ସନ୍ତରଣ ପ୍ରଶିକ୍ଷଣ ବେଳେ ଛାତ୍ରଙ୍କ ମୃତ୍ୟୁ ଘଟଣା, ଅତ୍ୟଧିକ ପରିଶ୍ରମରୁ ମୃତ୍ୟୁ ହୋଇଥାଇପାରେ-ଏନ୍‌ସିସି

Published By : Prameya-News7 Bureau | September 11, 2022 IST

କଟକ୧୧।୦୯ : ଏନ୍‌ସିସି ସନ୍ତରଣ ପ୍ରଶିକ୍ଷଣ ବେଳେ ଛାତ୍ରଙ୍କ ମୃତ୍ୟୁ ଘଟଣା । ସାମ୍ବାଦିକ ସମ୍ମିଳନୀର ଜରିଆରେ ପକ୍ଷ ରଖିଲେ ଏନ୍‌ସିସି ଡାକ୍ତର ଜୟନ୍ତ ପଣ୍ଡା ।

ସେ କହିଛନ୍ତି ଯେ, ଛାତ୍ରଙ୍କ ପୂର୍ବ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥାଇପାରେ । ଛାତ୍ରଙ୍କ ମେଡିକାଲ ଫିଟ୍‌ନେସ୍ ପ୍ରମାଣପତ୍ର ଏନ୍‌ସିସି ପାଖରେ ଅଛି । ଅତିଧିକ ପରିଶ୍ରମରୁ ଛାତ୍ରଙ୍କ ମୃତ୍ୟୁ ହୋଇଥାଇପାରେ ।

ସୂଚନାଯୋଗ୍ୟ ଯେ, ଶନିବାର ଦିନ କଟକ କ୍ଲଵ ସୁଇମିଂ ପୁଲରେ NCCର ନାଭାଲ ଉଇଙ୍ଗ ପକ୍ଷରୁ ସନ୍ତରଣ ଟ୍ରେନିଂ କ୍ୟାମ୍ପ ଚାଲିଥିବା ବେଳେ କଟକ ସିଟି କଲେଜର ଯୁକ୍ତ ୩ ପ୍ରଥମ ଵର୍ଷ ଛାତ୍ର ସ୍ବପ୍ନେଶ୍ବର ଦାସଙ୍କର ମୃତ୍ୟୁ ଘଟିଛି । ସନ୍ତରଣ ପାଇଁ ସ୍ବପ୍ନେଶ୍ବର ପୁଲରେ ପଶିଥିଲେ ଓ ହଠାତ ପୁଲରେ ହିଁ ସେ ଅସୁସ୍ଥ ହୋଇପଡିଥିଲେ । ସ୍ବପ୍ନେଶ୍ବରଙ୍କୁ କଟକ ସିଟି ହସ୍ପିଟାଲ ଅଣାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.