ଉଦ୍ଧବ ଠାକରେ ହେବେ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ, ପ୍ରସ୍ତାବକୁ ୩ ଦଳର ସମର୍ଥନ

Published By : Prameya-News7 Bureau | November 22, 2019 IST

ମୁମ୍ବାଇ : ମହାରାଷ୍ଟ୍ରରେ ସରକାର ଗଠନ ଲାଗି ଏପର୍ଯ୍ୟନ୍ତ ଜାରୀ କଳ୍ପନାଜଳ୍ପନାରେ ବିରାମ ଲାଗିଛି। ମୁମ୍ବାଇରେ ଶୁକ୍ରବାର ଏନସିପି, କଂଗ୍ରେସ ଓ ଶିବସେନାର ବୈଠକ ହୋଇଥିବା ବେଳେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ସହମତି ହୋଇଛି। ମିଳିଥିବା ସୂଚନା ଅନୁସାରେ ଶିବସେନା ମୁଖ୍ୟମନ୍ତ୍ରୀ ପଦ ସମେତ ମନ୍ତ୍ରୀମଣ୍ଡଳରେ ୧୬, ଏନସିପି ୧୪ ଓ କଂଗ୍ରେସ ୧୨ଟି ବିଭାଗ ନେବେ। ତେବେ ବାଚସ୍ପତି ଓ ଉପବାଚସ୍ପତି ପଦବୀ ନିମନ୍ତେ ଏପର୍ଯ୍ୟନ୍ତ ୩ ସହଯୋଗୀ କୌଣସି ନିଷ୍ପତ୍ତିରେ ଉପନୀତ ହୋଇପାରିନାହାନ୍ତି।

ବୈଠକ ମଝିରେ ଏନସିପି ନେତା ଶରଦ ପାୱାର ଓ ଉଦ୍ଧବ ଠାକରେ ବାହାରକୁ ଆସିଥିଲେ। ଏହି ସମୟରେ ପାୱାର ଗଣମାଧ୍ୟମକୁ ଭେଟିଥିବା ବେଳେ ଉଦ୍ଧବ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି। ତେବେ ଶନିବାର ପୁଣି ବୈଠକ ପରେ କେତେବେଳେ ରାଜ୍ୟପାଳଙ୍କୁ ଭେଟିବାକୁ ଯିବେ ସେ ନେଇ ଚୂଡାନ୍ତ ନିଷ୍ପତ୍ତି ହେବ ବୋଲି ପାୱାର କହିଛନ୍ତି।

ସେପଟେ ଉଦ୍ଧବ ଆଲୋଚନା ଶେଷରେ ସେ ଲୋକଙ୍କ ସମ୍ମୁଖକୁ ଆସିବେ ବୋଲି କହିଛନ୍ତି। କେତେଗୁଡିଏ ପ୍ରସଙ୍ଗକୁ ନେଇ ଆମ ଭିତରେ ସହମତି ବି ହୋଇଛି। ତେବେ ପ୍ରଥମରୁ କୌଣସି ପ୍ରସଙ୍ଗକୁ ଆମେ ଟାଳିବାକୁ ଚାହୁଁନୁ। ଏଣୁ ସବୁ ପ୍ରସଙ୍ଗରେ ସର୍ବସମ୍ମତି ଲାଗି ଆଲୋଚନା ଚାଲିଥିବା କହିଛନ୍ତି ଉଦ୍ଧବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.