଏନସିପି ନେତା ଶରଦ ପାଓ୍ବାର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି। ସୋମବାର ଶରଦ ପାଓ୍ବାର ଅସୁସ୍ଥ ଅନୁଭବ କରିବାରୁ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି। ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଚିକିତ୍ସା ଚାଲିଛି। କୁହାଯାଉଛି ନଭେମ୍ବର ୨ ତାରିଖରେ ତାଙ୍କୁ ଡିସଚାର୍ଜ କରାଯିବ।
wp:embed {"url":"https://twitter.com/ANI/status/1586976786226696193?s=20\u0026t=ESaAZaKwTypk5Zvi0VGvrA","type":"rich","providerNameSlug":"twitter","responsive":true}ସୂଚନାଯୋଗ୍ୟ, ୮୧ ବର୍ଷୀୟ ବରିଷ୍ଠ ରାଜନେତା ଏବେବି ରାଜନୀତିରେ ସକ୍ରିୟ ରହିଛନ୍ତି । ଶରଦ ପାଓ୍ବାର ନଭେମ୍ବର ୮ ତାରିଖରେ କଂଗ୍ରେସର ‘ଭାରତ୍ ଯୋଡୋ ଯାତ୍ରା’ ରେ ଯୋଗଦେବା ପାଇଁ ଘୋଷଣା କରିଥିଲେ। ଏହା ସହ ଶରଦ ପାଓ୍ବାର ନଭେମ୍ବର ୪-୫ ନଭେମ୍ବର ଶିରିଡିରେ ହେବାକୁ କାର୍ଯ୍ୟକ୍ରମରେ ସାମିଲ ହେବେ।