HDFC- HDFC ବ୍ୟାଙ୍କ୍ର ବିଲୟକୁ NCLT ର ମଞ୍ଜୁରୀ, ନିବେଶକଙ୍କୁ ହେବ ଫାଇଦା
17/03/2023 at 10:16 PM

ନୂଆଦିଲ୍ଲୀ, ୧୭/୦୩: ହାଉସିଙ୍ଗ ଡେଭଲପମେଣ୍ଟ ଫାଇନାନ୍ସ (HDFC) ଏବଂ HDFC ବ୍ୟାଙ୍କ୍ ଲିମିଟେଡର ବିଲୟ ପକ୍ରିୟା ଏବେ ଶେଷ ପର୍ଯ୍ୟାୟରେ। ନାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ୍ (ଏନସିଏଲଟି) ମଧ୍ୟ ଏହି ବିଲୟକୁ ମଞ୍ଜୁରୀ ଦେଇଛି। ପୂର୍ବରୁ ଆରବିଆଇ, ସେବି, ଏଚଡିଏଫସି ଏବଂ ଏଚଡିଏଫସି ବ୍ୟାଙ୍କର ସେୟାରଧାରକ, ପିଏଫଆରଡିଏ ଏବଂ ପ୍ରତିସ୍ପର୍ଦ୍ଧା ଆୟୋଗ (ସିସିଆଇ) ପ୍ରମୁଖ ଏହି ବିଲୟକୁ ମଞ୍ଜୁରୀ ଦେଇସାରିଛନ୍ତି। ଏହା ବ୍ୟତୀତ ଷ୍ଟକ୍ ଏକ୍ସଚେଞ୍ଜରୁ ମଧ୍ୟ ଏନଓସି ମିଳିଛି।
୪୦ ବିଲିୟନ ଡଲାରର ଡିଲ୍:
ସୂଚନାଯୋଗ୍ୟ, HDFC ଏବଂ HDFC ବ୍ୟାଙ୍କ୍ର ବିଲୟ ଘୋଷଣା ୪ ଏପ୍ରିଲ ୨୦୨୨ ରେ ହୋଇଥିଲା। ଏହା ଭାରତର କର୍ପୋରେଟ୍ ଇତିହାସର କିଛି ବଡ଼ ଡିଲ୍ ମଧ୍ୟରେ ରହିଛି। ପ୍ରାୟ ୪୦ ବିଲିୟନ ଡଲାରେ ଏହି ଅଧିଗ୍ରହଣ ହେଉଛି। ବିଲୟ ପରେ ଉଭୟଙ୍କ ସମ୍ପତ୍ତି ମିଶି ୧୮ ଲକ୍ଷ କୋଟି ହୋଇଯିବ। ଡିଲ୍ ସଂପୂର୍ଣ୍ଣ ହେବା ପରେ ଏଚଡିଏଫସି ବ୍ୟାଙ୍କର ୧୦୦ ପ୍ରତିଶତ ଶେୟାର ସାଧାରଣ ଶେୟାରହୋଲ୍ଡରଙ୍କ ପାଖରେ ରହିବ।