ମହାରାଷ୍ଟ୍ରରେ ସରକାର ଗଠନ ଲାଗି ଗତିରୋଧ ଶେଷ, ସବୁ ପ୍ରସଙ୍ଗରେ କଂଗ୍ରେସ ଓ ଏନସିପି ରାଜି, ଶୁକ୍ରବାର ଶିବସେନା ସହ ବୈଠକ

Published By : Prameya-News7 Bureau | November 21, 2019 IST

ମୁମ୍ବାଇ :  ମହାରାଷ୍ଟ୍ରରେ ସରକାର ଗଠନ ଲାଗି ଏବେ ସମସ୍ତ ରାସ୍ତା ଖୋଲିଯାଇଛି। କଂଗ୍ରେସ ଓ ଏନସିପି ସବୁ ପ୍ରସଙ୍ଗରେ ରାଜି ଥିବା ବେଳେ ଶୁକ୍ରବାର ଶିବସେନା ସହ ବୈଠକ ପରେ ଏ ନେଇ ସାର୍ବଜନିକ ଘୋଷଣା କରାଯାଇପାରେ।  ଉଦ୍ଧବ ଠାକରେଙ୍କ ମାତୋଶ୍ରୀରେ ଶୁକ୍ରବାର ଶିବ ସେନା ସହ ଏନସିପି ଓ କଂଗ୍ରେସର ମିଳିତ ବୈଠକରେ ସରକାର ଗଠନ ଲାଗି ଚୂଡାନ୍ତ ନିଷ୍ପତ୍ତି ହେବ।

{"id":187807,"sizeSlug":"large"}

ଗୁରୁବାର ଦିନ ତମାମ ମହାରାଷ୍ଟ୍ରରେ ସରକାର ଗଠନ ଲାଗି ଏନସିପି ଓ କଂଗ୍ରେସ ଦୀର୍ଘ ବୈଠକ କରିଥିଲେ। ବୈଠକରେ ଏନସିପି ରୋଟେସନାଲ ସିଏମ ପଦ ଦାବି ଉଠାଇ ନଥିବା ବେଳେ ଉଭୟ କଂଗ୍ରେସ ଓ ଏନସିପି ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସହମତ ଥିବା ଜଣାପଡିଛି। ଏଣୁ ରାଜ୍ୟରେ ସରକାର ଗଠନ ଲାଗି ଏକପ୍ରକାର ନିଷ୍ପତ୍ତି ହୋଇସାରିଥିବାରୁ ଜୟପୁରରେ ଥିବା ଶିବସେନା ବିଧାୟକମାନେ ଶୁକ୍ରବାର ରାଜ୍ୟକୁ ଫେରିବେ ବୋଲି ଆଶା କରାଯାଉଛି।

{"id":187808,"sizeSlug":"large"}

ଏନସିପି ଓ କଂଗ୍ରେସ ବୈଠକରେ ଗୁରୁବାର ବିଭାଗ ବଣ୍ଟନ ନେଇ କୌଣସି ଆଲୋଚନା ହୋଇନାହିଁ। ତେବେ ଶୁକ୍ରବାର ଶିବସେନା ସହ ଆଲୋଚନା ବେଳେ ଦଳମାନେ  ବିଭାଗ ସମ୍ପର୍କରେ ନିଷ୍ପତ୍ତି ନେଇପାରନ୍ତି। ହେଲେ କଂଗ୍ରେସ ୧୪-୧୪-୧୪ ଫର୍ମୁଲାରେ ସରକାରରେ ଭାଗ ହେବାକୁ ଚାହୁଁଥିବା ଜଣାପଡିଛି। ଅର୍ଥାତ ସରକାରରେ ମୁଖ୍ୟମନ୍ତ୍ରୀ ଯିଏ ବି ହୁଅନ୍ତୁ ନା କାହିଁକି ସବୁଦଳର ୧୪ ଜଣ ଲେଖାଏଁ ବିଧାୟକ ମନ୍ତ୍ରୀ ହେବେ। ବିଭାଗ ବଣ୍ଟନ ହୋଇ ନଥିଲେ ହେଁ ସହଯୋଗୀ ଦଳମାନଙ୍କ ମଧ୍ୟରେ ନିଜନିଜ ବିଭାଗକୁ ନେଇ ଲବି ଚଳାଇଲେଣି। ଏଥିରେ କଂଗ୍ରେସ ଓ ଏନସିପି ଉଭୟ ବାଚସ୍ପତି ପଦବୀ ଲାଗି ଆଗ୍ରହୀ ଅଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.