NCERT ଦ୍ବାଦଶ ପୁସ୍ତକରୁ ହଟିବ ଖଲିସ୍ତାନ ବିଷୟ, ଚିଠି ଲେଖି ଦାବି କରିଥିଲା SGPC

Published By : Prameya-News7 Bureau | May 30, 2023 IST

ନୂଆଦିଲ୍ଲୀ, ୩୦/୦୫: ଏନିସିଆରଟି ପୁସ୍ତକରୁ ହଟିବ ଖଲିସ୍ତାନ ବିଷୟ। ଗତ ମାସରେ ଶିରୋମଣୀ ଗୁରୁଦ୍ବାରା ପ୍ରବନ୍ଧକ କମିଟି (SGPC) ଏନସିଇଆରଟିକୁ ଏକ ଚିଠି​‌ ଲେଖିଥିଲା। ଯେଉଁଥିରେ ଦ୍ବାଦଶ ଶ୍ରେଣୀ ପୁସ୍ତକରୁ ଖଲିସ୍ତାନ ବିଷୟ ହଟାଯିବାକୁ ଦାବି କରାଯାଇଥିଲା। ଏହା ସହ ଏନସିଇଆରଟି ପୁସ୍ତକରୁ ସେହି ପ୍ରସଙ୍ଗ ମଧ୍ୟ ହଟାଯିବାକୁ କୁହାଯାଇଥିଲା ଯେଉଁଥିରେ ଶିଖ୍‌ଙ୍କୁ ବିଚ୍ଛିନ୍ନତାବାଦୀ ଭାବରେ ଦର୍ଶାଯାଇଥିଲା।

ପିଟିଆଇର ରିପୋର୍ଟ ଅନୁଯାୟୀ, ଦ୍ବାଦଶ ଶ୍ରେଣୀର ରାଜନୀତି ବିଜ୍ଞାନ ପୁସ୍ତକରେ ଖଲିସ୍ତାନ ବିଷୟରେ ଉଲ୍ଲେଖ ରହିଥିଲା। ଦ୍ବାଦଶ ଶ୍ରେଣୀର ରାଜନୀତି ବିଜ୍ଞାନରେ ’ସ୍ବତନ୍ତ୍ର ଭାରତରେ ରାଜନୀତି’ ପୁସ୍ତକର ସପ୍ତମ ବିଷୟରେ ଖଲିସ୍ତାନ ବିଷୟରେ ଉଲ୍ଲେଖ ରହିଥିଲା। ଏଥିରେ ଶିଖ୍‌ଙ୍କ ଛବି ମଳିନ ହେଉଥିବା ନେଇ ଅଭିଯୋଗ ହୋଇଥିଲା ।

ଆହୁରି ପଢ଼ନ୍ତୁ: ପୁଟିନଙ୍କ ନିଦ ହଜାଇଲା ଡ୍ରୋନ୍‌ ଆକ୍ରମଣ, ମସ୍କୋରେ ଅନେକ ବିଲ୍ଡିଂ କ୍ଷତିଗ୍ରସ୍ତ

ଏନସିଇଆରଟିକୁ ଲେଖିଥିବା ଚିଠି​‌ ଅନୁଯାୟୀ, ବିଷୟରେ ଭୁଲ୍‌ ସୂଚନା ଉପରେ କଡ଼ା ଆପତ୍ତି ଦର୍ଶାଇଥିଲା ଏସଜିପିସି। ଏନସିଇଆରଟି ଉପରେ ଅଭିଯୋଗ ଲଗାଯାଇଥିଲା ଯେ ସେ ଐତିହାସିକ ତଥ୍ୟକୁ ଭୁଲ୍‌ ଭାବରେ ଉପସ୍ଥାପିତ କରିଛି। ଦ୍ବାଦଶ ଶ୍ରେଣୀର ସପ୍ତମ ବିଷୟରେ ଆନନ୍ଦପୁର ସାହିବ ଏବଂ ଖଲିସ୍ତାନକୁ ନେଇ ସୂଚନା ଦିଆଯାଇଥିଲା ତାହା ଉପରେ ଏସଜିପିସି ଆପତ୍ତି ଦର୍ଶାଇଥିଲା। କମିଟି ଦାବି କରିଥିଲା ଯେ ଏହି ବିଷୟକୁ ପୁସ୍ତକରୁ ହଟାଯାଉ।

ଚିଠିରେ ଆହୁରି କୁହାଯାଇଥିଲା ଯେ, ସପ୍ତମ ବିଷୟରେ ଯେ ୧୯୭୩ରେ ଆନନ୍ଦପୁର ସାହିବ ପ୍ରସ୍ତାବକୁ ଶିରୋମଣୀ ଅକାଳୀ ଦଳ ଆପଣାଇଥିଲା। ପୁସ୍ତକରେ ପ୍ରସ୍ତାବକୁ ‘ବିଚ୍ଛିନ୍ନତାବାଦୀ ପ୍ରସ୍ତାବ’ ଭାବରେ ଦେଖାଯାଇଥିଲା। ଏଥିରେ କୁହାଯାଇଛି ଯେ ପ୍ରସ୍ତାବ ଦ୍ବାରା କ୍ଷେତ୍ରୀୟ ଅଧିକାରର ଦାବି ଉଠାଯାଇଛି।

ଆହୁରି ପଢ଼ନ୍ତୁ: ସ୍ୱିଡେନ୍ ଉପକୂଳରେ ନଜର ଆସିଲା ରୁଷର ଗୁପ୍ତଚର ତିମି, ୪ ବର୍ଷ ତଳେ ଥିଲା ଖବରର କେନ୍ଦ୍ରବିନ୍ଦୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.