ବିଜେପି ନେତାଙ୍କ ପୁଅ ୩୫ କୋଟି ଟଙ୍କାର ନକଲି NCERT ବହି ଛାପିବାରେ ଥିଲେ ମାଷ୍ଟରମାଇଣ୍ଡ୍, ତଦନ୍ତ ଅଧିକାରୀଙ୍କୁ ଚକ୍‌ମା ଦେଇ ଫେରାର୍

Published By : Prameya-News7 Bureau | August 22, 2020 IST

ମେରୁଟ, ୨୨|୦୮  : ଉତ୍ତର ପ୍ରଦେଶର ମେରୁଟରେ ନକଲି ଏନସିଇଆରଟି ବହି ଛପାଯିବା ଘଟଣାର ପର୍ଦ୍ଦାଫାସ ହୋଇଛି । ୟୁପି ଏସଟିଏଫ ଓ ମେରୁଟ ପୋଲିସ ୩୫ କୋଟି ଚଙ୍କାର ନକଲି ବହି ଜବତ କରିଛନ୍ତି । ଏହାସହ ପ୍ରିଣ୍ଚିଂ ମେସିନ ମଧ୍ୟ ଜବତ ହୋଇଛି । ଏହି ଘଟଣାରେ ୧୨ର ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ତେବେ ଏହି ରାକେଟର ମାଷ୍ଟର ମାଇଣ୍ଡ ହେଉଛନ୍ତି ସଚିନ ଗୁପ୍ତା । ସେ ବିଜେପି ନେତା ସଞ୍ଜୀବ ଗୁପ୍ତାଙ୍କ ପୁଅ । ସଚିନ ଓ ଅନ୍ୟ କିଛି ଜଣଙ୍କ ବିରୋଧରେ ପରତାପୁର ଥାନା ଓ ଏସଟିଏଫ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏସଟିଏଫ ଡିଏସପି ବ୍ରଜେଶ କୁମାର କହିଛନ୍ତି ଯେ, ପରତାପୁରରେ ଥିବା ପ୍ରିଣ୍ଟିଂ ପ୍ରେସ ଓ ମୋହକମପୁର ଗୋଦାମର ମାଲିକ ସଚିନ । ଏବେସଚିନ ଫେରାର ଅଛନ୍ତି । ତାଙ୍କୁ ଗିରଫ କରାଯିବା ନେଇ ପ୍ରୟାସ ଆରମ୍ଭ ହୋଇଛି । ତେବେ ଚଢାଉ ପରେ ସଚିନ ପୋଲିସ ଅଧିକାରୀଙ୍କ ସହ ଫୋନରେ କଥା ହୋଇତିଲା । ବହି ଛାପିବା ପାଇଁ ଆବଶ୍ୟକୀୟ କାଗଜ ପତ୍ର ଆଣିବ ବୋଲି କହିଥିଲା । ଏବେ କିନ୍ତୁ ତାର ଫୋନ୍ ଅଫ୍ ଅଚି ।

ସଚିନଙ୍କ ପିତା ସଞ୍ଜିବ ଗୁପ୍ତା ହେଉଛନ୍ତି ବିଜେପି ମହାନଗର ଉପାଧ୍ୟକ୍ଷ । ସେ ଅନେକ ବିଜେପି ନେତା ଓ ମନ୍ତ୍ରୀଙ୍କ ସହ ପୋଷ୍ଟର ଛାପିଛନ୍ତି ।ଏହି ଘଟଣା ପରେ ଏସଟିଏଫକୁ ଅନେକ ବିଜେପି ନେତା ଫୋନ୍ କରିଥିବା ସୂଚନା ମିଳିଛି । ବିଜେପି ନେତା ମାମଲା ରଫାଦଫା କରିବାକୁ ଫୋନ୍ କରିଥିବା କୁହାଯାଉଛି । ପୋଲିସକୁ ଆହୁରି ସୂଚନା ମିଳିଛି ଯେ, ସଚିନ କେବଳ ଏନସିଇଆରଟି ବହି ନୁହେଁ ୟୁପି ବୋର୍ଡ ବହି ମଧ୍ୟ ଛାପୁଥିଲେ । ତେବେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଛି ନା ନାହିଁ ତାହା ଜଣାପଡି ନାହିଁ ।

ସୂଚନାଯୋଗ୍ୟ, ଏନସିଇଆରଟି ବହି କେବଳ ନୂଆଦିଲ୍ଲୀରେ ଛପାଯାଏ । ବିକ୍ରେତାଙ୍କୁ ଏନସିଇଆରଟି ୧୫ ପ୍ରତିଶତ କମିଶନରେ ବହି ଦେଇଥାଏ । ତେବେ ନକଲି ବହିରେ ବିକ୍ରେତାଙ୍କୁ ୩୦ ପ୍ରତିଶତ ଯାଏଁ କମିଶନ ମିଳିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.