ପୁସ୍ତକରୁ ହଟାଯାଇନାହିଁ ପର୍ଯ୍ୟାୟ ସାରଣୀ, ଏବେ ଏକାଦଶ ଶ୍ରେଣୀରେ ପଢ଼ିବେ ଛାତ୍ରଛାତ୍ରୀ
2/06/2023 at 7:08 PM

ନୂଆଦିଲ୍ଲୀ, ୦୨/୦୬: ପାଠ୍ୟପୁସ୍ତକରୁ ହଟାଯାଇନାହିଁ ପରିଓଡିକ୍ ଟେବୁଲ। ବରଂ ଏବେ ୧୦ମ ବଦଳରେ ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀରେ ଏହା ପଢ଼ାଯିବ। ଦଶମ ଶ୍ରେଣୀ ପାଠ୍ୟପୁସ୍ତକରୁ ପିରିଓଡିକ୍ ଟେବୁଲ୍ (ପର୍ଯ୍ୟାୟ ସାରଣୀ) ହଟାଯିବାକୁ ନେଇ ଏହି ସ୍ପଷ୍ଟୀକରଣ ରଖିଛି ଏନସିଇଆରଟି। ଏନସିଇଆରଟି କହିଛି ବିଷୟକୁ ହଟାଯାଇନାହିଁ ବରଂ ଛାତ୍ରଙ୍କ ଉପରେ ବୋଝ କମାଇବାକୁ ପ୍ରୟାସ ଅନୁଯାୟୀ ଏକାଦଶ ଶ୍ରେଣୀ ପାଠ୍ୟପୁସ୍ତକକୁ ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: ପାଠ୍ୟକ୍ରମରେ ପୁଣି ପରିବର୍ତ୍ତନ କଲା NCERT, ୧୦ମ ବିଜ୍ଞାନ ପୁସ୍ତକରୁ ହଟିଲା Periodic Table
ଏନସିଇଆରଟି ଟ୍ବିଟ୍ କରି ୧୦ମ ଶ୍ରେଣୀ ପାଠ୍ୟପୁସ୍ତକରେ ସଂଶୋଧନର କାରଣ ବିଷୟରେ ଉଲ୍ଲେଖ କରିଛି। ଏନସିଇଆରଟି କହିଛି ଯେ କୋଭିଡ୍-୧୯ ମହାମାରୀ ସ୍ଥିତି ସମୟରେ ସ୍କୁଲ ଶିକ୍ଷାକୁ ସବୁ ପର୍ଯ୍ୟାୟରେ, ଛାତ୍ରମାନଙ୍କୁ ଅନଲାଇନ ଏବଂ ଅନ୍ୟ ଉପାୟରେ ନିଜ ପାଠପଢ଼ା ଜାରି ରଖିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ପିଲାଙ୍କ ଉପରେ ବୋଝ କମ୍ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ପାଠ୍ୟକ୍ରମରୁ ୩୦% ସିଲାବସ୍ ହଟାଯାଇଥିଲେ। ତେବେ ଏହି ହ୍ରାସ ହୋଇଥିବା ସିଲାବସ୍କୁ ସ୍ଥାୟୀ ଭାବରେ ଲାଗୁ କରାଯାଇଛି।

ଏନସିଇଆରଟି ଅନୁଯାୟୀ ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ର ପାଇଁ ପିରିଓଡିକ ଟେବୁଲର ବିସ୍ତୃତ ଅଧ୍ୟୟନ କରାଯାଇଛି। ଖାଲି ସେତିକି ନୁର୍ହେ ଏନସିଇଆରଟି ୯ମ ଏବଂ ୧୦ ଶ୍ରେଣୀରେ ଯୋଡ଼ାଯାଇଥିବା ବିଷୟର ମଧ୍ୟ ସୂଚନା ଦେଇଛି ଏନସିଇଆରଟି।
ଏନସିଇଆରଟି କହିଛି ଯେ ଅନେକ ଦିଗ ଉପରେ ବିଚାର କରିବା ପରେ ପାଠ୍ୟକ୍ରମରେ ସଂଶୋଧନ କରାଯାଇଛି। ଏନସିଇଆରଟି କହିଛି ଯେ ସଂଶୋଧନରେ ସେହି ଜିନିଷକୁ ପ୍ରାଥମିକାତ ଦିଆଯାଇଥାଏ ଯାହା ପିଲାଙ୍କ ପାଇଁ ସହଜରେ ବୁଝିହେବ।
ଆହୁରି ପଢ଼ନ୍ତୁ: ଗୋଟିଏ ଜୀବ ନାଁ’ ଠିକ୍ କହି ଜିତିଲେ ୪୧ ଲକ୍ଷ ଟଙ୍କା