vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

୧୨ଶହ କୋଟି ଟଙ୍କା ଋଣ ମାମଲା: ଅନୀଲ ଅମ୍ବାନୀଙ୍କ ବିରୋଧରେ ହେବ ଦେବାଳିଆ କାର୍ଯ୍ୟାନୁଷ୍ଠାନ

21/08/2020 at 5:36 PM

ମୁମ୍ବାଇ :  ଉଦ୍ୟୋଗପତି ଅନିଲ ଅମ୍ବାନୀଙ୍କ ସମସ୍ୟା ଆହୁରି ଜଟିଳ ହୋଇଛି। ନ୍ୟାସନାଲ ଲ ଟ୍ରିବ୍ୟୁନାଲ(ଏନସିଏଲଟି) ତାଙ୍କ ବିରୋଧରେ ଦେବାଳିଆ କାର୍ଯ୍ୟାନୁଷ୍ଠାନକୁ ଆଗକୁ ବଢାଇବା ଲାଗି ଅନୁମତି ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ୧୨ଶହ କୋଟି ଟଙ୍କା ଋଣ ପୈଠ କରିବାରେ ବିଫଳତା ଯୋଗୁ ତାଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ଲାଗି ଆବେଦନ କରାଯାଇଥିଲା।

ସୂଚନା ଅନୁସାରେ ଏସବିଆଇ ୨୦୧୬ ମସିହାରେ ଅନୀଲ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ କମ୍ୟୁନିକେସନ ଓ ରିଲାଏନ୍ସ ଇନଫ୍ରାଟେଲକୁ ୧୨ଶହ କୋଟି ଟଙ୍କା ଋଣ ଦେଇଥିଲେ। ଏଥିଲାଗି ଅନୀଲ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇଥିଲେ। ହେଲେ ଏବେ ଦୁଇଟିଜାକ କମ୍ପାନୀ ବନ୍ଦ ହୋଇଯାଇଛନ୍ତି। ଏଣୁ ଋଣ ବାବଦ ଅର୍ଥ ଅସୁଲ ଲାଗି ଏସବିଆଇ ମୁମ୍ବାଇସ୍ଥିତ ଏନସିଏଲଟିଙ୍କ ନିକଟରେ ନିବେଦନ କରିଥିଲେ।

ଦେବାଳିଆ ଆଇନ ଅନୁସାରେ ଋଣ ବାବଦ ଅର୍ଥ ଅନୀଲ ଅମ୍ବାନୀଙ୍କ ଠାରୁ ଆଦାୟ କରାଯିବା କଥା। କାରଣ ଏଥିଲାଗି ସେ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇଥିଲେ। ତେବେ ଆରକମ୍ ଓ ଆରଆଇଟିଏଲ ଉଭୟ ୨୦୧୭ ମସିହାରୁ ବନ୍ଦ ହୋଇଯାଇଥିବା ବେଳେ ତାଙ୍କ ଖାତା ନନ୍ ପରଫର୍ମିଂ ଆସେଟ୍ ଘୋଷଣା କରିଦିଆଯାଇଥିବା ଏନସିଏଲଟି କହିଛନ୍ତି। ଏଣୁ ତାଙ୍କ ବିରୋଧରେ ଦେବାଳିଆ (ବ୍ୟଙ୍କରପସି) ଆଇନରେ ମୋକଦ୍ଦମା ଚଳାଇବା ଲାଗି ଅନୁମତି ପ୍ରଦାନ କରିଚନ୍ତି।

   Related Posts